Advertisment

Cyber Fraud Raid: ସାଇବର୍ ଠକେଇରେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ, ଲକ୍ଷାଧିକ ଟଙ୍କା ଜବତ

ସାଇବର୍ ଠକେଇ ମାମଲାରେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ। ଯାଜପୁର ଧର୍ମଶାଳା ଥାନା ପୋବଳ ଗାଁ ରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୋଲିସର ମିଳିତ ଚଢ଼ାଉ ହୋଇଛି।

author-image
Chinmayee Sahoo
Cyber Fraud Raid

Cyber Fraud Raid Photograph: (OTV)

ସାଇବର୍ ଠକେଇ ମାମଲାରେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ। ଯାଜପୁର ଧର୍ମଶାଳା ଥାନା ପୋବଳ ଗାଁ ରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୋଲିସର ମିଳିତ ଚଢ଼ାଉ ହୋଇଛି। ସାଇବର ଠକେଇ ମାମଲାରେ ଆର୍ଥିକ କାରବାର ନେଇ ପୋବଳ ଗାଁର ସରୋଜ ଜେନାଙ୍କ ଘରେ ଚଢ଼ାଉ କରାଯାଇଛି। 

Advertisment

ପାଖାପାଖି ୨୦ଲକ୍ଷ ଟଙ୍କା ଜବତ ହେବା ସହ ମୁଖ୍ୟ ଅଭିଯୁକ୍ତ ସରୋଜଙ୍କ ସହ ଲିଙ୍କ ଥିବା ୩ ଜଣ ଙ୍କୁ କଟକ କ୍ରାଇମ ବ୍ରାଞ୍ଚ ଟିମ୍ ଉଠେଇ ନେଇଥିବା ସୂଚନା ମିଳିଛି। ଗତକାଲି ରାତି ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିବା କହିଛନ୍ତି ଧର୍ମଶାଳା ଥାନା ଅଧିକାରୀ। ସେପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନା ଫେରାର ରହିଛି।

ସାଇବର୍ ଠକେଇରେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ 
ଯାଜପୁର ଧର୍ମଶାଳା ଅଞ୍ଚଳରେ ଚଢ଼ାଉ 
ମାମଲାରେ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନାଙ୍କ ଘରେ ରେଡ୍  
୨୦ଲକ୍ଷ ଟଙ୍କା ଜବତ, ଅଭିଯୁକ୍ତ ସରୋଜ ଫେରାର

Advertisment
Cyber Fraud Raid CrimeBranch
Advertisment
Related Articles
Advertisment