Advertisment

‘Swelling, scars, deprivation’: ନାବାଳିକାଙ୍କୁ ଅକଥନୀୟ ନିର୍ଯାତନା; ଭାଙ୍ଗି ଯାଇଛି ପଞ୍ଜରା ହାଡ଼ ଆଉ ଦାନ୍ତ, ହିମୋଗ୍ଲୋବିନ୍ ସ୍ତର ୧.୯

୧୦ ବର୍ଷୀୟ ନାବାଳିକାଙ୍କୁ ଅକଥନୀୟ ନିର୍ଯାତନା। ପଞ୍ଜରା ହାଡ ଭାଙ୍ଗିଯାଇଛି। ଦାନ୍ତ ଭାଙ୍ଗିଯାଇଛି। ଆଙ୍ଗୁଠିରୁ ନଖ ଛିଡିଯାଇଛି। ଶରୀରର ଅନେକ ସ୍ଥାନରେ ଲାଗିଛି ଗଭୀର ଆଘାତ।

author-image
Chinmayee Sahoo
Assault

Assault Photograph: (OTV)

୧୦ ବର୍ଷୀୟ ନାବାଳିକାଙ୍କୁ ଅକଥନୀୟ ନିର୍ଯାତନା। ପଞ୍ଜରା ହାଡ ଭାଙ୍ଗିଯାଇଛି। ଦାନ୍ତ ଭାଙ୍ଗିଯାଇଛି। ଆଙ୍ଗୁଠିରୁ ନଖ ଛିଡିଯାଇଛି। ଶରୀରର ଅନେକ ସ୍ଥାନରେ ଲାଗିଛି ଗଭୀର ଆଘାତ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଉତ୍ତରପ୍ରଦେଶର ନୋଏଡାରେ। ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି ନାବାଳିକା।

Advertisment

ଗ୍ରେଟର ନୋଏଡାର ଏକ ସିଆରପିଏଫ କ୍ୟାମ୍ପରେ ଜଣେ ସିଆରପିଏଫ କନଷ୍ଟେବଳ ନାବାଳିକାଙ୍କୁ ଘରୋଇ ସହାୟିକା ଭାବରେ ନିଯୁକ୍ତି ଦେଇଥିଲେ ଏବଂ ଦୀର୍ଘ ସମୟ ଧରି ଶାରୀରିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆସିଛି। 

ନାବାଳିକାଙ୍କୁ ପ୍ରଥମେ ଜାନୁଆରୀ ୧୫ ତାରିଖରେ ସର୍ବୋଦୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଶରୀରରେ ଅନେକ ଗମ୍ଭୀର ଆଘାତ ଦେଖି ସନ୍ଦେହଜନକ ଭାବେ ଏକ ମେଡିକାଲ୍ ଲିଗାଲ୍ କେସ୍ (MLC) ପ୍ରସ୍ତୁତ କରି ପୋଲିସକୁ ସୂଚନା ଦେଇଥିଲେ। ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। 

Advertisment

ଡାକ୍ତରଙ୍କ ଅନୁସାରେ, ଝିଅଟିର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ଏହା ସତ୍ତ୍ୱେ, ଅଭିଯୁକ୍ତ କନଷ୍ଟେବଳ ଆର୍ଥିକ କାରଣ ଦର୍ଶାଇ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ନିଜ ସହିତ ନେଇଯାଇଥିଲେ। କିନ୍ତୁ, ତାଙ୍କ ଅବସ୍ଥା ଖରାପ ହେବାରୁ, ତାଙ୍କୁ ନୋଏଡାର ସେକ୍ଟର ୧୨୮ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ବର୍ତ୍ତମାନ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି।

ମେଡିକାଲ ରିପୋର୍ଟରୁ ଜଣା ପଡିଛି, ଉକ୍ତ ଝିଅଟିର ହିମୋଗ୍ଲୋବିନ୍ ସ୍ତର ମାତ୍ର ୧.୯ ଥିଲା। ପଞ୍ଜରା ଏବଂ ଦାନ୍ତ ଭାଙ୍ଗି ଯାଇଥିଲା, ତା'ର ନଖ ଛିଣ୍ଡି ଯାଇଥିଲା ଏବଂ ତା' ଶରୀରରେ ଅନେକ ଆଘାତ ମିଳିଥିଲା। ବହୁ ଦିନ ଧରି ମାଡ ମରାଯାଇଥିବାରୁ ଏଭଳି ହୋଇଛି।

ଏହି ଘଟଣା ପରେ, ଅଭିଯୁକ୍ତ ସିଆରପିଏଫ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ, ହସ୍ପିଟାଲରେ ଏକ ୟୁପି ପୋଲିସ ଟିମ୍ ମୁତୟନ କରାଯାଇଛି।

ଏକ ବିବୃତ୍ତିରେ CRPF କହିଛି ଯେ କନଷ୍ଟେବଳ (GD) ତାରିକ ଅନୱର ଜାନୁଆରୀ ୨୦୨୪ ଠାରୁ ନୋଏଡାର ୨୩୫ ବାଟାଲିୟନରେ ନିଯୁକ୍ତ ଅଛନ୍ତି ଏବଂ CRPF ନୋଏଡା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି। ଅନୱର ତାଙ୍କ ପରିବାର ସହିତ CRPF ନୋଏଡା କ୍ୟାମ୍ପରେ ରହୁଥିଲେ ଏବଂ ତାଙ୍କ ସହିତ ତାଙ୍କର ଏକ ଝିଅ ଥିଲା, ଯିଏ ତାଙ୍କ ସ୍ତ୍ରୀଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ଏ ମାମଲା ଜଣା ପଡିବା ପରେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି।

Arrested CRPF Battalion CRPF Assaulting Assault Case Minor Girl
Advertisment
Related Articles
Advertisment