/odishatv-khabar/media/media_files/2026/03/08/first-time-father-nervous-to-hold-his-baby-2026-03-08-17-18-27.jpg)
ପ୍ରଥମ ଥର ନବଜାତ ଶିଶୁକୁ ଧରିବାବେଳେ ବାପାଙ୍କ ଭୟ Photograph: (OTV)
ବର୍ତ୍ତମାନ ଏକ ଖୁବ୍ ଭାବପ୍ରବଣ ଏବଂ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏଥିରେ ଜଣେ ବାପା ଏବଂ ତାଙ୍କ ନବଜାତ ଶିଶୁ ମଧ୍ୟରେ ଏକ ବିଶେଷ ମୁହୂର୍ତ୍ତକୁ କଏଦ କରାଯାଇଛି। ନର୍ସ ନବଜାତ ଶିଶୁଟିକୁ ବାପାଙ୍କ ହାତରେ ଦେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ବାପା ଜଣଙ୍କୁ ଶିଶୁଟିକୁ ଧରିବାକୁ ସଂକୋଚ କରୁଛନ୍ତି, ତାଙ୍କୁ କିପରି ଧରିବେ ତାହା ଜାଣିପାରୁ ନାହାଁନ୍ତି।
/filters:format(webp)/odishatv-khabar/media/media_files/2026/03/08/first-time-father-nervous-to-hold-his-baby-2026-03-08-17-21-26.jpg)
ଶିଶୁଟି ଯେହେତୁ ବହୁତ କୋମଳ ବାପା ଜଣଙ୍କୁ ତାକୁ ଧରିବାକୁ ଡରୁଛନ୍ତି। ତା’ପରେ ନର୍ସ ତାଙ୍କୁ ଉତ୍ସାହ ଦେଉଛନ୍ତି ଏବଂ ଶିଶୁଟିକୁ କିପରି ଧରିବେ ତାହା ମଧ୍ୟ ଶିଖାଉଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଲୋକମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ସହିତ ଭାବପ୍ରବଣ ମନ୍ତବ୍ୟ ମଧ୍ୟ ଦେଉଛନ୍ତି।
ଡକ୍ଟର ସୁଗନ୍ୟା ଯାଦବ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି, "ଛୋଟ ଛୋଟ ଖୁସିକୁ ଧରିବାକୁ ବି ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିର ହାତ ମଧ୍ୟ ଥରିଯାଏ। ମୁହୂର୍ତ୍ତଗୁଡ଼ିକୁ ବଞ୍ଚିବାକୁ ହୁଏ। ପ୍ରତିଦିନ, ପ୍ରତି ମିନିଟ୍, ପ୍ରତି ସେକେଣ୍ଡରେ ସ୍ମୃତି ସୃଷ୍ଟି ହୁଏ, ପରିବାରରେ ନୂଆ ଖୁସି ଯୋଡି ହୁଏ।" ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହେଉଛି।
ଭିଡିଓ କ୍ଲିପରେ, ଜଣେ ନର୍ସ ସ୍ନେହ ଏବଂ ସତର୍କତାର ସହିତ ଏକ ନବଜାତ ଶିଶୁକୁ ତାଙ୍କ ବାପାଙ୍କ ହାତରେ ଦେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବାପା ପ୍ରଥମ ଥର ପାଇଁ ତାଙ୍କ ଶିଶୁକୁ ଧରିବାକୁ ଟିକେ ନର୍ଭସ ହେଉଥିବା ପରି ମନେହୁଏ ଏବଂ ତାଙ୍କୁ କିପରି ଧରିବେ ତାହା ଜାଣି ପାଉ ନାହାନ୍ତି। ଏହା ଦେଖି, ନର୍ସ ଖୁବ ଶାନ୍ତ ଏବଂ ଧୈର୍ଯ୍ୟର ସହିତ ଶୁକୁ କିପରି ଧରିବେ ବାପାଙ୍କୁ ପ୍ରତ୍ୟେକ ଷ୍ଟେପ୍ ବୁଝାଉଛନ୍ତି, କିପରି ତାଙ୍କ ହାତ ରଖିବେ ଏବଂ ଶିଶୁକୁ କିପରି ସୁରକ୍ଷିତ ଭାବରେ ସାହାରା ଦେବେ ତାହା ଦେଖାଉଛନ୍ତି।
ନର୍ସଙ୍କ ଆଶ୍ୱାସନା ଏବଂ ମାର୍ଗଦର୍ଶନ ପରେ, ବାପା ସାହସ ସଂଗ୍ରହ କରନ୍ତି ଏବଂ ଶେଷରେ ପ୍ରଥମ ଥର ପାଇଁ ତାଙ୍କ ନବଜାତ ଶିଶୁକୁ ଧରନ୍ତି। ଏହି ମୁହୂର୍ତ୍ତଟି ଏତେ ଭାବପ୍ରବଣ ଏବଂ ମଧୁର ଯେ ଏହାକୁ ସୋସିଆଲ ମିଡିଆରେ ଦେଖୁଥିବା ଲୋକମାନେ ମଧ୍ୟ ଭାବପ୍ରବଣ ହୋଇପଡୁଛନ୍ତି। ଅନେକ ୟୁଜର୍ ନର୍ସଙ୍କ ଧୈର୍ଯ୍ୟ ଏବଂ ପ୍ରେମର ସହିତ ବାପାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଶଂସା କରୁଛନ୍ତି। ଅନ୍ୟମାନେ ଏହି ମୁହୂର୍ତ୍ତକୁ ବାପାଙ୍କ ଜୀବନର ସବୁଠାରୁ ବିଶେଷ ଏବଂ ସ୍ମରଣୀୟ ଅଭିଜ୍ଞତା ବୋଲି କହୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)