Advertisment

Dowry Death: ପୁଣି ଯୌତୁକ ଜୁଇରେ ଜଳିଗଲା ଆଉ ଏକ ଜୀବନ, ଶାଶୁଘର ଲୋକେ ମାରିଦେଲେ!

ପୁଣି ଯୌତୁକ ଜୁଇରେ ଜଳିଗଲା ଆଉ ଏକ ଜୀବନ | ଯୌତୁକ ପାଇଁ ବୋଧୂ ମୃତ୍ୟୁ ଅଭିଯୋଗ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫୁଲବାଣୀରୁ |

author-image
Chinmayee Sahoo
Dowry Death

Dowry Death Photograph: (OTV)

ପୁଣି ଯୌତୁକ ଜୁଇରେ ଜଳିଗଲା ଆଉ ଏକ ଜୀବନ | ଯୌତୁକ ପାଇଁ ବୋଧୂ ମୃତ୍ୟୁ ଅଭିଯୋଗ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫୁଲବାଣୀରୁ | ୨୦୨୦ରେ ବଲାଙ୍ଗୀରର ପ୍ରିୟମ୍ବଦା ପଟ୍ଟନାୟକଙ୍କୁ ବାହା ହୋଇଥିଲେ ଫୁଲବାଣୀର ଅରବିନ୍ଦ ମହାନ୍ତି | ସେମାନଙ୍କ ଦୁଇଟି ପୁଅ ମଧ୍ୟ ଅଛନ୍ତି | 

Advertisment

ପ୍ରିୟମ୍ବଦାଙ୍କ ବାହାଘର ପରଠୁ ପଚାଶ ଲକ୍ଷ ଯୌତୁକ ପାଇଁ ଶାଶୁଘର ଲୋକେ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଏନେଇ ସବୁବେଳେ ଗଣ୍ଡଗୋଳ ଝଗଡ଼ା ବି ହେଉଥିବା ଅଭିଯୋଗ ରହିଛି। ଗତ ୧ ତାରିଖ ଦିନ ପ୍ରିୟମ୍ବଦାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ। 

ଏମିତିକି ଶାଶୁ ଘର ଲୋକେ ବ୍ରହ୍ମପୁର ହସ୍ପିଟାଲରେ ପ୍ରିୟମ୍ବଦାଙ୍କ ଶବ ଛାଡି ଫେରାର ମାରିଥିଲେ | ଝିଅ ଘର ଲୋକେ ଶବ ସଂସ୍କାର କରି ସରିବା ପରେ ଗତ ତିନି ତାରିଖରେ ଫୁଲବାଣୀ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | 

Advertisment

ସେପଟେ ଏନେଇ ପ୍ରିୟମ୍ବଦାଙ୍କ ସ୍ବାମୀ ଅରବିନ୍ଦ କିମ୍ବା ତାଙ୍କ ପରିବାରଲୋକଙ୍କ ପ୍ରତିକ୍ରିୟା ମିଳିପାରିନି। ଅପରପକ୍ଷେ, ଫୁଲବାଣୀ ପୋଲିସ୍ ମାମଲାର ତଦନ୍ତ କରୁଛି, ଏହା ହତ୍ୟା ନା ଆତ୍ମହତ୍ୟା ଯାଞ୍ଚ ଚାଲିଥିବା କହିଛନ୍ତି ଫୁଲବାଣୀ ଏସଡିପିଓ।

Dowry Death
Advertisment
Related Articles
Advertisment