/odishatv-khabar/media/media_files/2026/03/09/stock-market-crashes-2026-03-09-11-39-17.jpg)
Stock Market Crashes Photograph: (OTV)
ମଧ୍ୟ-ପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ଥରୁଛି ଭାରତୀୟ ସେୟାର ବଜାର। ଦଲାଲ ଷ୍ଟ୍ରିଟରେ ହାହାକାର୍। ଯୁଦ୍ଧ ନିଆଁରେ ଜଳୁଛି ନିବେଶକଙ୍କ ପୁଞ୍ଜି। ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧର ଘମାଘୋଟ ଭିତରେ ଆଜି ସକାଳୁ ସକାଳୁ ଭୁଶୁଡ଼ି ପଡ଼ିଛି ସେୟାର ମାର୍କେଟ୍। ସପ୍ତାହର ପ୍ରଥମ ଦିନରେ ନିବେଶକଙ୍କ ପାଇଁ ଆସିଛି ବଡ଼ ଦୁଃସମ୍ବାଦ। ମାତ୍ର କିଛି ମିନିଟ୍ର କାରବାର ଭିତରେ ନିଶ୍ଚିହ୍ନ ହୋଇଯାଇଛି ଶହ ଶହ କୋଟି ଟଙ୍କା।
ସୋମବାର ସକାଳୁ ସେୟାର ମାର୍କେଟ୍ ଖୋଲିଥିଲା। ଏହାକୁ ନେଇ ନିବେଶକ ଆଶାବାଦୀ ଥିଲେ। ହେଲେ ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଓଲଟା। କାରବାର ଆରମ୍ଭରୁ ହିଁ ଦେଖିବାକୁ ମିଳିଲା 'ବ୍ଲାକ୍ ମଣ୍ଡେ'ର ଝଲକ। ୨୫୦୦ ପଏଣ୍ଟ ଖସିଥିଲା ସେନସେକ୍ସ। ୭୦୦ ପଏଣ୍ଟ କ୍ରାସ୍ ହୋଇଥିଲା ନିଫ୍ଟି। ଆଉ ଦେଖୁ ଦେଖୁ ମାତ୍ର ୫ ମିନିଟରେ ସ୍ବାହା ହୋଇଯାଇଥିଲା ୧୩ ଲକ୍ଷ କୋଟି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜି, ଅର୍ଥାତ୍ BSE MCap, ପ୍ରାୟ ୪୩୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଦେଖାଦେଇଥିବା ଭୟ, ଭାରତୀୟ ବଜାରକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିଛି।
କାହିଁକି ଭୁଶୁଡୁଛି ସେୟାର ବଜାର?
ମଧ୍ୟ-ପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଇଛି। ବିଶେଷ କରି ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ବଜାରରେ ଭୟର ବାତାବରଣ ଖେଳାଇ ଦେଇଛି। ଯୁଦ୍ଧ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କାରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି। ଭାରତ ଭଳି ଦେଶ ଯିଏ ଆମଦାନୀ ଉପରେ ନିର୍ଭର କରେ, ତାର ଅର୍ଥନୀତି ପାଇଁ ଏହା ଏକ ଶକ୍ତ ଧକ୍କା। ତେଲ ଦର ବଢ଼ିଲେ ମୁଦ୍ରାସ୍ଫୀତି ବଢ଼ିବାର ଭୟ ରହିଛି, ଯାହାର ସିଧାସଳଖ ପ୍ରଭାବ ସେୟାର ବଜାର ଉପରେ ପଡୁଛି।
ଗତ ଶୁକ୍ରବାର ମଧ୍ୟ ବଜାରରେ ବଡ଼ ଧରଣର ଅସ୍ଥିରତା ଦେଖାଦେଇଥିଲା। ଗୁରୁବାର ଅପେକ୍ଷା ଶୁକ୍ରବାର ସେନସେକ୍ସ ୧୦୯୭ ପଏଣ୍ଟ ଖସିଥିବା ବେଳେ ନିଫ୍ଟି ୩୧୫ ଅଙ୍କ ଖସି ଯାଇଥିଲା । ଆଜିର ପତନ ନିବେଶକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଘଣ୍ଟାକ ମଧ୍ୟରେ କୋଟି କୋଟି ଟଙ୍କାର ସମ୍ପତ୍ତି ସ୍ୱାହା ହୋଇଯାଇଛି।
Road Accidenet: ଅକାଳରେ ଚାଲିଗଲା ଡାକ୍ତରୀ ଛାତ୍ରୀଙ୍କ ଜୀବନ, କାଳ ସାଜିଲା ସ୍ପିଡ଼ ବାଇକ୍

CYBER FRAUD: ବନ୍ଧାହେଲେ ୪୨୦ ମାମୁ-ଭାଣିଜୀ, ଲୁଟୁଥିଲେ କୋଟି କୋଟି ଟଙ୍କା

First Time Father Nervous To Hold His Baby: ପ୍ରଥମ ଥର ନବଜାତ ଶିଶୁକୁ ଧରିବାବେଳେ ବାପାଙ୍କ ଭୟ; ଭିଡିଓ ଭାଇରାଲ୍

War Tension: ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ, ବଢ଼ିଲା ଖାଇବା ତେଲ ଦର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)