/odishatv-khabar/media/media_files/2026/03/07/lpg-cylinder-2026-03-07-08-40-27.jpg)
LPG Cylinder Photograph: (OTV)
ରୋଷେଇ ଘରେ ଆମେରିକା-ଇରାନ ଯୁଦ୍ଧର ପ୍ରଭାବ। ଆଜିଠାରୁ ବୃଦ୍ଧି ପାଇଛି ରନ୍ଧନ ଏଲପିଜି ସିଲିଣ୍ଡରର ମୂଲ୍ୟ। ୧୪.୨ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୧୯ କେଜି ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧୫ ଟଙ୍କା ବୃଦ୍ଧି କରାଯାଇଛି। ସାରା ଦେଶରେ ଲାଗୁ ହୋଇଛି ଏହି ବର୍ଦ୍ଧିତ ଦର।
ଦିଲ୍ଲୀରେ ୧୪,୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୫୩ ଟଙ୍କାରୁ ୯୧୩ ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ, ଘରୋଇ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ ବର୍ତ୍ତମାନ ୯୧୨ ଟଙ୍କା ୫୦ ପଇସା ହୋଇଛି। ଯାହା ପୂର୍ବରୁ ୮୫୨ ଟଙ୍କା ୫୦ ପଇସା ଥିଲା।
ଚେନ୍ନାଇରେ ଏହା ୮୬୮ ଟଙ୍କା ୫୦ ପଇସାରୁ ୯୨୮ ଟଙ୍କା ୫୦ ପଇସା ହୋଇଛି। ସଂଶୋଧିତ ଦର ଆଜିଠାରୁ ତୁରନ୍ତ କାର୍ଯ୍ୟକାରୀ ହୋଇଛି। ଦିଲ୍ଲୀରେ ୧୯ କେଜି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୭୬୮ ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୧୮୮୩ ଟଙ୍କା ହୋଇଛି।
ମୁମ୍ବାଇରେ ୧୭୨୦ ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୧୮୩୫ ଟଙ୍କା ହୋଇଛି। ସେହିପରି କୋଲକାତାରେ ୧୮୭୫ ଟଙ୍କା ୫୦ ପଇସାର ବୃଦ୍ଧି ପାଇ ୧୯୯୦ ଟଙ୍କା ହୋଇଛି। ଚେନ୍ନାଇରେ ଏହା ୧୯୨୯ ଟଙ୍କାରୁ ବୃଦ୍ଧି ପାଇ ୨୦୪୩ ଟଙ୍କା ୫୦ ପଇସା ହୋଇଛି। ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଗତ ବର୍ଷ ୨୦୨୫ ଏପ୍ରିଲରୁ ଅପରିବର୍ତ୍ତିତ ଥିଲା।
Minor Boy Found Dead: ଚାଞ୍ଚଲ୍ୟ! ନାବାଳକକୁ ଗଳାକାଟି ହତ୍ୟା, ଅଖା ଭିତରୁ ମିଳିଲା ମୃତଦେହ

Daily Horoscope 7th March 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 7th March 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Weather Alert: ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା, ୮ ତାରିଖ ଯାଏଁ ୨୪ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)