Advertisment

Corruption Allegation: ଚଳୁ କରିଦେଲେ ୨କୋଟି ୭୫ ଲକ୍ଷ ଟଙ୍କା ! ରାସ୍ତା ଓ ଗେଟ୍ ପାଇଁ ପବନ ପରି ଉଡ଼ାଯାଇଛି ଟଙ୍କା

ଖାଲି କ’ଣ ଏତିକି,  ରାସ୍ତା ଓ ଗେଟ୍ ପାଇଁ ପବନ ପରି ଉଡ଼ାଯାଇଛି ଟଙ୍କା । ୩୨ ଲକ୍ଷ ୬୮ ହଜାର ୩ ଶହ ୨୦ ଟଙ୍କା ବିଲ୍ ହୋଇଥିବାବେଳେ ରାସ୍ତା ଅବସ୍ଥା ନ କହିବା ଭଲ । କେଉଁଠି ଅଳ୍ପ ଟିକେ ପକ୍କା ରାସ୍ତା କରାଯାଇଛି ।

author-image
OTV Bureau
Baliguda-Big-Scam

Baliguda-Big-Scam Photograph: (OTV)

ପ୍ରକୃତି ଭିତରେ ଦୁର୍ନୀତି ଗନ୍ଧ ! ଚଟକିଣା ଚଳୁ କରିଦେଲେ ୨କୋଟି ୭୫ ଲକ୍ଷ ଟଙ୍କା ! ସରକାରଙ୍କୁ କିଏ ଲାଗାଇଲା ଚୂନ ? ବିଭାଗ ପାଖରେ ନାହିଁ ହିସାବ । ଏଇ ସୁନ୍ଦର ପ୍ରକୃତି ଭିତରେ କିଚିରିମିଚରି କରି ଶବ୍ଦ କରୁଥିବା ଏ ପକ୍ଷୀଗୁଡ଼ାକ ବି ଯେମିତି ଦୁର୍ନୀତିର ସାକ୍ଷୀ ହୋଇ କିଛି କହିବାକୁ ଚେଷ୍ଟା କରୁଛନ୍ତି । ଏ ଜଙ୍ଗଲ ଭରା ପରିବେଶ ସବୁ ଦେଖି ମୁକସାକ୍ଷୀ ପାଲଟିଛି । ହେଲେ କଥାକୁହା ବିଭାଗର ପାଟି ଫିଟୁନି । ଦାରିଙ୍ଗବାଡ଼ି ନେଚର କ୍ୟାମ୍ପର । ପ୍ରକୃତି ଶିବିରରେ ସମୁଦାୟ ୨ କୋଟି ୭୫ ଲକ୍ଷ ୫୦ ହଜାର ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ଆସିଛି । ରେନୋଭେସନ ନାଁରେ ୯୧ ଲକ୍ଷ ୯୩ ହଜାର ୭ଶହ ୭୪ ଟଙ୍କା ଖର୍ଚ୍ଚ କରାଯାଇଛି । କିନ୍ତୁ କେଉଁ ବାବଦକୁ ଏତେ ଟଙ୍କା ଖର୍ଚ୍ଚ କରାଯାଇଛି, ସେ ନେଇ ବିଭାଗ ପାଖରେ ହିସାବ ନାହିଁ ।

ଖାଲି କ’ଣ ଏତିକି,  ରାସ୍ତା ଓ ଗେଟ୍ ପାଇଁ ପବନ ପରି ଉଡ଼ାଯାଇଛି ଟଙ୍କା । ୩୨ ଲକ୍ଷ ୬୮ ହଜାର ୩ ଶହ ୨୦ ଟଙ୍କା ବିଲ୍ ହୋଇଥିବାବେଳେ ରାସ୍ତା ଅବସ୍ଥା ନ କହିବା ଭଲ । କେଉଁଠି ଅଳ୍ପ ଟିକେ ପକ୍କା ରାସ୍ତା କରାଯାଇଛି । ଆଉ କେଉଁଠି ମାଟି ରାସ୍ତାରେ ଧୂଳି ଉଡ଼ୁଛି । ଖାଲି ଏତିକି ନୁହେଁ, ଚିଲ୍ଡ୍ରେନ୍ ପ୍ଲେ ଜୋନ ଓ ଗେମ୍ ଜୋନର ରେନୋଭେସନ ନାଁରେ ୨୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ବାସ୍ତରେ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଏଭଳି ଭିତ୍ତିଭୂମି ବିକାଶ ନାଁରେ ସମୁଦାୟ ୨ କୋଟି ୭୫ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଆରଟିଆଇ ତଥ୍ୟ ଦେଇଛି । ଯାହାକୁ ଦେଖି ସାଧାରଣ ଲୋକଟିଏ ଚମକି ପଡ଼ିଛି । 

Advertisment

ଏତିକିରେ ସରିନି ଏଠାର ଦୁର୍ନୀତିର ଛିଡ଼ା । ୨ କୋଟି ୭୫ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ପରେ ବି ଫଳକଟିଏ ବି ଲାଗିନି । କି ବିଭାଗ ପାଖରେ ହିସାବ ମଧ୍ୟ ନାହିଁ । ଏ ନେଇ ଆମେ ବାଲିଗୁଡା ବନଖଣ୍ଡ ଅଧିକାରୀଙ୍କ ଠାରୁ ପ୍ରତିକ୍ରିୟା ନେଇଥିଲୁ ।

Advertisment
Related Articles
Advertisment