/odishatv-khabar/media/media_files/2026/02/02/gold-and-silver-rate-2026-02-02-11-17-31.jpg)
Gold and silver rate Photograph: (OTV)
ଗହଣା କ୍ରେତାଙ୍କ ପାଇଁ ଖୁସି ଖବର। ପୁଣି ଖସିଲା ସୁନା ଓ ରୁପା ଦର। ୦୨ ଫେବୃଆରୀ ୨୦୨୬ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ସୋମବାର ସୁନା ଓ ରୁପାର ମୂଲ୍ୟ କମିଥିବା ଦେଖିବାକୁ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୬ ରେ ବଜେଟ୍ ଉପସ୍ଥାପନ କରିଥିଲେ । ଏହି ସମୟରେ MCX ରେ କାରବାର ଚାଲିଥିଲା। ବଜେଟ୍ ପୂର୍ବରୁ ଏବଂ ପରେ ସୁନା ଏବଂ ରୁପାର ମୂଲ୍ୟରେ ହ୍ରାସ ହୋଇଥିବା ରେକର୍ଡ କରାଯାଇଛି ।
ଗୋଟିଏ ଝଟକାରେ ୨୪ କ୍ୟାରେଟ ସୁନା ୯ ହଜାର ୫୦ ଟଙ୍କା ତଳକୁ ଖସିଛି । ବର୍ତ୍ତମାନ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ହ୍ରାସ ପାଇ ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ୮ ହଜାର ୩୦୦ ଟଙ୍କା ହ୍ରାସ ପାଇଛି । ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କାରେ ପହଞ୍ଚିଛି ।
ସେହିପରି ରୁପା କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ୩ ଲକ୍ଷ ଟଙ୍କାରେ ପହଞ୍ଚିଛି । ଗତ ସପ୍ତାହର ଗୁରୁବାର ଦିନ ପ୍ରଥମ ଥର ପାଇଁ ରୁପା ମୂଲ୍ୟ ୪ ଲକ୍ଷ ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଥିଲା। ତା’ପରଠାରୁ ନିରନ୍ତର ରୁପା ମୂଲ୍ୟରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି।
Bengaluru Police Inspector Bribe Case: ଲାଞ୍ଚ ନେଉଥିଲେ ପୋଲିସ ବାବୁ, ଧରାପଡ଼ି ବୋବାଳି ଛାଡ଼ିଲେ

Today Panchang 2nd February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Daily Horoscope 2nd February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Weekly Horoscope From 2nd February 2026 To 08th February 2026: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)