/odishatv-khabar/media/media_files/2026/01/01/dangerous-doctor-2026-01-01-17-12-02.jpg)
Dangerous Doctor Photograph: (OTV)
ଡାକ୍ତର କରୁଥିଲେ ଡ୍ରଗ୍ସ ବେପାର । ଛାତ୍ରଙ୍କୁ ଯୋଗାଉଥିଲେ ହାଇବ୍ରିଡ୍ ଗଞ୍ଜେଇ । ଚାଲିଥିଲା ନିଶା ବେପାରର ବଡ଼ ସାମ୍ରାଜ୍ୟ । ଏହି ଖବର ପୋଲିସ ନିକଟରେ ପହଞ୍ଚିବା ପରେ ଜଣେ ଡେଣ୍ଟାଲ ଡାକ୍ତରଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି । କେରଳର ଥିରୁବନନ୍ତପୁରମରୁ ଏପରି ଘଟଣା ସାମ୍ନାକୁ ଆସିଥିବା ବେଳେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସର ସୂଚନା ଅନୁସାରେ, ଗିରଫ ହୋଇଥିବା ଡାକ୍ତର ଭିଗ୍ନେଶ ଦାଥାନ ଜଣେ ଦନ୍ତରୋଗ ଚିକିତ୍ସକ । ସେ ୬ଜଣ BDS ଛାତ୍ରଙ୍କ ସହ ମିଶି ଡ୍ରଗ୍ସ କାରବାର କରୁଥିଲେ । ଗିରଫ ସମସ୍ତ ଛାତ୍ର ହେଲେ, ହଲିନା, ଅସୀମ, ଅଭିନାଶ, ଅଜିତ, ଆନ୍ସିଆ ଏବଂ ହରିଶ । ଏମାନେ Bachelor of Dental Surgery ପାଠ ପଢ଼ିବା ସହିତ ନିଶା କାରବାର କରୁଥିଲେ । ଆଉ ସେଥିରୁ ଭଲ ଟଙ୍କା ବି ରୋଜଗାର କରୁଥିଲେ ।
ପୋଲିସ ଛାତ୍ରମାନଙ୍କ ସମ୍ପର୍କରେ ଆହୁରି ସୂଚନା ଦେଇ କହିଛି, ଅଭିନାଶ ଜଣେ ଆଇଟି କର୍ମଚାରୀ । ଏବଂ ଅସୀମ, ଅଜିତ ଏବଂ ଆନ୍ସିଆଙ୍କ ନାଁରେ ପୂର୍ବରୁ ଅନେକ ନିଶା ଦ୍ରବ୍ୟ ମାମଲାରେ ରହିଛି । ତିରୁବନନ୍ତପୁରମର ଆଟିଙ୍ଗଲ ଏବଂ ନେଦୁମଙ୍ଗଡ ଅଞ୍ଚଳରେ ଏହି ଘଟଣା ଘଟିଛି । ନାର୍କୋଟିକ୍ସ ସ୍ପେଶାଲ ଆକ୍ସନ ଫୋର୍ସ ଦ୍ବାରା ଏକ ମିଳିତ ଅଭିଯାନ କରାଯାଇ ଏକ ଭଡ଼ା ଘରୁ ଅନେକ ନଶାଦ୍ରବ୍ୟ ଜବତ କରାଯାଇଛି ।
ପୋଲିସ କହିଛି ଯେ, ହାଇବ୍ରିଡ୍ ଗଞ୍ଜେଇ ପ୍ରତି ଗ୍ରାମ ୩,୦୦୦ ଟଙ୍କାରେ ବିକ୍ରି ହେଉଛି । ତା’ ସହ ଦୁଇଟି କାର, ଦୁଇଟି ବାଇକ୍ ଏବଂ ଦଶଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଛି । ତଦନ୍ତ ଅଧିକାରୀଙ୍କ କହିବା କଥା, ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଅଭିଯୁକ୍ତମାନଙ୍କୁ କନିଆପୁରମ୍ ଥୋପିଲ୍ ଅଞ୍ଚଳର ଏକ ଭଡା ଘରୁ ଅଟକ ରଖାଯାଇଥିଲା । ଏହି ଗୋଷ୍ଠୀ ବେଙ୍ଗାଲୁରୁରୁ ନିଶାଦ୍ରବ୍ୟ ଏବଂ ଅନ୍ୟାନ୍ୟ ପଦାର୍ଥ ବିଭିନ୍ନ ସ୍ଥାନକୁ ପଠାଉଥିଲେ । ଆଉ ସେ ସବୁକୁ ଛାତ୍ର ଏବଂ ଡାକ୍ତରମାନଙ୍କୁ ଯୋଗାଇ ଦିଆଯାଉଥିଲା ବୋଲି କୁହାଯାଇଛି ।
ପୂର୍ବରୁ ଏହିପରି ଅନ୍ୟ ଏକ ଗୋଷ୍ଠୀ ପ୍ଲାନ୍ କରି ପୋଲିସ କାରକୁ ଧକ୍କା ଦେଇ ଖସିଯାଇଥିଲା । ପରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ଆଉ ଏବେ ଡେଣ୍ଟାଲ ଡାକ୍ତରଙ୍କ ସହ ୭ଜଣଙ୍କୁ ପୋଲିସ ଗିରଫ କରିଛି ।
Toddler Wonder: ବୟସ ମାତ୍ର ଦେଢ଼ ବର୍ଷ, କିନ୍ତୁ ପାଠପଢ଼ା ଓ ସ୍ମରଣ ଶକ୍ତିରେ ବେଶ୍ ଆଗରେ ଅନିକେତ

Big Relief for Government Employees: ଆଜିଠୁ ଲାଗୁ ହେବ ଅଷ୍ଟମ ବେତନ କମିଶନ, ବଢ଼ିଯିବ ସରକାରୀ କର୍ମଚାରୀଙ୍କ ଦରମା

Gold And Silver Prices Today: ନୂଆବର୍ଷରେ ସୁନା, ରୁପା ଦରରେ ବଡ଼ ପରିବର୍ତ୍ତନ; ଗ୍ରାହକଙ୍କ ପାଇଁ ବଡ଼ ଖବର

Rich in Mythology but Lost to Neglect: ଏହି ସ୍ଥାନ ସହ ଜଡିତ ରହିଛି ପୌରାଣିକ କିମ୍ୱଦନ୍ତୀ, ଅବହେଳିତ ବ୍ୟାସ ସରୋବର ଚମକିବ କେବେ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)