Advertisment

AIIMS Employee Shot Dead: ଏମ୍ସ ଲ୍ୟାବ୍ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆଙ୍କୁ ହତ୍ୟା, ଗୋଟିଏ ଦିନରେ ଦୁଇ ଦୁଇଟି ମର୍ଡର୍

ଅଶାନ୍ତ ରାଜଧାନୀ। କଥା କଥାକେ ଫୁଟୁଛି ଗୁଳି, ଗଡ଼ୁଛି ମୁଣ୍ଡ । ଆଜି ଗୋଟିଏ ଦିନରେ ଦୁଇ ଦୁଇଟି ମର୍ଡର୍। ସରକନ୍ତରାରେ ଗୋଡ଼ାଇ ଗୋଡ଼ାଇ ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବାବେଳେ ଚୁନୁକୋଳି ବସ୍ତି ନିକଟରେ ହୋଇଛି ଆଉ ଏକ ହତ୍ୟାକାଣ୍ଡ ।

author-image
Manas Ranjan Mohanty
AIIMS MURDER

AIIMS MURDER Photograph: (OTV)

ଅଶାନ୍ତ ରାଜଧାନୀ। କଥା କଥାକେ ଫୁଟୁଛି ଗୁଳି, ଗଡ଼ୁଛି ମୁଣ୍ଡ । ଆଜି ଗୋଟିଏ ଦିନରେ ଦୁଇ ଦୁଇଟି ମର୍ଡର୍। ସରକନ୍ତରାରେ ଗୋଡ଼ାଇ ଗୋଡ଼ାଇ ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବାବେଳେ ଚୁନୁକୋଳି ବସ୍ତି ନିକଟରେ ହୋଇଛି ଆଉ ଏକ ହତ୍ୟାକାଣ୍ଡ । ଡ୍ୟୁଟି ଆସିବାବେଳେ ଭୁବନେଶ୍ବର ଏମ୍ସ ଲ୍ୟାବ୍ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିକରିଥିଲେ ଦୁର୍ବୃତ୍ତ । ଗୋଡ଼ାଇ ଗୋଡ଼ାଇ ତିନି ରାଉଣ୍ଡ ଗୁଳି ମାରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜମିବାଡ଼ି ବିବାଦରୁ ତାଙ୍କ ଦାଦା ପୁଅ ଭାଇ ହିଁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Advertisment

ସେପଟେ ଇନଫୋସିଟି ଥାନା ଅନ୍ତର୍ଗତ ଚୁନୂକୋଳି ବସ୍ତି ନିକଟରେ ଆଉ ଜଣେ ଯୁବକଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରାଯାଛି। ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୋଲିସ ଉଭୟ ଘଟଣାର ଛାନଭିନ କରୁଛି।  

ଅଶାନ୍ତ ରାଜଧାନୀ ଭୁବନେଶ୍ବର
କଥା କଥାକେ ଫୁଟୁଛି ଗୁଳି, ଗଡ଼ୁଛି ମୁଣ୍ଡ
ଆଜି ଗୋଟିଏ ଦିନରେ ଦୁଇ ଦୁଇଟି ମର୍ଡର୍
ସରକନ୍ତରାରେ ଗୋଡ଼ାଇ ଗୋଡ଼ାଇ ଏମ୍ସ କର୍ମଚାରୀଙ୍କୁ ଗୁଳି
ଏମ୍ସ ଲ୍ୟାବ୍ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆଙ୍କୁ ହତ୍ୟା
ଜମି ବିବାଦରୁ ସୁଧାଂଶୁଙ୍କୁ ହତ୍ୟା ଅଭିଯୋଗ
ଦାଦାପୁଅ ଭାଇ ହତ୍ୟା କରିଥିବା ଅଭିଯୋଗ
ଚୁନୂକୋଳି ବସ୍ତି ନିକଟରେ ଜଣେ ଯୁବକଙ୍କୁ ହତ୍ୟା
ପଥରରେ ଛେଚି ମାରିଦେଲେ ଦୁର୍ବୃତ୍ତ

Advertisment
Advertisment
Related Articles
Advertisment