/odishatv-khabar/media/media_files/2026/02/02/horoscope-2026-02-02-09-11-43.jpg)
Horoscope Photograph: (OTV)
ଫେବ୍ରୁଆରୀ ୦୨, ସୋମବାର
ମେଷ-
ଅଶ୍ୱନୀ- ବନ୍ଧୁଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବାକୁ ପଡିପାରେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ଓ ସାଧାରଣ କଥାକୁ ଅସାଧାରଣ ଭାବେ ଚିନ୍ତା କରିବେ।
ଦ୍ୱିଜା- ଆଜି ଦୂରଯାତ୍ରା, ବାଣିଜ୍ୟ, ପରିବହନ, ବନ୍ଧୁବାନ୍ଧବ କ୍ଷେତ୍ରରେ ସୁଫଳ ପାଇବେ। ବ୍ୟକ୍ତି ସବୁକଥାକୁ ଭଲରୂପେ ବିଚାରି କାମ ନ କଲେ ସମସ୍ୟା ମାଡ଼ି ଆସିପାରେ। ଭାଇ ବନ୍ଧୁ ମିତ୍ରଙ୍କ ସାହାଯ୍ୟ ସହଯୋଗ ପାଇ ସୁଖ ସମୃଦ୍ଧି ବୃଦ୍ଧି ହେବ ।
କୃତିକା- ଆଶା ପୂରଣ ହେବାରେ ଜଣେ ସହକର୍ମୀ ସାହାଯ୍ୟ କରିବେ। ଅଭାବ, ଅଶାନ୍ତି ମଧ୍ୟରେ ସମୟ କାଟିବାକୁ ବାଧ୍ୟ ହୋଇପାରନ୍ତି । ଆପଣଙ୍କ ଧୈର୍ଯ୍ୟ, ଯୁକ୍ତିଯୁକ୍ତ କଥା ପରିସ୍ଥିତିକୁ ସମ୍ଭାଳିବାରେ ସାହାଯ୍ୟ କରିବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଭେଟ ହୋଇପାରେ ତାଙ୍କ ସହିତ ସମ୍ପର୍କ ବଢାଇବେ । ପାରିବାରିକ ବିବାଦ କାରଣରୁ ଆଜି ଆପଣଙ୍କ ବୈବାହିକ ଜୀବନ ପ୍ରଭାବିତ ରହିବ । ବଡ କମ୍ପାନୀ ସହିତ ବ୍ୟବସାୟରେ ଜଡିତ ହୋଇ ପାରନ୍ତି ।
ରୋହିଣୀ- ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ମୁରବୀ ଆପଣଙ୍କୁ କୈାଣସି ଭଲ ପରାମର୍ଶ ଦେଇ ପାରନ୍ତି । ଶିକ୍ଷାକ୍ଷେତ୍ରରେ ନୂତନ ଜ୍ଞାନ ଆହରଣ କରିବେ ।
ମୃଗଶିରା- ଛୋଟ ଘଟଣାକୁ ଗୁରୁତର ମନେକରି ଭାବପ୍ରବଣ ହୋଇପାରନ୍ତି । ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ସାହିତ୍ୟ କ୍ଷେତ୍ରରେ ବେଶ୍ ଆଦୃତ ହେବେ । କୋର୍ଟରେ ତାରିଖ ସ୍ଥିରଧାର୍ଯ୍ୟ ହୋଇପାରେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ମୃଗଶିରା- ଯେଉଁ କାମ ହାତକୁ ନେଇଛନ୍ତି ତାହା ସହଜରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡ଼ିବା ପାଇଁ ଚିନ୍ତା କରିବେ।
ଆଦ୍ରା- ପରିବାରରେ କୈାଣସି ଗୁରୁ ଦାୟିତ୍ୱ ତୁଲାଇବେ । ବ୍ୟବସାୟରେ ବ୍ୟସ୍ତ ରହିବେ, ମାତ୍ର ବିଶେଷ ଭାବରେ ଲାଭବାନ୍ ହେବେ। ଆପଣ ଅଧ୍ୟୟନ କରିବାକୁ ବହୁତ ଆଗ୍ରହୀ ହେବେ ।
ପୁନର୍ବସୁ- ପୂର୍ବ ଶତ୍ରୁତା କାରଣରୁ ପ୍ରତ୍ୟେକ କାର୍ୟ୍ୟାବଳୀର ସଠିକ୍ ସମୀକ୍ଷା କରିପାରିବେ ନାହିଁ। ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି କ୍ଷେତ୍ରରେ ସାଧାରଣ ସମସ୍ୟା ଲାଗିରହିବ । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ଚେଷ୍ଟାରେ ପାଇବେ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ବ୍ୟବସାୟରେ ପୁରୁଣା ସମସ୍ୟା ସମାଧାନ ହୋଇ ଅର୍ଥିକ ଉନ୍ନତି ଘଟିବ । କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ । ସମ୍ମାନର ସହିତ ଦିନ ଚର୍ଯ୍ୟା କରି ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣ କରି ଆନନ୍ଦ ଅନୁଭବ କରିବେ ।
ପୁଷ୍ୟା- ବ୍ୟବସାୟ- ବାଣିଜ୍ୟ ପାଇଁ ବିଦେଶକୁ ଯିବେ । ରାଜନୈତିକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ଛାତ୍ରଛାତ୍ରୀମାନେ ପଢାକୁ ନେଇ ଚିନ୍ତାରେ ରହି ପାରନ୍ତି ।
ଅଶ୍ଲେଷା- ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ ହେବ । ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି । ଖେଳାଳି ମାନଙ୍କ ପାଇଁ ଦିନଟି ଶୁଭ ରହିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ-
ମଘା- ପରିବାରରେ ଭୁଲ୍ ବୁଝାମଣା ଓ ନିଜର କେତେକ ବ୍ୟତିକ୍ରମକୁ ସଜାଡ଼ିବାକୁ ଯାଇ ଅସ୍ଥିରତା ଲାଗି ରହିବ। ଅଭାବ ନ ଥିଲେ ମଧ୍ୟ ଅନାବଶ୍ୟକ ବ୍ୟୟରୁ ବିଚଳିତ ହେବେ । କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ବନ୍ଧୁତ୍ୱ ସୃଷ୍ଟି ହେବ ।
ପୂ,ଫାଲଗୁନି- କର୍ମକ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାକୁ ପଡ଼ିପାରେ। ଆଗାମୀ ସମୟର ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ଼ ପାଇଁ ଅସୁବିଧା ଆସିପାରେ । ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ
ଉ,ଫାଲଗୁନି- ସାମାଜିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ତାହାର ପଥରୋଧ କରିବ । ବ୍ୟବସାୟିକ ଦିଗଟି ଗତାନୁଗତିକ ରୀତିରେ ଗଡ଼ିଚାଲିବ । ବାଦ ବିବାଦ ମାଲିମକଦ୍ଦମାରେ କୃତକାର୍ଯ୍ୟ ହେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
କନ୍ୟା-
ଉ,ଫଳଗୁନି- ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । ବନ୍ଧୁଙ୍କ ସାହାର୍ୟ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ । ବୃଦ୍ଧି ବିଦ୍ୟାର ଉତମ ଉପଯୋଗ କରି କାର୍ୟ୍ୟରେ ସଫଳତା ପାଇବେ
ହସ୍ତା- ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ । କ୍ୟାରିୟର କୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ରାଜନୀତିରେ ଶତ୍ରୁମାନେ ଭୟଭୀତ ହେବେ ।
ଚିତ୍ରା-ନିଜ ଲୋକଙ୍କ ସହିତ ମତାନ୍ତର, ମନାନ୍ତର ଦେଖାଦେବ । କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଆସିବ । ଆପଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ
ତୁଳା-
ଚିତ୍ରା- ଲଢ଼େଇ କରି ପରିସ୍ଥିତିର ମୁକାବିଲାରେ ସମର୍ଥ ହେବେ। ଯାନ୍ତ୍ରିକ ତ୍ରୁଟି କାରଣରୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ।ବ୍ୟବହାରରେ ପରିବର୍ତ୍ତନକରି ଗୁରୁଜନଙ୍କ ସନ୍ତୋଷ ଭାଜନ ହେବେ । ସ୍ୱାତୀ- କର୍ମକ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ଅତୀତ ଘଟଣାର ସମୀକ୍ଷା କରିବେ। ଛାତ୍ରଛାତ୍ରୀ ମାନେ ବିଶେଷ ଫଳ ପ୍ରଦର୍ଶନ କରିବେ ନାହିଁ ।
ବିଶାଖା- ଶତ୍ରୁତା କାରଣରୁ ଖଳ ଲୋକମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଦୀର୍ଘଦିନର ଆଶା ପୂରଣ ହୋଇପାରେ । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ
ବିଛା-
ବିଶାଖା- ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ । କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ
ଅନୁରାଧା- ପିଲାମାନଙ୍କ ପାଠ ପଢାକୁ ନେଇ ଚିନ୍ତିତ ରହିବେ । ମହିଳା ମାନେ କଠିନ ପରିଶ୍ରମ କରିବେ । ଅଫିସ୍ ରେ ଉପରିସ୍ଥ ଅଧିକାରୀଙ୍କର ସାହାର୍ୟ୍ୟ ସହଯୋଗ ପାଇବେ
ଜ୍ୟେଷ୍ଠା- ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଥିଲେ ତାହା ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇ ମନ ଖୁସୀ ହୋଇଯିବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
ମୂଳା- ବ୍ୟବସାୟରେ ଭାଇ ଭଉଣୀଙ୍କ ଠାରୁ ସହଯୋଗ ମିଳିବ । ଭୋଗବିଳାସ, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ଓ ମଉଜ ମଜଲିସ୍ ସକାଶେ ମନ ବଳାଇବେ। ପରିବାରରେ ସୁଖଶାନ୍ତି ପ୍ରାପ୍ତ ହେବ ।
ପୂ,ଷାଢା- ଗବେଷଣା, ସଭାସମିତି, କଳା, ସାହିତ୍ୟ ଓ ରଚନାମତ୍କ କାର୍ୟ୍ୟରେ ଅଗ୍ରଗତି ଘଟିବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ଛାତ୍ରଛାତ୍ରୀ ମାନେ ଉତ୍ତମ ଫଳ ପ୍ରଦର୍ଶନ କରିବେ ।
ଉ,ଷାଢା- ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଟି ଏକପ୍ରକାର ଭଲରେ ଅତିବାହିତ ହେବ। ସହକର୍ମୀ ମାନଙ୍କ ସୌହାର୍ଦ୍ଦ୍ୟରୁ ସମସ୍ୟା ଗୁଡ଼ିକ ସୁଧୁରି ଯିବ। ନିକଟ ସମ୍ପର୍କୀୟମାନଙ୍କଠାରୁ ପରାମର୍ଶ ନେବା ଭଲ ହେବ
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଭୋଗ ଲଗାଇ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ
ମକର-
ଉ,ଷାଢା- କର୍ମ କ୍ଷେତ୍ରରେ ଆତ୍ମବିଶ୍ୱାସ ଓ ଦୃଢତା ଯୋଗେ ସମ୍ମାନର ଅଧିକାରୀ ହୋଇପାରିବେ । ସୁସ୍ଥ ମାନସିକତା ରକ୍ଷା କରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ପାରିବାରିକ ତିକ୍ତତାର ସମସ୍ୟା ଦୂର ହେବ ।
ଶ୍ରବଣା- ରାଜନୀତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଅଫିସରୁ ଆସିଲା ବେଳେ ନିଜ ମନ ପସନ୍ଦର ଜିନିଷ ଟିଏ କିଣିକି ଆଣିବାରେ ସମର୍ଥ ହେବେ
ଧନିଷ୍ଠା- ଜମିଜମା ସମ୍ବନ୍ଧୀୟ କଥାବାର୍ତ୍ତା ପ୍ରଭୃତିରେ ଉନ୍ନତମାନର ସୁଫଳ ପାଇବେ । ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍ ସମୟରେ କରି ପାରିବେ ନାହିଁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ଧନିଷ୍ଠା- କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସାଙ୍ଗକୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ବିବାଦ ଭିତରକୁ ଟାଣି ହୋଇଯିବାର ଆଶଙ୍କା ରହିଛି।
ଶତଭିଷା- ସରକାରୀ ସହାୟତା ପାଇବେ । ଅତି ଭଲ ସମ୍ପର୍କ ଥିବା ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ରାଜନୀତିରେ ମାନ ସମ୍ମାନ ଲାଭ କରିବେ ।
ପୂ,ଭାଦ୍ରପଦ- ଗୁରୁତ୍ୱପୂର୍ଣ୍ଣ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି। ବିବାଦୀୟ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିବେ । ପାରିଶ୍ରମିକ ମନ ଲାଖି ନହେବା କାରଣରୁ ମନ ବିଷାଦଗ୍ରସ୍ତ ହୋଇପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ-
ପୂ,ଭାଦ୍ରପଦ- ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ। ସମ୍ପର୍କୀୟଙ୍କ ସହ ମିତ୍ରତା ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ଉ,ଭାଦ୍ରପଦ- ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ । ଭ୍ରମଣ, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ଋଣ ଭରଣାରେ ସହଜ ହେବ ।
ରେବତୀ- ଜାଗା,ଜମି, ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)