/odishatv-khabar/media/media_files/2025/12/23/gold-2025-12-23-21-23-34.jpg)
GOLD Photograph: (OTV)
ବିବାହ ସିଜିନ ପୂର୍ବରୁ ଲମ୍ବା ଡିଆଁ ମାରୁଛି ସୁନା ଦର। ହୁ ହୁ ହୋଇ ବଢୁଛି। ଆଜି ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି ସୁନା ଦାମ୍। ଦିନକରେ ଭରି ୨ ହଜାରରୁ ଅଧିକ ଟଙ୍କା ମହଙ୍ଗା ହୋଇଛି। ଆଜି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମକୁ ଦାମ୍ ରହିଛି ୧ ଲକ୍ଷ ୨୭ ହଜାର ଟଙ୍କା। ଖୁବଶୀଘ୍ର ଦେଢ଼ ଲକ୍ଷ୍ୟ ଟପିଯିବା ଆଶଙ୍କା କଲେଣି ବିଶେଷଜ୍ଞ। ସେହିପରି ଦିନକରେ ରୁପା କିଲୋ ୩୦୦୦ ଟଙ୍କା ବି ବଢିଛି।
ପୁଣି ସୁନାର ଲମ୍ବା ଡିଆଁ । ଦିନକରେ ୨ ହଜାରରୁ ଅଧିକ ମହଙ୍ଗା । ଖୁବଶୀଘ୍ର ଦେଢ ଲକ୍ଷ ଛୁଇଁବ ସୁନା ଦର ।
ଆଗକୁ ଆସୁଛି ବିବାହ ଋତୁ। ଏବେଠୁ ପୁଣି ବେକାବୁ ହୋଇଛି ସୁନା ଦର। ନିଇତି ହୁ ହୁ ହୋଇ ବଢୁଛି ସୁନା। ଛାନିଆ କରୁଛି ଗ୍ରାହକଙ୍କୁ। ଶହେ କି ଦୁଇ ଶହ ନୁହେଁ, ଏକାଥରେ ହଜାରେ, ୨ ହଜାରେ ଟଙ୍କା ବଢୁଛି ରେଟ୍। ଆଜି ପୁଣିଥରେ ସବୁ ରେକର୍ଡ ଭାଙ୍ଗିଛି ସୁନା ଦର । ଦିନକରେ ସୁନା ୨୪୦୦ ଟଙ୍କା ମହଙ୍ଗା ହୋଇଥିବା ବେଳେ ୩ ହଜାର ଟଙ୍କା ବଢିଛି ରୁପା । ଏହି ବୃଦ୍ଧି ଜାରି ରହିଲେ ସୁନା ଯେ, ଦେଢ ଲକ୍ଷ ଟପିଯିବ ସେଦିନ ବେଶୀ ଡେରି ନୁହେଁ।
୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧ ଲକ୍ଷ ୨୭ ହଜାର ଟଙ୍କା
ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୧ ଲକ୍ଷ ୩୮ ହଜାର ୫୫୦ ଟଙ୍କା। ଏହା ଗତକାଲିଠାରୁ ୨୪ ଶହ ଟଙ୍କା ଅଧିକ। ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୨୨ ଶହ ଟଙ୍କା ବଢି ୧ ଲକ୍ଷ ୨୭ ହଜାର ଟଙ୍କା ହୋଇଛି । ଆଜି ସର୍ବକାଳୀନ ରେକର୍ଡ କରିଛି ସୁନା ଦର ।
ସୁନାର ଆକାଶଛୁଆଁ ଦର
ତେବେ ଭାରତୀୟ ପରମ୍ପରାରେ ସୁନାର ଚାହିଦା ସର୍ବଦା ଅଧିକ ରହି ଆସିଛି । ବାହାଘର ହେଉ ଅବା ଅନ୍ୟ କିଛି ପର୍ବ ଉପହାର ଦେବା ଲାଗି ସୁନାର ଆବଶ୍ୟକ ପଡିଥାଏ । ତେବେ ବର୍ତ୍ତମାନ ୨୪ ଓ ୨୨ କ୍ୟାରେଟ ସୁନାର ଆକାଶଛୁଆଁ ଦର ଦେଖି ଲୋକେ ଏବେ ୧୮ ଓ ୧୪ କ୍ୟାରେଟ ଉପରେ ବେଶୀ ଭରସା କରିବା ଆରମ୍ଭ କରିଛନ୍ତି । ଉଭୟ ୧୮ ଓ ୧୪ କ୍ୟାରେଟ୍ ସୁନା ଦର କମ ମଧ୍ୟ ରହୁଛି। ତେଣୁ ଲୋକେ ଏହି ଦୁଇ ପ୍ରକାରର ସୁନା ଉପରେ ଅଧିକ ଗୁରୁତ୍ବ ଦେଉ ଥିବା ଦେଖିବାକୁ ମିଳିଛି। ଏପରିକି ଆଗକୁ ଆହୁରି କମ୍ କ୍ୟାରେଟ୍ ସୁନା ବଜାରକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି ।
କେବଳ ସୁନା ନୁହେଁ ରୁପା, ପ୍ଲାଟିନମ୍ ଭଳି ଧାତୁର ମୂଲ୍ୟ ବଢିବାରେ ଲାଗିଛି । ରୁପା ଦାମ୍ ବର୍ତ୍ତମାନ କେଜି ପିଛା ରହିଛି ୨ ଲକ୍ଷ ୩୪ ହଜାର ଟଙ୍କା । ଏକଦା ପ୍ଲାଟିନମର ଚାହିଦା ସୁନାଠାରୁ ଅଧିକ ଥିଲା । ହେଲେ ଏବେ ଲୋକେ ପ୍ଲାଟିନମ୍ ଅପେକ୍ଷା ସୁନାକୁ ଅଧିକ ପସନ୍ଦ କରୁଛନ୍ତି । ସୁନା ଦର ମଧ୍ୟ ପ୍ଲାଟିନମଠାରୁ ପାଖାପାଖି ତିନି ଗୁଣା ଅଧିକ ହୋଇଗଲାଣି । ପ୍ଲାଟିନମ୍ ଅପେକ୍ଷା ସୁନା ଉପରେ ନିବେଶ ଦ୍ବାରା ଅଧିକ ଫାଇଦା ମିଳୁଥିବାରୁ ଏହି ହଳଦିଆ ଧାତୁକୁ ଅଧିକ ଗୁରୁତ୍ବ ଦେଉଛନ୍ତି ଲୋକେ । ତେବେ ୨୦୨୬ରେ ସୁନା ଦର ଆହୁରି ବୃଦ୍ଧି ହୋଇ ଦେଢ ଲକ୍ଷ ପାର୍ କରିବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ ।
Unrest Continues in Bangladesh: ବାଂଲାଦେଶରେ ଥମୁନି ବିସ୍ଫୋରକ ସ୍ଥିତି, ଭାରତରେ ତେଜିଲା ହିନ୍ଦୁ ନିର୍ଯାତନା ବିରୋଧୀ ନିଆଁ

Pollution Testing Certificate Woes: ପଲ୍ୟୁସନ ଟେଷ୍ଟିଂ ସାର୍ଟିଫିକେଟ୍ ଟେନସନ୍, ଚାଲାଣ ଭରିନଥିବା ଲୋକେ ହୀନସ୍ତା

Another Serious Allegation Surfaces from Kandhamal: କନ୍ଧମାଳରୁ ଆସିଲା ଆଉ ଏକ ସଂଗୀନ ଅଭିଯୋଗ, ଗତବର୍ଷ ବି କିସ୍ ରେ ଘଟିଥିଲା ଛାତ୍ର ହତ୍ୟା !

Political Tug-of-War in BJD: ସୁଜାତାଙ୍କ ଏଣ୍ଟ୍ରି ପାଇଁ ଦୁଇଭାଗ ବିଜେଡି, ଶ୍ରୀମୟୀଙ୍କ ବାଣକୁ ସ୍ନେହାଙ୍ଗିନୀଙ୍କ କାଉଣ୍ଟର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)