/odishatv-khabar/media/media_files/2026/01/19/bjp-2026-01-19-12-37-59.jpg)
BJP Photograph: (OTV)
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ନାମାଙ୍କନ। ଅପରାହ୍ନରେ ନାମାଙ୍କନ ଦାଖଲ ଭରିବେ ପ୍ରାର୍ଥୀ। ଏଥିପାଇଁ ଦିନ ୨ଟାରୁ ୪ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ, ୫ଟାରୁ ୬ଟା ନାମାଙ୍କନ ପ୍ରତ୍ୟାହାର ସମୟ ରହିଛି। ଆଜି କିଏ ନାମାଙ୍କନ ଦାଖଲ କରୁଛନ୍ତି ତାଙ୍କ ଉପରେ ନଜର ରହିଛି।
ସୂଚନା ଅନୁସାରେ ନିତିନ ନବୀନ ହିଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ। ସେ ହିଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସୂଚନା ରହିଛି। ତାଙ୍କୁ ପୂର୍ଣ୍ଣକାଳୀନ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯିବ।
ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ବହୁ ହେଭିୱେଟ୍ ନେତା ଉପସ୍ଥିତ ରହିପାରନ୍ତି। ଆସନ୍ତାକାଲି ବିଧିବଦ୍ଧ ଭାବେ ଏନେଇ ଘୋଷଣା ହେବ।
ଗତ ବର୍ଷ ଡିସେମ୍ବର ୧୪ ତାରିଖରେ ନିତିନ ନବୀନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି କରାଯାଇଥିଲା।
Earthquake: ସକାଳୁ ବଡ ଭୂମିକମ୍ପ, ଥରିଲା ରାଜଧାନୀ

Parenting Tips: ଜିଦିଆ ଓ ଅମାନିଆ ପିଲାଙ୍କୁ କିପରି ଠିକ୍ କରିବେ ବାପାମାଆ; ଜାଣନ୍ତୁ ଉପାୟ….

Shreemayee Mishra Blasts on BJD: ବିଜେଡିକୁ ପୁଣି ଶ୍ରୀମୟୀଙ୍କ ଟାର୍ଗେଟ୍, ଏଥର ସଭାପତିଙ୍କୁ ନିଶାନା

Balaram Sahani Missing Mystery: ସାତ ବର୍ଷ ତଳର ସତ ଖୋଜା, ଗାର୍ଲଫ୍ରେଣ୍ଡକୁ ମାରାଥନ ଜେରା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)