Advertisment

Horror Uncovered: ମଣିଷ ମାରି କଙ୍କାଳ ଘରେ ରଖୁଥିଲା, ଖପୁରୀ ସିଝାଇ ସୁପ୍ ପିଉଥିଲା ରାଜା

ସବୁ ନିଷ୍ଠୁରତାର ସୀମା ଡେଇଁ ଯାଇଥିଲା। ଯେଉଁ ମଣିଷଙ୍କୁ ହତ୍ୟା କରୁଥିଲା ସେମାନଙ୍କ ଖପୁରୀକୁ ଘର ଭିତରେ ଥାକ ଥାକ କରି ସଜାଇ ରଖୁଥିଲା। ଏହାକୁ ସେ ପରବର୍ତ୍ତୀ ସମୟରେ ସିଝାଇ ଏହାର ସୁପ୍ କରି ପିଉଥିଲା।

author-image
Puspanjali Panda
Serial Killer

Serial Killer Photograph: (OTV)

ଦେଶରେ ଅନେକ ସିରିଏଲ କିଲରଙ୍କ କାହାଣୀ ଶୁଣିଥିବେ। କିନ୍ତୁ ଏମିତି ଜଣେ ସିରିଏଲ କିଲର୍ ଯିଏ ମଣିଷର ଖପୁରୀକୁ ସିଝାଇ ଏହାର ସୁପ୍ ପ୍ରସ୍ତୁତ କରୁଥିଲା। ଆଉ ଏହାକୁ ପିଉଥିଲା। ନବେ ଦଶକର ଶେଷ ଆଡ଼କୁ ରାଜ୍ କରୁଥିବା ଏମିତି ଜଣେ ରାକ୍ଷସର କାହାଣୀ ଶୁଣିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ଏହି ସିରିଏଲ କିଲର ହେଉଛି ଉତ୍ତର ପ୍ରଦେଶର ରାଜା କୋଲାନ୍ଦର।

Advertisment

୨୦୦୦ ମସିହାରେ ଲକ୍ଷ୍ନୌର ମନୋଜ ସିଂହଙ୍କ ହତ୍ୟା ପରେ ଯେତେବେଳେ ପୁଲିସ ସିରିଏଲ କିଲରର ଫାର୍ମ ହାଉସରେ ଚଢ଼ଉ କଲା, ସେତେବେଳେ ଏଭଳି ଭୟଙ୍କର ଦୃଶ୍ୟ ଫାର୍ମ ହାଉସରେ ଦେଖିବାକୁ ମିଳିଥିଲା। ଏହି ସିରିଏଲ କିଲର ଏବେ କେଉଁଠି? ଜାଣିବା ପାଇଁ ପଢ଼ନ୍ତୁ ଏଇ କାହାଣୀ।

ଘରେ ଖପୁରୀର ପାହାଡ଼!

ଉତ୍ତର ପ୍ରଦେଶର ରାଜା କୋଲାନ୍ଦର। ସିଏ ଜଣେ ସାଧାରଣ ସିରିଏଲ କିଲର ନଥିଲା। ରାକ୍ଷସଠୁ ବି ଆହୁରି ଭୟଙ୍କର ଥିଲା ରାଜାର କାହାଣୀ। ସବୁ ନିଷ୍ଠୁରତାର ସୀମା ଡେଇଁ ଯାଇଥିଲା। ଯେଉଁ ମଣିଷଙ୍କୁ ହତ୍ୟା କରୁଥିଲା ସେମାନଙ୍କ ଖପୁରୀକୁ ଘର ଭିତରେ ଥାକ ଥାକ କରି ସଜାଇ ରଖୁଥିଲା। ଏହାକୁ ସେ ପରବର୍ତ୍ତୀ ସମୟରେ ସିଝାଇ ଏହାର ସୁପ୍ କରି ପିଉଥିଲା।

Advertisment

ଥାକ ଥାକ ନରକଙ୍କାଳ

୨୦୦୦ ମସିହାରେ ରାଜା କୋଲାନ୍ଦରର ରାକ୍ଷସ ରୂପ ସାମନାକୁ ଆସିଥିଲା। ଲକ୍ଷ୍ନୌର ଏକ ଦୈନିକ ଖବରକାଗଜର ଜଣେ କର୍ମଚାରୀ ମନୋଜ କୁମାର ସିଂହ। ହଠାତ୍ ସେ କେଉଁଆଡ଼େ ନିଖୋଜ ହୋଇଗଲେ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କଲା। ମନୋଜଙ୍କ ମୋବାଇଲ୍ ଫୋନ୍ ଲୋକେସନ୍ ଟ୍ରାକ୍ କରାଗଲା।

ଆହ୍ଲାବାଦରେ ରାଜା କୋଲାନ୍ଦର ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ଏହି ଫୋନ ମିଳିଥିଲା। ପୁଲିସ ତଦନ୍ତ କରୁ କରୁ ରାଜାର ଫାର୍ମହାଉସରେ ପହଞ୍ଚିଲା। ସେଠାରେ ପୁଲିସ ଯାହା ଦେଖିଥିଲା ଶରୀର ପୂରା ଭୟରେ ଥରିଉଠିଥିଲା। ଘର ଭିତରେ ମଣିଷ କଙ୍କାଳ ଏବଂ ଖପୁରୀ ଦେଖିବାକୁ ମିଳିଥିଲା।

ଖପୁରୀ ସୁପ୍ ନେଇ ଭ୍ରାନ୍ତ ଧାରଣା

ରାଜା କୋଲାନ୍ଦରକୁ ପୁଲିସ ବାନ୍ଧିବା ପରେ ଯାହା ସେ ପୁଲିସ ସାମନାରେ ବର୍ଣ୍ଣନା କରିଥିଲା, ତାକୁ ଶୁଣିଲେ ସାଧାରଣ ଲୋକର ହୃଦଘାତ ହୋଇଯିବ। ସେ ମଣିଷଙ୍କୁ ହତ୍ୟା କରିବା ପରେ ସେମାନଙ୍କର ମୁଣ୍ଡ କାଟି ଦେଉଥିଲା। ଖପୁରୀ କାଟି ଅଲଗା ରଖୁଥିଲା। ଖପୁରୀକୁ ପାଣିରେ ଫୁଟାଉଥିଲା। କୋଲାନ୍ଦରର ବିଶ୍ୱାସ ଥିଲା ବୁଦ୍ଧିମାନ ଲୋକଙ୍କ ଖପୁରୀ ସୁପ ପିଇବା ଦ୍ୱାରା ନିଜର ବୁଦ୍ଧି ବଢ଼ିଯିବ।

୨୦୦୦ ମସିହାରେ ସେ ଲକ୍ଷ୍ନୌର ଚାରବାଗ ଅଞ୍ଚଳରୁ ମନୋଜ କୁମାର ସିଂହ ଏବଂ ରବି ଶ୍ରୀବାସ୍ତବଙ୍କୁ ଅପହରଣ କରିଥିଲା। ସେମାନଙ୍କୁ ହତ୍ୟା କରିବା ପରେ ମୁଣ୍ଡ କାଟି ଖପୁରୀର ସୁପ ପିଇଥିଲା।
 

ଡାଏରିରେ ମୃତ ଲୋକଙ୍କ ତାଲିକା

ପୁଲିସ ରାଜା କୋଲାନ୍ଦରଙ୍କଠାରୁ ଏକ ଡାଏରୀ ଜବତ କରିଥିଲା। ଯାହାକୁ ସେ "ମୃତ୍ୟୁ ପଞ୍ଜିକାର" ଭଳି ପାଖରେ ରଖିଥିଲା। ସେ ହତ୍ୟା କରିଥିବା ସମସ୍ତ ଲୋକଙ୍କ ନାଁ ଏହି ଡାଏରିରେ ଲେଖିଥିଲା। ୧୪ ଜଣଙ୍କୁ ସେ ହତ୍ୟା କରିଥିବା ପୁଲିସ ସାମନାରେ ସ୍ୱୀକାର କରିଥିଲା। ଘରେ ରଖିଥିବା ମଣିଷ ଖପୁରୀ ସହିତ କଥାବାର୍ତ୍ତା କରୁଥିଲା। ଘରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଖପୁରୀଗୁଡ଼ିକ ରଖାଯାଇଥିଲା। ନିଜକୁ ସେ ରାଜା ବୋଲି ଭାବୁଥିଲା। ଖପୁରୀଗୁଡ଼ିକୁ ତା ପ୍ରଜା ବୋଲି ଭାବୁଥିଲା। ବଡ଼ ବିଚିତ୍ର ଧରଣର ମଣିଷ ଥିଲା ରାଜା କୋଲାନ୍ଦର।

ଧରାଇଦେଲା ମୋବାଇଲ୍ ଫୋନ୍

ରାଜା କୋଲାନ୍ଦର ମନୋଜ ସିଂହଙ୍କୁ ହତ୍ୟା କରିଥିଲା। ଏହା ପଛର କାରଣ ଥିଲା ବଡ଼ ଭୟଙ୍କର। କୋଲାନ୍ଦରର କଳା କାରନାମା ସମ୍ପର୍କରେ ମନୋଜ ଜାଣିଦେବାରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲା। ରବି ଶ୍ରୀବାସ୍ତବଙ୍କୁ ମଧ୍ୟ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ସେମାନଙ୍କୁ ହତ୍ୟା କରିବା ପରେ ଉଭୟଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା। କିନ୍ତୁ ମନୋଜଙ୍କ ମୋବାଇଲ୍ ଫୋନ୍ କୋଲାନ୍ଦର ନିକଟରେ ଥିବାରୁ ଏହା ତାକୁ ଫସାଇ ଦେଇଥିଲା।

ଜେଲରେ ସଜା କାଟୁଛି

ରାଜା କୋଲାନ୍ଦରର ମାମଲାର ବିଚାର ପ୍ରକ୍ରିୟା ବର୍ଷ ବର୍ଷ ଧରି ଚାଲିଥିଲା। ୨୦୧୨ ମସିହାରେ ଆହ୍ଲାବାଦର ଏକ ସ୍ୱତନ୍ତ୍ର କୋର୍ଟ ତାକୁ ମନୋଜ ସିଂହଙ୍କ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ରାଜା କୋଲାନ୍ଦରର ରାକ୍ଷସ ରୂପ ଦେଖି ସାଧାରଣରେ ଫାଶୀ ଦେବାକୁ ଦାବି କରାଯାଇଥିଲା। କିନ୍ତୁ ତାକୁ ଆଜୀବନ କାରାଦଣ୍ଡ ମିଳିଥିଲା। ରାଜା କୋଲାନ୍ଦର ଏବେ ବି ଜୀବିତ ଅଛି। ଉତ୍ତର ପ୍ରଦେଶର ଏକ ଜେଲରେ ସଜା କାଟୁଛି। ତା ପତ୍ନୀ ଏବଂ ଭାଇଭଉଣୀ ମଧ୍ୟ ସିରିଏଲ ହତ୍ୟାକାଣ୍ଡରେ ସାମିଲ ଥିବା ଜଣାପଡିଛି।
 

Murder Serial Killer
Advertisment
Related Articles
Advertisment