/odishatv-khabar/media/media_files/2026/01/31/gold-and-silver-rate-update-2026-01-31-10-36-36.jpg)
Gold and Silver Rate Update Photograph: (OTV)
ଆଜି ପୁଣି କମିଲା ସୁନା ରୁପା ଦର। ଲଗାତାର ଦ୍ବିତୀୟ ଦିନରେ ସୁନା ରୁପା ଖସିଛି। ୨୪ କ୍ୟାରେଟ୍ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଲା। ଗତ କାଲି ସୁନା ଦର ୧୦ ଗ୍ରାମ ପିଛା ୨୪କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୯ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ହୋଇଛି।
ସେହିପରି ୨୨ କ୍ୟାରେଟ୍ ସୁନା ଦର ଗତ କାଲି ୧ ଲକ୍ଷ ୫୫ ହଜାର ୧୦୦ ଟଙ୍କା ଥିବା ବେଳେ ଆଜି ୭୯୦୦ ଟଙ୍କା କମି ହେଲା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା। ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୨୪ ହଜାର ୯୦୦ ଟଙ୍କା ଥିବା ବେଳେ ଆଜି ୬ ହଜାର ୪୬୦ ଟଙ୍କା କମି ୧ ଲକ୍ଷ ୨୦ ହଜାର ୪୪୦ ଟଙ୍କା ହୋଇଛି।
ଅନ୍ୟପଟେ ଦଶନ୍ଧିରେ ସର୍ବାଧିକ ଖସିଛି ରୁପା ଦର। ଆଜି ଗୋଟିଏ ଦିନରେ ରୁପା କେଜି ପିଛା ୫୫ ହଜାର ହ୍ରାସ ପାଇଛି। ଗତ କାଲି ରୁପା ଦର ୪ ଲକ୍ଷ ୫ ହଜାର ଟଙ୍କା ଥିବା ବେଳେ ଆଜି ୩ ଲକ୍ଷ ୫୦ ହଜାର ଟଙ୍କା ହୋଇଛି।
କେନ୍ଦ୍ର ବଜେଟ୍ ପୂର୍ବରୁ ସୁନା ଓ ରୁପା ଭଳି ମୂଲ୍ୟବାଦ ଧାତୁରେ ଲଗାତର ମୂଲ୍ୟ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ସାମାନ୍ୟ ଆଶ୍ବାସନା ଆଣିଛି।
'Dahani' Term Declared Criminal: ‘ଡାହାଣୀ’ ଶବ୍ଦ ଅପରାଧ, ଐତିହାସିକ ଓ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଲେ OHRC

Joranda Magha Mela 2026 Begins Today: ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା, ଶୁଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

CJ Roy Found Dead After IT Raid: ଆଇଟି ରେଡ୍: ବନ୍ଧୁକରୁ ନିଜକୁ ଗୁଳିକରି ଜୀବନ ହାରିଲେ ସିଜେ

Sunetra Pawar Maharashtra DCM: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା ପାୱାର, ଏନସିପି ମୁଖିଆ ପଦ ସମ୍ଭାଳି ପାରନ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)