Advertisment

Bangladesh Unrest: ଥମୁନି ନରସଂହାର; ୨୪ ଘଣ୍ଟାରେ ୨ ଜଣଙ୍କୁ ହତ୍ୟା, ମହିଳାଙ୍କୁ ଗଣଦୁଷ୍କର୍ମ କରି ଗଛରେ ଟାଙ୍ଗିଲେ, ଚୁଟି କାଟିଲେ

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା। ମୃତକ ତେଜରାତି ଦୋକାନ ମାଲିକ ମୋନି ଚକ୍ରବର୍ତ୍ତୀ। ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇ ହତ୍ୟା। ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣ ହିନ୍ଦୁଙ୍କୁ ହତ୍ୟା।

author-image
Chinmayee Sahoo
Bangladesh

Bangladesh Photograph: (OTV)

ବାଂଲାଦେଶରେ ଥମୁନି ହିନ୍ଦୁ ନରସଂହାର । ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ସୋମବାର ରାତି ପ୍ରାୟ ୧୦ଟାରେ ନରସିଙ୍ଗଡି ଜିଲ୍ଲାରେ ମୋନି ଚକ୍ରବର୍ତ୍ତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। 

Advertisment

ଏହାପୂର୍ବରୁ ସୋମବାର ସନ୍ଧ୍ୟାରେ ଯଶୋର ଜିଲ୍ଲାରେ ଜଣେ ୪୫ ବର୍ଷୀୟ କାରଖାନା ମାଲିକ ରାଣା ପ୍ରତାପଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରାଣା ପ୍ରତାପ ଏକ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ଥିଲେ। ତାଙ୍କୁ ଗୁଳି ମାଡ଼ କରିବା ସହିତ ତାଙ୍କ ଗଳା ମଧ୍ୟ କାଟି ଦେଇଥିଲେ ଅଭିଯୁକ୍ତ । 

ଏହାଛଡ଼ା ଗତ ଶନିବାର ଝିନାଇଦା ଜିଲ୍ଲାରେ ଜଣେ ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଏପରିକି ତାଙ୍କୁ ଗଛରେ ଟାଙ୍ଗି ତାଙ୍କ ଚୁଟି କାଟି ଦେଇଥିଲେ। ଏହି ବର୍ବର କାର୍ଯ୍ୟକୁ ରେକର୍ଡିଂ କରାଯାଇ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଇଥିଲା। 

Advertisment

ପୂର୍ବରୁ ଡିସେମ୍ବର ୧୮ ତାରିଖରେ, ୨୫ ବର୍ଷୀୟ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଡିସେମ୍ବର ୨୩ତାରିଖରେ ଚିଟାଗଙ୍ଗର ଉପକଣ୍ଠରେ ଥିବା ରାଉଜାନ ଅଞ୍ଚଳରେ ଅଜ୍ଞାତ ବ୍ୟକ୍ତିମାନେ କାତାରରେ କାମ କରୁଥିବା ପ୍ରବାସୀ ଶ୍ରମିକ ଶୁଖ ଶିଲ୍ ଏବଂ ଅନିଲ୍ ଶିଲ୍ ଙ୍କ ଘରେ ନିଆଁ ଲଗାଇ ଦେଇଥିଲେ।

ଜାନୁଆରି ୩ ତାରିଖରେ, ଖୋକନ ଚନ୍ଦ୍ର ଦାସଙ୍କୁ ନିର୍ମମ ଆକ୍ରମଣ କରି ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଡିସେମ୍ବର ୨୪ରେ, ଆଉ ଜଣେ ହିନ୍ଦୁ ଅମୃତ ମଣ୍ଡଳଙ୍କୁ ଦାଦାବଟି ଆଦାୟ ଅଭିଯୋଗରେ ପିଟି ହତ୍ୟା କରାଯାଇଥିଲା।

ବାଂଲାଦେଶରେ ହିନ୍ଦୁ ନରସଂହାର
୨୪ ଘଣ୍ଟାରେ ଦୁଇ ଜଣଙ୍କୁ ହତ୍ୟା
ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା
ମୃତକ ତେଜରାତି ଦୋକାନ ମାଲିକ ମୋନି ଚକ୍ରବର୍ତ୍ତୀ
ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇ ହତ୍ୟା
୨୪ ଘଣ୍ଟା ମଧ୍ୟରେ ଦୁଇ ଜଣ ହିନ୍ଦୁଙ୍କୁ ହତ୍ୟା 
ରାଣା ପ୍ରତାପଙ୍କୁ ଗୁଳି କରି ହତ୍ୟା
ଝିନାଇଦା ଜିଲ୍ଲାରେ ଜଣେ ହିନ୍ଦୁ ମହିଳାଙ୍କୁ ଦୁଷ୍କର୍ମ
ଡିସେମ୍ବର ୧୮ରେ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା
ଜାନୁଆରି ୩ରେ ଖୋକନ ଚନ୍ଦ୍ର ଦାସଙ୍କୁ ନିଆଁ ଲଗାଇଦେଇଥିଲେ
ଡିସେମ୍ବର ୨୪ରେ ଅମୃତ ମଣ୍ଡଳଙ୍କୁ ମାରିଦେଇଥିଲେ

Bangladesh
Advertisment
Related Articles
Advertisment