Advertisment

Tragic Accident: ସ୍ବାମୀଙ୍କ ସହ ଶେଷ ନୂଆବର୍ଷ, ପୁଅ ଝିଅଙ୍କ ସହ ମାଆ ମୃତ

ଚାକିରି ଜୀବନରୁ ସମୟ କାଢି ନୂଆବର୍ଷ କଟାଇବାକୁ ପୁଅ ଝିଅଙ୍କୁ ନେଇ ସ୍ବାମୀଙ୍କ ପାଖକୁ ଆସିଥିଲେ। ହେଲେ ଫେରିବା ବେଳକୁ ଅଧାବାଟରେ ସରିଗଲା ସଂସାର ।

author-image
Chinmayee Sahoo
Accident

Accident Photograph: (OTV)

ଚାକିରି ଜୀବନରୁ ସମୟ କାଢି ନୂଆବର୍ଷ କଟାଇବାକୁ ପୁଅ ଝିଅଙ୍କୁ ନେଇ ସ୍ବାମୀଙ୍କ ପାଖକୁ ଆସିଥିଲେ। ହେଲେ ଫେରିବା ବେଳକୁ ଅଧାବାଟରେ ସରିଗଲା ସଂସାର । ଚାଲିଗଲା ଦୁଇ ପିଲାଙ୍କ ସହିତ ମାଆର ଜୀବନ। ଦୁର୍ଘଟଣାରେ ଲିଭିଗଲା ତିନିଜଣଙ୍କ ଜୀବନଦୀପ। 

Advertisment

ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ସୀମାନ୍ତ କୋରଲାମ ଛକ ନିକଟରେ। ମୃତକ ହେଲେ ବିଶାଖାପାଟଣା ସେନା ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର୍ କନକଲତା ହାଁସଦା ଏବଂ ତାଙ୍କ ୮ ବର୍ଷର ଝିଅ ଆଦ୍ୟାଶା ଓ ୩ ମାସର ଶିଶୁପୁତ୍ର ସଂଗ୍ରାମ। 

ସୂଚନା ଅନୁସାରେ, ଉଦଳା ଥାନା ଗୁଣ୍ଡୁରିଆସାହିର ହେମନ୍ତ ମୁର୍ମୁ ବୌଦ୍ଧରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସ୍ତ୍ରୀ କଟକଲତା ବିଶାଖାପାଟଣାରେ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ଭାବେ କାମ କରୁଥିଲେ । ନୂଆବର୍ଷ ପାଳନ କରିବା ପାଇଁ ଦୁଇ ପିଲାଙ୍କୁ ଧରି ସ୍ବାମୀଙ୍କ ନିକଟକୁ ଆସିଥିଲେ ସ୍ତ୍ରୀ । 

Advertisment

ଛୁଟି ପରେ ବିଶାଖାପାଟଣା ଫେରୁଥିବା ସମୟରେ କୋରଲାମ ଛକ ନିକଟରେ ଏକ ଟ୍ରକ୍ ସେମାନଙ୍କ କାରକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ମାଆ ଓ ଦୁଇ ଛୁଆଙ୍କ ଜୀବନ ଚାଲିଯାଇଥିଲା ।  ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ବୋହୂ ଓ ପିଲାଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହକୁ ଉଦଳା ଅଣାଯିବ ।

ସ୍ବାମୀଙ୍କ ସହ ଶେଷ ନୂଆବର୍ଷ
ପୁଅଝିଅଙ୍କ ସହ ମାଆ ମୃତ 
ଦୁର୍ଘଟଣାରେ ପୁଅଝିଅଙ୍କ ସହ ଚାଲିଗଲା ମାଆ
ମୃତକ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ କନକଲତା ହାଁସଦା
ବିଶାଖାପାଟଣା ସେନା ବିଭାଗରେ ଥିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର୍
ସ୍ବାମୀଙ୍କ ସହ ନୂଆବର୍ଷ ପାଳିବାକୁ ଆସିଥିଲେ ଓଡ଼ିଶା
ଉଦଳା ଥାନା ଗୁଣ୍ଡୁରିଆସାହିରେ ବିବାହ କରିଥିଲେ କନକଲତା
ବିଶାଖାପାଟଣା ଫେରିବା ବାଟରେ ଧକ୍କା ଦେଲା ଟ୍ରକ୍
୮ ବର୍ଷର ଝିଅ ଓ ୩ ମାସର ପୁଅର ମୃତ୍ୟୁ
ଗୁଣ୍ଡୁରିଆସାହିରେ ଶୋକର ଛାୟା

Accident
Advertisment
Related Articles
Advertisment