Advertisment

Gold And Silver Price Update: ପୁଣି ଖସିଲା ସୁନା ଦର, ଏକାଥରେ ୫୫ ହଜାର କମିଲା ରୁପା

ଆଜି ପୁଣି କମିଲା ସୁନା ରୁପା ଦର। ଲଗାତାର ଦ୍ବିତୀୟ ଦିନରେ ସୁନା ରୁପା ଖସିଛି। ୨୪ କ୍ୟାରେଟ୍ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଲା। ରୁପା କେଜି ପିଛା ୫୫ ହଜାର ହ୍ରାସ ପାଇଛି।

author-image
Chinmayee Sahoo
Gold and Silver Rate Update

Gold and Silver Rate Update Photograph: (OTV)

ଆଜି ପୁଣି କମିଲା ସୁନା ରୁପା ଦର। ଲଗାତାର ଦ୍ବିତୀୟ ଦିନରେ ସୁନା ରୁପା ଖସିଛି। ୨୪ କ୍ୟାରେଟ୍ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଲା। ଗତ କାଲି ସୁନା ଦର ୧୦ ଗ୍ରାମ ପିଛା ୨୪କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୯ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ହୋଇଛି। 

Advertisment

ସେହିପରି ୨୨ କ୍ୟାରେଟ୍‌ ସୁନା ଦର ଗତ କାଲି ୧ ଲକ୍ଷ ୫୫ ହଜାର ୧୦୦ ଟଙ୍କା ଥିବା ବେଳେ ଆଜି ୭୯୦୦ ଟଙ୍କା କମି ହେଲା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା। ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୨୪ ହଜାର ୯୦୦ ଟଙ୍କା ଥିବା ବେଳେ ଆଜି ୬ ହଜାର ୪୬୦ ଟଙ୍କା କମି ୧ ଲକ୍ଷ ୨୦ ହଜାର ୪୪୦ ଟଙ୍କା ହୋଇଛି। 

ଅନ୍ୟପଟେ ଦଶନ୍ଧିରେ ସର୍ବାଧିକ ଖସିଛି ରୁପା ଦର। ଆଜି ଗୋଟିଏ ଦିନରେ ରୁପା କେଜି ପିଛା ୫୫ ହଜାର ହ୍ରାସ ପାଇଛି। ଗତ କାଲି ରୁପା ଦର ୪ ଲକ୍ଷ ୫ ହଜାର ଟଙ୍କା ଥିବା ବେଳେ ଆଜି ୩ ଲକ୍ଷ ୫୦ ହଜାର ଟଙ୍କା ହୋଇଛି।

Advertisment

କେନ୍ଦ୍ର ବଜେଟ୍ ପୂର୍ବରୁ ସୁନା ଓ ରୁପା ଭଳି ମୂଲ୍ୟବାଦ ଧାତୁରେ ଲଗାତର ମୂଲ୍ୟ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ସାମାନ୍ୟ ଆଶ୍ବାସନା ଆଣିଛି।

Silver Prices Fall Gold Silver Price Today Gold Silver Price gold price drop Gold Price Drops Gold Rate Today
Advertisment