Advertisment

Minor Boy Found Dead: ଚାଞ୍ଚଲ୍ୟ! ନାବାଳକକୁ ଗଳାକାଟି ହତ୍ୟା, ଅଖା ଭିତରୁ ମିଳିଲା ମୃତଦେହ

ଗଳାକଟା ଅବସ୍ଥାରେ ଅଖା ଭିତରୁ ୫ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର। ଗତ ସଂଧ୍ୟାରୁ ନିଖୋଜ ଥିଲା ନାବାଳକ। ନାବାଳକଙ୍କ ମାମୁଙ୍କ ପାଖକୁ ମେସେଜ୍ ଆସିଥିଲା।

author-image
Chinmayee Sahoo
Murder

Murder Photograph: (OTV)

ନାବାଳକଙ୍କୁ ଗଳାକାଟି ହତ୍ୟା ସନ୍ଦେହ। ୫ ବର୍ଷର ନାବାଳକଙ୍କୁ ଗଳା କାଟି ହତ୍ୟା ସନ୍ଦେହ କରାଯାଉଛି। ଏହି ଚାଞ୍ଚଲ୍ୟକରଣ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ପୁରୁଣା ଷ୍ଟେସନ ସାହିରେ। 

Advertisment

ନାବାଳକର ପୁରୁଣା ଘର ପଛପଟୁ ଅଖା ଭିତରୁ ମୃତଦେହ ଉଦ୍ଧାର ହୋଇଛି।ଗତକାଲି ସଂଧ୍ୟାରୁ ନିଖୋଜ ଥିଲା ନାବାଳକ। ନାବାଳକଙ୍କ ମାମୁଙ୍କ ପାଖକୁ ମେସେଜ୍ ଆସିଥିଲା। ଅଜଣା ନମ୍ବରରୁ ମେସେଜ୍ କରି ୪ ଲକ୍ଷ ଟଙ୍କା ମାଗିଥିଲେ ଦୁର୍ବୃତ୍ତ। 

ପୋଲିସକୁ ନ ଜଣାଇବାକୁ ବି ମେସେଜ୍ ରେ ଧମକ ଦେଇଥିଲେ। ଅପହରଣ ପରେ ନାବାଳକକୁ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସନ୍ଦେହରେ ପୋଲିସ ଜଣଙ୍କୁ ଅଟକ ରଖି ଚଳାଇଛି ତଦନ୍ତ।

Advertisment

Murder
Advertisment