/odishatv-khabar/media/media_files/2026/01/03/air-force-officer-killed-2026-01-03-17-16-21.jpg)
Air-Force-Officer-Killed Photograph: (OTV)
ଉତ୍ତରପ୍ରଦେଶ ଗାଜିଆବାଦରେ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀଙ୍କ ହତ୍ୟା ଘଟଣାର ପୋଲିସ କରିଛି ପର୍ଦ୍ଦାଫାଶ। ସମ୍ପତ୍ତି ଓ ପାରିବାରିକ କଳହ ଯୋଗୁଁ ନିଜ ବାପାଙ୍କ ଜୀବନ ନେଇଛନ୍ତି ଜନ୍ମକଲା ୨ପୁଅ। ଏପରିକି ଏକ ସୁପାରୀ କିଲକୁ ୫ ଲକ୍ଷ ଟଙ୍କା ଦେଇ ଗୁଳି କରି ବାପାଙ୍କୁ କରିଛନ୍ତି ହତ୍ୟା।
ସୂଚନା ମୁତାବକ, ଗତ ଡିସେମ୍ବର ୨୬ ତାରିଖରେ ଗାଜିଆବାଦର ଅଶୋକ ବିହାର କଲୋନିରେ ରହୁଥିବା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ୫୮ ବର୍ଷୀୟ ଯୋଗେଶଙ୍କୁ ହତ୍ୟା କରାଯାଇଥିଲା। ଘରକୁ ଫେରୁଥିବା ସମୟରେ, ଏକ ବାଇକରେ ଆସି ୨ ଦୁର୍ବୁତ୍ତ ତାଙ୍କ ଉପରେ ଗୁଳି ଚଳାଇଥିଲେ। ତେବେ ପୋଲିସ ତଦନ୍ତରୁ ଏ ହତ୍ୟା ପଛରେ ଯୋଗେଶଙ୍କ ୨ ପୁଅ ଥିବା ଜଣାପଡ଼ିଛି।
ମୃତ ଯୋଗେଶ ତାଙ୍କ ପୁଅମାନଙ୍କୁ ଘର ଖାଲି କରିବାକୁ ବାଧ୍ୟ କରୁଥିଲେ। ଏଥିରେ କ୍ରୋଧିତ ତଥା ସମ୍ପତ୍ତି ହାତେଇବା ଲୋଭରେ ଦୁଇ ପୁଅ ଯୋଗେଶଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଆଉ ଏଥିପାଇଁ ଏକ କଣ୍ଟ୍ରାକ୍ଟ କିଲର ଅରବିନ୍ଦକୁ ଠିକ କରିଥିଲେ। ଆଉ ଅରବିନ୍ଦ ତାର ସମ୍ପର୍କୀୟ କନେଷ୍ଟବଳ ନବୀନକୁ ନିଜ ସହ ସାମିଲ କରିଥିଲା। ଆଉ ଘଟଣା ଦିନ ନବୀନ ହିଁ ଯୋଗେଶଙ୍କୁ ବିଚ ରାସ୍ତାରେ ଗୁଳି ମାଡ଼ କରିଥିଲା ବୋଲି ପୁଲିସ କହିଛି। ତଦନ୍ତ କରି ପୁଲିସ୍ ପ୍ରଥମେ ଅରବିନ୍ଦକୁ ଉଠାଇ ନେଇଥିଲା ଓ ଜେରା ବେଳେ ସେ ଓ ନବୀନ ବିଚ ରାସ୍ତାରେ ଯୋଗେଶଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ସ୍ୱୀକାର କରିଛି।
ଏବେ ପୁଲିସ୍ ଅରବିନ୍ଦକୁ ଗିରଫ କରି ଗାଜିଆବାଦ ସ୍ଥିତ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରିଥିଲା। କୋର୍ଟ ତାକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ସୁଚନା ମୁତାବକ, କନଷ୍ଟେବଳ ନବୀନ ଏବଂ ମୃତକଙ୍କ ଦୁଇ ପୁଅ ଫେରାର୍ ଅଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି।
Big Update on Green Sticker: ଗ୍ରୀନ ଷ୍ଟିକରକୁ ନେଇ ବଡ ଅପଡେଟ୍, ପ୍ରଦୂଷଣ ସାର୍ଟିଫିକେଟ ବାଧ୍ୟତାମୂଳକ

Humanity Still Lives: ଏବେ ବି ବଞ୍ଚିଛି ମାନବିକତା; ଏମିତି ଡାକ୍ତର, ମାଗଣାରେ କରୁଛନ୍ତି ସେବା

Chilika Lake: ବଦଳିବ ଚିଲିକାର ଚେହେରା; ୨ହଜାର କୋଟିର ମହାଯୋଜନା

Trouble Mounts for VK Pandian: ପାଣ୍ଡିଆନଙ୍କ ପାଇଁ ବଢିଲା ଅଡୁଆ; ତଦନ୍ତ କରିବ CID-CB

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)