Advertisment

Police Bust Go-Mafia Network: ଖୋଲୁଛି ଗୋ-ମାଫିଆ ତାଜୁଦ୍ଦିନର ଗୁମର, ଘରୁ ମିଳିଲାଣି ୬୦ ଲକ୍ଷ

ଘରୁ ଜବତ ହେଲା ନଗଦ ୬୦ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା ଗହଣା। ଗୋ ମାଫିଆ ଶେଖ୍ ରାଜନକୁ ଥାନାରେ ଅଟକ ରଖି ପୁଲିସର ପଚରାଉଚରା। ଶେଖ୍ ତାଜୁଦ୍ଦିନକୁ ଓଡ଼ିଶାର ସବୁଠାରୁ ବଡ଼ ଗୋ ମାଫିଆ ବୋଲି କୁହାଯାଉଛି।

author-image
Madhupriya Mistry
Go-Mafia

Go-Mafia Photograph: (OTV)

ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା ସାହିର ଗୋ ମାଫିଆ ଶେଖ୍ ତାଜୁଦ୍ଦିନ ଘରେ ରେଡ୍। ଘରୁ ଜବତ ହେଲା ନଗଦ ୬୦ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା ଗହଣା। ଗୋ ମାଫିଆ ଶେଖ୍ ରାଜନକୁ ଥାନାରେ ଅଟକ ରଖି ପୁଲିସର ପଚରାଉଚରା। ଶେଖ୍ ତାଜୁଦ୍ଦିନକୁ ଓଡ଼ିଶାର ସବୁଠାରୁ ବଡ଼ ଗୋ ମାଫିଆ ବୋଲି କୁହାଯାଉଛି। 

Advertisment

ଅଟକ ପରେ ଖୋଲିବାରେ ଲାଗିଛି ଗୋ-ମାଫିଆ ଶେଖ୍ ତାଜୁଦ୍ଦିନର ବେଆଇନ ସାମ୍ରାଜ୍ୟର ଗୁମର। ଦୀର୍ଘ ବର୍ଷ ଧରି ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରେ ଚଲାଇଥିଲା ବେଆଇନ ଗୋ-ଚାଲାଣ।  ଗୋରୁ ଗାଡ଼ିକୁ ଅନ୍ୟ ରାଜ୍ୟକୁ ପଠାଇବା, ଅନ୍ୟ ରାଜ୍ୟରୁ ଗୋରୁ ଆଣିବା ଭଳି ବେପାର ବେଆଇନ ଭାବେ ଚଲାଇ ଆସୁଥିଲେ।

ଏସବୁ ଭିତରେ ଭଦ୍ରକରେ ମାର୍କେଟ୍ କମ୍ପେକ୍ସ, ଭଦ୍ରକ ଚାନ୍ଦବାଲି ବାଇପାସ୍ ରୋଡ୍ ବିଲ୍ଡିଂ କରି ଭଡ଼ାରେ ବି ଲଗାଇଛି। ବର୍ଷକୁ କୋଟି କୋଟି ଟଙ୍କା ବେପାର କରୁଥିବା ସେକ୍ ତାଜୁଦ୍ଦିନର ରାଜ୍ୟର ଅନ୍ୟ ସହରରେ ବି ରହିଛନ୍ତି ସହଯୋଗୀ ବ୍ୟବସାୟୀ।

Advertisment

ଆଜି ପୋଲିସକୁ ସେକ୍ ତାଜୁଦ୍ଦିନ୍ ଘରୁ ମିଳିଛି ୬୦ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର। ତାସହ ଦୁଇଟି ସ୍କୋପିଓ ସିଜ୍ କରିଛି ପୋଲିସ୍। ସେହିପରି କେନ୍ଦୁଝର ସନ୍ତରପୁରରେ ଟିପୁ ସୁଲତାନଙ୍କ ଘରୁ ୩୦ ଲକ୍ଷ ଟଙ୍କା ନଗଦ ମିଳିଛି। ତା’ସହ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ରୁପା ଅଳଙ୍କାର ମିଳିଛି।

ମୟୂରଭଞ୍ଜ ବିଶୋୟୀରେ ବ୍ୟବସାୟୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପାଖରୁ ୩୦ ଲକ୍ଷରୁ ଅଧିକ, ଝାରପୋଖରିଆରେ ବ୍ୟବସାୟୀ ସୁଜିତ ମହାନ୍ତିଙ୍କ ପାଖରୁ ୩୨ ଲକ୍ଷ ଲକ୍ଷ ଅଧିକ ମିଳିଛି। ସେହିଭଳି ଯାଜପୁରରେ ରେଡ୍ ହୋଇଥିବା ବ୍ୟକ୍ତି ଘରୁ ୧ ଲକ୍ଷ ୬୫ ହଜାର ୫୦୦ ଟଙ୍କା ମିଳିଛି। 

Odisha Bhadrak Cow Smuggling Mafia
Advertisment
Related Articles
Advertisment