/odishatv-khabar/media/media_files/2026/02/02/weekly-horoscope-2026-02-02-09-42-11.jpg)
weekly horoscope Photograph: (OTV)
୦୨ ସୋମରୁ ୦୮ ରବି - ସାପ୍ତାହିକ ରାଶିଫଳ
ମେଷ-
ସ୍ୱାସ୍ଥ୍ୟ ଭଲ ରହିବା ସହିତ ମନ ପ୍ରସନ୍ନ ରହିବ । ସମାଜ ସେବାରେ ସୁନାମ ଅର୍ଜନ କରି ପାରିବେ । କର୍ମକ୍ଷେତ୍ରରେ ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଭଲ ରୋଜଗାର କରିପାରିବେ । ଭାଇ ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ । ଫଳରେ ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ । ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ ।
ଶୁଭରଙ୍ଗ- ଲାଲ୍ ଏବଂ ଶୁଭସଂଖ୍ୟା- ୯
ପ୍ରତିକାର- ମଙ୍ଗଳଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ବୃଷ-
କର୍ମକ୍ଷେତ୍ରରେ ମନର ବଳ ଖୁବ୍ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରିପାରିବେ । ଅର୍ଥ ସାହାଯ୍ୟ ଲାଭକରି ଅଟକି ଯାଉଥିବା କାମକୁ ଅଗ୍ରଗାମୀ କରାଇବାରେ ସାହାଯ୍ୟ କରିବ । ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ । ବିଦ୍ୟାରେ ଉନ୍ନତି କରିବେ । ସାହିତ୍ୟ, କଳା, କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ମିଳିବ । ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ବିପର୍ଯ୍ୟସ୍ତ ଅର୍ଥନୀତିର ବିପଦରୁ ମୁକ୍ତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା-୬
ପ୍ରତିକାର- ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ପ୍ରତିଷ୍ଠା ସୁରକ୍ଷା ହେବ । ବ୍ୟବସାୟରେ ଉନ୍ନତି ସହିତ ଅନେକ ସୁବିଧା ସୁଯୋଗ ପ୍ରାପ୍ତି ହେବ । କର୍ମକୁ ଅଧିକ ଗୁରୁତ୍ୱ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ନିଜର ଆବଶ୍ୟକତା ପୂରଣ ଦିଗରେ ଗୁରୁତ୍ୱ ଦେବେ । ସାମାଜିକ ସ୍ତରରେ ସମସ୍ତଙ୍କ ମେଳରେ ରହି ପ୍ରଶଂସିତ ହେବେ ।
ଶୁଭରଙ୍ଗ- ସବୁଜ ଏବଂ ଶୁଭସଂଖ୍ୟା- ୫
ପ୍ରତିକାର- ମା ତ୍ରିପୁରା ସୁନ୍ଦରୀଙ୍କ କବଚ ଧାରଣ କରନ୍ତୁ ।
କର୍କଟ-
କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ ପରିକ୍ରମ ବୃଦ୍ଧି ପାଇ ଯଶ, ମାନସମ୍ମାନ ପ୍ରତିଷ୍ଠା ମିଳିବ । ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି କାମ କରିବା ଦ୍ୱାରା ସମାଲୋଚନାର ପାତ୍ର ହେବାକୁ ପଡିପାରେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣତା ବୃଦ୍ଧି ପାଇବ । ବ୍ୟବସାୟ କ୍ଷେତ୍ରରେ, ପରିବହନରେ କିମ୍ବା ମାଲିମକଦ୍ଦମାରେ ସଫଳତା ପାଇବେ । ଭାଇଙ୍କ ସହିତ ଲାଗିଥିବା ବିବାଦ ସମାଧାନ ହୋଇ ପରାକ୍ରମ ବଢିବା ସହ ପରିବାରରେ ସୁଖଶାନ୍ତି ଅନୁଭବ କରିବେ ।
ଶୁଭ ରଙ୍ଗ-ଧଳା ଏବଂ ଶୁଭ ସଂଖ୍ୟା-୨
ପ୍ରତିକାର-ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ସିଂହ-
ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ଥିଲେ ମଧ୍ୟ ଲାଭ ସୁନିଶ୍ଚିତ । ସାମ୍ବାଦିକମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପଢିବା, ପଢେଇବା ବା ଅଧ୍ୟାପନା ମାମଲାରେ ପ୍ରଶଂସା ପାଇବେ । ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ । ପାଖରେ ଥିବା ସାଥୀ ଓ ପ୍ରିୟଜନଙ୍କୁ ଆର୍ଥିକ ଏବଂ ଭାବନାତ୍ମକ ସାହାଯ୍ୟ ସହଯୋଗ କରିବାକୁ ବାଧ୍ୟ ହେବେ ।
ଶୁଭରଙ୍ଗ- ନାରଙ୍ଗୀ ଏବଂ ଶୁଭସଂଖ୍ୟା- ୧
ପ୍ରତିକାର- କୌଣସି ଅନାଥ ଆଶ୍ରମରେ ଗହମ ଦାନ କରନ୍ତୁ ।
କନ୍ୟା-
ମନରେ ଧୌର୍ଯ୍ୟ ଓ ସାହସ ଭରପୂର ରହିଥିବା କାରଣରୁ ଆଜି କୌଣସି ସମସ୍ୟା ଆପଣଙ୍କୁ ବିଚଳିତ କରିପାରିବ ନାହିଁ । କଳା, ସାହିତ୍ୟ, ସାମ୍ବାଦିକତା ଓ ସଭା ସମିତିରେ ସମସ୍ୟା ସମାଧାନ ସକାଶେ ସମର୍ଥ ହେବେ । କିଛି ଶୁଭ ଖବର ପାଇ ମନରେ ଲୁଚିଥିବା ଦୁଃଖ ଓ ନୈରାଶ୍ୟକୁ ପାସୋରି ଦେଇପାରନ୍ତି । ପୁତ୍ର କନ୍ୟାମାନଙ୍କର ଉନ୍ନତି ଓ ଅଗ୍ରଗତି ଘଟିବ । ଦାମ୍ପତ୍ୟ ଜୀବନରେ ମତାନ୍ତର ଦେଖା ଦେଇପାରେ । ମୂଲ୍ୟବାନ ପଦାର୍ଥ ଓ ଅଧିକ ଧନରତ୍ନ ସହିତ ଏକୁଟିଆ ଚଳପ୍ରଚଳ ହେବା ନିରାପଦ ନୁହେଁ । ହାତ ପାଆନ୍ତାରେ ଥିବା ସୁଯୋଗ ହରାଇ ମନ ବିଚଳିତ ହୋଇପାରେ । ବେପାରୁଆ କାର୍ଯ୍ୟକଳାପ ଯୋଗୁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା-୫
ପ୍ରତିକାର-ମିଠା ଦହି ଖାଇ ଘରୁ ବାହାରନ୍ତୁ
ତୁଳା-
ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁପ୍ରଭାବ ପଡିବ ନାହିଁ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍ । ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍ ।
ଶୁଭରଙ୍ଗ- ଧଳା ଏବଂ ଶୁଭସଂଖ୍ୟା- ୬
ପ୍ରତିକାର- ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ବିଛା-
କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ଯାତ୍ରା କାଳରେ କୌଣସି ଦରକାରୀ ଜିନିଷ ଘରେ ଛାଡି ଦେଇପାରନ୍ତି । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତରୁ ଉପକୃତ ହେବେ । ବ୍ୟବସାୟ କ୍ଷେତ୍ରରେ ମନ ଲାଗିବା ଦ୍ୱାରା ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ସଫଳ ହେବେ । ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ ଏବଂ ଗୃହରେ ସୁଖଶାନ୍ତି ବିରାଜମାନ କରିବ ।
ଶୁଭ ରଙ୍ଗ-ଲାଲ୍ ଏବଂ ଶୁଭ ସଂଖ୍ୟା-୯
ପ୍ରତିକାର-ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ
ଧନୁ-
ରାଜନୈତିକ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ସାଧାରଣ ଲୋକ ସମ୍ପର୍କ ବୃଦ୍ଧିହେବା ଯୋଗେ ବିଜୟୀ ହେବେ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ବ୍ୟବସାୟୀ ମାନଙ୍କର କାରବାର ବଢିବା ସହ ମନମୁତାବକ ଲାଭବାନ ହେବାର ସମ୍ଭାବନା ଅଛି । ମନୋରଞ୍ଜନ କାର୍ଯ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ ।
ଶୁଭରଙ୍ଗ- ହଳଦିଆ ଏବଂ ଶୁଭସଂଖ୍ୟା- ୩
ପ୍ରତିକାର- ମା ଉଗ୍ରତାରାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ମକର-
ବନ୍ଧୁଙ୍କ ପରାମର୍ଶ କ୍ରମେ କୌଣସି ନୂତନ କାର୍ୟ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତି। ବିବାଦୀୟ ଘଟଣା ଅମୀମାଂସିତ ରହିବା କାରଣରୁ ମାନସିକ ଯନ୍ତ୍ରଣା ପାଇବେ। ସହକର୍ମୀଙ୍କ ଆଗମନକୁ ଅପେକ୍ଷା କରିବା ହେତୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତୀ ହେବେ । ପରିବାର ଜନଙ୍କଠାରୁ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତିଅନୁଭବ କରିବେ । ନୂତନ ସମ୍ପତି ଯାନବାହନ ଗୃହୋପକରଣ କ୍ରୟ କରିବାର ଯୋଜନା କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା-୮
ପ୍ରତିକାର-ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
ପୁରାତନ ରୋଗ ପୀଡାରୁ ଉପଶମ ପାଇ ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ କରିବେ । ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେି । ପରିବାରର ସମସ୍ତ ଆଶାପୂରଣ କରିବାକୁ ସାମର୍ଥ୍ୟ ହେବେ । ରାଜନୀତି କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ ।
ଶୁଭରଙ୍ଗ- ନୀଳ ଏବଂ ଶୁଭସଂଖ୍ୟା- ୮
ପ୍ରତିକାର- ଶନି ମହାଗ୍ରହଙ୍କର ବୀଜ ମନ୍ତ୍ର ପାଠ କରନ୍ତୁ ।
ମୀନ-
ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ । ଆର୍ôଥକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ପ୍ରେମୀ ଯୁଗଳ ମାନେ ଏକାନ୍ତରେ ସମୟ ବିତାଇବେ । ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତପାହାନ୍ତକୁ ଆସିବ । କଠିନ ପରିଶ୍ରମ କରି ପ୍ରଶଂସା ପାଇବେ । ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ। ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନରେ ଅସୁବିଧା ହେବ ନାହିଁ। ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି,ଫଳରେ ମାନସିକ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା-୩
ପ୍ରତିକାର-ଶ୍ରୀ କୃଷ୍ଣ ଙ୍କ ପୂଜା କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)