/odishatv-khabar/media/media_files/2026/02/06/aap-leader-lucky-oberoi-2026-02-06-15-55-26.jpg)
AAP leader lucky oberoi Photograph: (OTV)
ଆମ୍ ଆଦମୀ ପାର୍ଟି ନେତାଙ୍କୁ ହତ୍ୟା। ଶୁକ୍ରବାର ପଞ୍ଜାବର ଜଳନ୍ଧରରେ ଗୁରୁଦ୍ବାରା ସମ୍ମୁଖରେ ଆପ୍ ନେତା ଲକି ଓବରୟଙ୍କ ଉପରକୁ ଆଖିବୁଜା ଗୁଳିମାଡ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଛନ୍ତି। ଏକ ବାଇକରେ ଆସି ଦୁଇ ଜଣ ବ୍ୟକ୍ତି ତାଙ୍କ ଉପରେ ଗୁଳିମାଡ କରିଥିଲେ।
ସୂଚନା ମୁତାବକ, ଜଳନ୍ଧରର ଏକ ଗୁରୁଦ୍ୱାର ସମ୍ମୁଖରେ ଲକି କାରରେ ବସିଥିଲେ। ଏହି ସମୟରେ ବାଇକରେ ଦୁଇ ଜଣ ବ୍ୟକ୍ତି ଆସିଥିଲେ । କେହି କିଛି ବୁଝିବା ଆଗରୁ ସେମାନେ ତାଙ୍କ ଉପରେ ଗୁଳି ମାଡ଼ କରିବା ଆରମ୍ଭ କରିଥିଲେ। ପ୍ରାୟ ୫ଟି ଗୁଳି ତାଙ୍କ ଦେହରେ ବାଜିଛି। ତାଙ୍କୁ ତୁରନ୍ତ ପାଖରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଲକି ଗୁରୁଦ୍ୱାର ସମ୍ମୁଖରେ ତାଙ୍କ କାରକୁ ପାର୍କ କରୁଥିଲେ। ଏହି ସମୟରେ ତାଙ୍କୁ ଆକ୍ରମଣ ହୋଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆମ୍ଭ କରିଛି। ଆଖପାଖରେ ଲାଗିଥିବା ସିସିଟିଭିର ଫୁଟେଜକୁ ଯାଞ୍ଚ କରାଯାଉଛି। କିଏ ଓ କାହିଁକି ଲକିଙ୍କୁ ହତ୍ୟା କଲା, ସେନେଇ କିଛି ଜଣାପଡ଼ିନାହିଁ। ପୁଲିସ କହିଛି ଯେ ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ପଚରାଉଚରା କରିବା ପରେ ଅଧିକ ତଥ୍ୟ ମିଳିବ।
ଏହି ଘଟଣା ପରେ ଜଳନ୍ଧରରେ ଆତଙ୍କ ଖେଳି ଯାଇଛି। ଲୋକେ ଭୟଭୀତ ହୋଇଯାଇଛନ୍ତି। ସେପଟେ ଆପ୍ ନେତା ଲକିଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି । ରାଜ୍ୟର ବିରୋଧୀ ଦଳ ନେତା ପ୍ରତାପ ସିଂ ବାଜଓ୍ୱା ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ଦିଦାଲୋକରେ ଘଟିଥିବା ଏହି ଗୁଳିକାଣ୍ଡ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପ୍ରମାଣିତ କରୁଥିବା ସେ କହିଛନ୍ତି।
Mystery Over Disappearance: ୩ ଦିନ ହେବ ମଝି ସମୁଦ୍ରରୁ ନିଖୋଜ, ମେରାଇନ ଇଞ୍ଜିନିୟର ସାର୍ଥକ ମହାପାତ୍ରଙ୍କର ମିଳୁନି ପତ୍ତା

T20 World Cup: ଦିନକ ପରେ ଟି-ଟ୍ବେଣ୍ଟି ବିଶ୍ବକପ୍, କ’ଣ କରିବ ପାକିସ୍ତାନ?

Bus Plunges Into Gorge: ୨୦୦ ମିଟର ଖାଇକୁ ଖସିଲା ବରଯାତ୍ରୀ ବସ୍; ଅନେକ ମୃତ

Niranjan Patnaik House Loot Case: ନିରଞ୍ଜନଙ୍କ ଘରୁ ଲୁଟ୍: ନିର୍ଦ୍ଦୋଷରେ ଲୁଟେରା ସ୍ପାଇଡର୍ ଖଲାସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)