Advertisment

War Tension: ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ, ବଢ଼ିଲା ଖାଇବା ତେଲ ଦର

ବଢ଼ିଲା ଖାଇବା ତେଲ  ଦର। ଚିନ୍ତାରେ ଖାଉଟି। ଲିଟର ପିଛା ୧୦ ଟଙ୍କା ବଢ଼ିଯାଇଛି ଖାଇବା ତେଲ।  ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଅଶୋଧିତ ଖାଇବା ତେଲ ଦର ବଢ଼ିଥିବା କୁହାଯାଉଛି।

author-image
Niharika Rout
Oile Rate Hike

Oile Rate Hike Photograph: (OTV)

ବଢ଼ିଲା ଖାଇବା ତେଲ  ଦର। ଚିନ୍ତାରେ ଖାଉଟି। ଲିଟର ପିଛା ୧୦ ଟଙ୍କା ବଢ଼ିଯାଇଛି ଖାଇବା ତେଲ। କଟକ ମାଲଗୋଦାମରେ ରିଫାଇନ ତେଲ ଆଗରୁ ଲିଟର ପିଛା ୧୬୦ ଟଙ୍କା ବିକ୍ରି ହେଉଥିବା ବେଳେ ଏବେ ତିନିରୁ ଚାରିଦିନ ଭିତରେ ବୃଦ୍ଧିପାଇ ୧୭୦ ଟଙ୍କାରେ ପହଞ୍ଚିଛି। ସେହିପରି ପାମୋଲିନ ତେଲ ମଧ୍ୟ ଲିଟର ପିଛା ୫ ଟଙ୍କା ବଢ଼ିଯାଇଛି। ଆଗରୁ ୧୦୨ ଟଙ୍କା ଲିଟର ପିଛା ଦର ଥିବା ବେଳେ ଏବେ ୧୦୭ ଟଙ୍କାକୁ ବୃଦ୍ଧି ପାଇଛି।
 

Advertisment

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଅଶୋଧିତ ଖାଇବା ତେଲର ଜାହାଜ ଗୁଡ଼ିକ ଠିକ୍ ସମୟରେ ପହଞ୍ଚି ପାରୁନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି। ରୁଷ୍, ୟୁକ୍ରେନ ଦେଶରୁ ରିଫାଇନ ଓ ମାଲେସିଆ, ଇଣ୍ଡୋନେସିଆ ଆଦି ଦେଶରୁ ଅଶୋଧିତ ପାମୋଲିନ ତୈଳ ଆମଦାନୀ କରାଯାଇଥାଏ। ତେବେ ଯୁଦ୍ଧ ଆଳରେ ଖାଇବା ତେଲର କଳାବଜାରୀ ହେବାର ଆଶଙ୍କା ଦେଖାଦେଇଛି। 

ମଧ୍ୟପ୍ରାଚ୍ୟରେ ଲାଗିଥିବା ଘମାଘୋଟ ଯୁଦ୍ଧ ଥମିବା ନାଁ ଧରୁନି। ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ତୁହାକୁ ତୁହା ମିସାଇଲ ମାଡ଼ ହେଉଥିବା ବେଳେ ବହୁ କ୍ଷୟକ୍ଷତି ହେବା ସହ ବହୁ ଲୋକଙ୍କ ପ୍ରାଣ ଗଲାଣି। ଯୁଦ୍ଧ ପରିସ୍ଥିତି ଯୋଗୁ ଇତି ମଧ୍ୟରେ ଅଶୋଧିତ ତେଲ ଦର ଓ ଗ୍ୟାସ୍ ଦର ବଢ଼ି ସାରିଲାଣି। ଆଜି ଖାଇବା ତେଲ ଦର ବଢ଼ିଥିବା ବେଳେ ଆଗକୁ ଆଉ କେଉଁ ସାମଗ୍ରୀର ଦର ବଢ଼ିବ ତାକୁ ନେଇ ଖାଉଟିଙ୍କ ମନରେ ଛନକା ପଶିଲାଣି। 

Advertisment
Adulterated Food Items War
Advertisment
Related Articles
Advertisment