Advertisment

Chaudwar Jail Controversy: ଜେଲ୍‌ ଅଧିକାରୀଙ୍କ ବିରୋଧରେ ଜେଲରଙ୍କ ସାଂଘାତିକ ଅଭିଯୋଗ, କଏଦୀଙ୍କୁ ଖସାଇଥିଲେ!

ବିହାର କଏଦୀ ଫେରାର ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ସୁଜିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ତତ୍କାଳୀନ ଚୌଦ୍ବାର ଜେଲର୍ ସନ୍ତୋଷିନୀ ଦାସ୍ । ଚୌଦ୍ବାର ପୋଲିସ ଷ୍ଟେସନରେ ସୁଜିତଙ୍କ ନାଁରେ ଏତଲା ଦେଇଛନ୍ତି ସନ୍ତୋଷିନୀ ।

author-image
Madhupriya Mistry
Jail

Jail Photograph: (OTV)

ଦୁଇ ବିହାରୀ କଏଦୀଙ୍କୁ ଖସାଇବାରେ ଥିଲା କି ଚୌଦ୍ବାର୍ ସର୍କଲ୍ ଜେଲ ସିନିୟର ସୁପରିନଟେଣ୍ଡେଣ୍ଟ୍ ସୁଜିତ କୁମାର ରାଉଳଙ୍କ ଭୂମିକା ? ବିହାର କଏଦୀ ଫେରାର ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ସୁଜିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ତତ୍କାଳୀନ ଚୌଦ୍ବାର ଜେଲର୍ ସନ୍ତୋଷିନୀ ଦାସ୍ ।

Advertisment

ଚୌଦ୍ବାର ପୋଲିସ ଷ୍ଟେସନରେ ସୁଜିତଙ୍କ ନାଁରେ ଏତଲା ଦେଇଛନ୍ତି ସନ୍ତୋଷିନୀ । ତାଙ୍କ ଅଭିଯୋଗ ଅନୁସାରେ, ବିହାରୀ କଏଦୀଙ୍କୁ ଖସାଇବାରେ ରହିଛି ସୁଜିତଙ୍କର ବଡ଼ ଭୂମିକା । କଏଦୀ ଫେରାର୍ ପରେ ଗେଟ୍ ଇନ୍-ଆଉଟ୍ ରେଜିଷ୍ଟ୍ରରେ ବଡ଼ ହେରଫେର କରିଥିଲେ ସୁଜିତ । ଏପରିକି ତାଙ୍କ ବିନା ଅନୁମତିରେ ଦସ୍ତଖତକୁ ଜାଲିଆତି କରି ତଦନ୍ତକୁ ଦିଗହରା କରିବାକୁ ଉଦ୍ୟମ କରିଛନ୍ତି ।

ଗତ ଅକ୍ଟୋବର ୧,୨ ଓ ୩ ତାରିଖ ଅଫିସିଆଲ ଗେଟ୍ ଇନ-ଆଉଟ୍ ରେଜିଷ୍ଟରରେ ଗଫଲତି କରାଯାଇଛି । ଜେଲ ପରିସରରେ ସୁଜିତଙ୍କ ଉପସ୍ଥିତି ନେଇ ରେଜିଷ୍ଟରରେ ଏପଟ ସେପଟ କରାଯାଇଥିବା ଅଭିଯୋଗ କରିଛନ୍ତି ସନ୍ତୋଷିନୀ ।

Advertisment

୨ ତାରିଖରେ ସୁଜିତ ବ୍ୟକ୍ତିଗତ କାମରେ ଖୋର୍ଦ୍ଧା ଯାଇଥିଲେ ବୋଲି ଉଲ୍ଲେଖ କରିଥିଲେ । କିନ୍ତୁ ତାହା ସତ ନଥିଲା । ତିନି ତାରିଖରେ ଦୁଇ କଏଦୀ ଫେରାର ପରେ ଘଟଣା ସମ୍ପର୍କରେ ସବୁ ଜାଣି ମଧ୍ୟ ମାମଲାରୁ ଦୂରେଇ ରହିବାକୁ ରେଜିଷ୍ଟରରେ ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଛି।

ସନ୍ତୋଷିନୀ ଆହୁରି କହିଛନ୍ତି, ତାଙ୍କ ଦସ୍ତଖତକୁ ଜାଲିଆତି କରି ନିଜକୁ ଘଟଣାରୁ ଦୂରେଇ ରହିବାକୁ ସବୁ ପ୍ରକାର ଉଦ୍ୟମ କରିଛନ୍ତି । ସୁଜିତଙ୍କ ଆଚରଣ ଅତି ସନ୍ଦେହଜନକ ରହିଥିଲା । କଏଦୀ ଫେରାର ଘଟଣା ପଛରେ ସୁଜିତଙ୍କ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ କରିବାର ଅନେକ ତଥ୍ୟ ରହିଛି ।

ପୋଲିସ ଅଫିସିଆଲ୍ ରେକର୍ଡକୁ ଯାଞ୍ଚ ପରିସରଭୁକ୍ତ  ତାଙ୍କ ଦସ୍ତଖତର ଫରେନସିକ୍ ଯାଞ୍ଚ କରିବାକୁ ଦାବି କରିଛନ୍ତି ସନ୍ତୋଷିନୀ । ଅକ୍ଟୋବର ୧,୨ ଓ ୩ ତାରିଖର ମେନ୍ ଗେଟ୍ ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କହିଛନ୍ତି । ଗତବର୍ଷ ଅକ୍ଟୋବର ତିନି ତାରିଖରେ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିଲେ ଦୁଇ ବିହାରୀ କଏଦୀ । ଉଭୟଙ୍କୁ ଏଯାଏଁ ଗିରଫ କରିନି ପୋଲିସ । 

Prisoners Jail Controversy Chaudwar Escape
Advertisment