Advertisment

Armed Robbers Loot: ଘରେ ପଶିଲେ, ଭୁଜାଲିରେ ହାଣିଲେ...ବେକରେ ବନ୍ଧୁକ ଲଗାଇ ଲୁଟିନେଲେ

ଘରେ ପଶିଲେ, ଭୁଜାଲିରେ ହାଣିଲେ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ । ପୁରା ଘଟଣା କୌଣସି ଫିଲ୍ମ ଠାରୁ କମ ନୁହେଁ । କଥା ଏତିକିରେ ଅଟକିଲାନି ଲୁଟ୍ ପରେ ପତିପତ୍ନୀଙ୍କୁ ଘରେ ବନ୍ଦ କରି ଫେରାର ହୋଇଗଲେ ଲୁଟେରା।

author-image
Manas Ranjan Mohanty
LOOT

LOOT Photograph: (OTV)


ଘରେ ପଶିଲେ, ଭୁଜାଲିରେ ହାଣିଲେ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ । ପୁରା ଘଟଣା କୌଣସି ଫିଲ୍ମ ଠାରୁ କମ ନୁହେଁ । କଥା ଏତିକିରେ ଅଟକିଲାନି ଲୁଟ୍ ପରେ ପତିପତ୍ନୀଙ୍କୁ ଘରେ ବନ୍ଦ କରି ଫେରାର ହୋଇଗଲେ ଲୁଟେରା। ନା ଡର ଅଛି ନା ପୋଲିସକୁ ଭୟ ।  ଖୁଲମଖୁଲା ଲୁଟ କରି ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି ଲୁଟେରା । 

Advertisment

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଝିଙ୍କପଦା ଗାଁରେ ସଶସ୍ତ୍ର ଲୁଟ୍ ଅଭିଯୋଗ ହୋଇଛି । ଘଟଣାଦିନ କାର୍ତ୍ତିକେଶ୍ୱର ସାହୁ ଏବଂ ତାଙ୍କ ସ୍ତ୍ରୀ ଘରେ ଥିଲେ । ୪ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶିଥିଲେ । କିଛି ବୁଝିବା ଆଗରୁ ଆକ୍ରମଣ କରି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଇଥିଲେ ।

ଲୁଟ୍ କରିବାପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଏକ ଘରେ ବନ୍ଦ କରି ଲୁଟେରାମାନେ ଫେରାର ହୋଇଯାଇଥିଲେ । ପ୍ରାୟ ୩ ଘଣ୍ଟା କାଳ ଘରେ ବନ୍ଦ ହୋଇ ରହିଥିଲେ । ପରେ ଖବର ପାଇ ପଡୋଶୀମାନେ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ । ଏନେଇ ଥାନାରେ ଅଭିଯୋଗ ଲିଖିତ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ ଜାରି ରଖିଛି । 

Advertisment

ଘରେ ପଶିଲେ, ଭୁଜାଲିରେ ହାଣିଲେ
ବେକରେ ବନ୍ଧୁକ ଲଗାଇ ଲୁଟିନେଲେ
କପ୍ତିପଦା ଥାନା ଝିଙ୍କପଦା ଗାଁରେ ସଶସ୍ତ୍ର ଲୁଟ୍ 
ରାତିରେ ଘରେ ପଶିଥିଲେ ୪ ମୁଖାପିନ୍ଧା ଦୁର୍ବୃତ୍ତ
ଲୁଟ୍ ପରେ ଦମ୍ପତିଙ୍କୁ ଘରେ ବନ୍ଦ କରି ଲୁଟେରା ଫେରାର୍
ପ୍ରାୟ ୩ ଘଣ୍ଟା ପରେ ପଡ଼ୋଶୀମାନେ ଉଦ୍ଧାର କଲେ
ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ

Advertisment
Related Articles
Advertisment