/odishatv-khabar/media/media_files/2026/02/27/murder-2026-02-27-15-42-09.jpg)
Murder Photograph: (OTV)
ବୁଦା ମୂଳରୁ ନାବାଳିକାର ମୃତ ଦେହ ଉଦ୍ଧାର। ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଏନ୍.ଟି.ପି.ସି ଥାନା ଅଂଚଳରେ। ସୂଚନା ମୁତାବକ ଗତ କାଲିଠାରୁ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକା ନିଖୋଜ ଥିଲେ। ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କଲା ପରେ ମଧ୍ୟ ସନ୍ଧାନ ପାଇ ନଥିଲେ।
Advertisment
କିନ୍ତୁ ଆଜି ସକାଳ ସମୟରେ ତାଙ୍କର ମୃତ ଦେହ ଘର ପାଖ ଏକ ବୁଦା ମୂଳରୁ ମିଳିଥିଲା। ତେବେ କେହି ଦୁଷ୍କର୍ମ କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏଥିସହ ଏହି ମାମଲାରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି।
ବୁଦା ମୂଳରୁ ନାବାଳିକାର ମୃତଦେହ ଉଦ୍ଧାର
ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ
ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା
ତିନି ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)