/odishatv-khabar/media/media_files/2025/11/06/amazon-laid-off-2025-11-06-17-03-38.jpg)
AMAZON-LAID-OFF Photograph: (OTV)
ପୁଣି ବଡ ଧରଣର ଛଟେଇ । ବାହାରିଲେ ୧୪ ହଜାର କର୍ମଚାରୀ । ଗୋଟିଏ ମେସେଜରେ, ଚାକିରି ଗଲା । ଏ ବର୍ଷ ଆଇଟି କର୍ମଚାରୀଙ୍କ ଉପରେ ଯେମିତି ଛଟେଇର ଚଡକ ପଡିଛି । ଗୋଟିଏ ପରେ ଗୋଟିଏ ଟେକ୍ କମ୍ପାନୀ ହଜାର ହଜାର କର୍ମଚାରୀଙ୍କୁ ବିଦା କରିବାରେ ଲାଗିଛନ୍ତି । ପୂର୍ବରୁ ଇନଫୋସିସ୍, ଟିସିଏସ୍, ଆକ୍ସେଞ୍ଚର ପରେ ଆଉ ଗୋଟିଏ ବଡ କମ୍ପାନୀରେ ଛଟେଇ ନେଇ ବଢିଛି ଚିନ୍ତା । ୧୪ ହଜାର କର୍ମଚାରୀଙ୍କୁ ବିଦା କରିଛି ଟେକ୍ ଜିଆଣ୍ଟ ଆମାଜନ ।
ସକାଳୁ ଆମାଜନ କର୍ମଚାରୀମାନଙ୍କୁ ମେସେଜ ଗଲା । ‘ଅଫିସ୍ ଆସିବା ପୂର୍ବରୁ ନିଜ ଇମେଲ୍ ଚେକ୍ କର । ଇମେଲ୍ ମିଳିନଥିଲେ ହେଲ୍ପ ଡେସ୍କ ନମ୍ବରକୁ ଫୋନ୍ କର’ । ଆଉ ଏହି ଇମେଲ୍ ପଢିବା ପରେ ଛାନିଆ ହୋଇଯାଇଥିଲେ କର୍ମଚାରୀ । ‘ୟୁ ଆର୍ ଫାୟାର୍ଡ’ ଲେଖି ବିଦା କରିଦେଇଥିଲା କମ୍ପାନୀ । କିଛି ରିପୋର୍ଟରେ କୁହାଯାଉଛି, ଆମାଜନ ଆହୁରି କର୍ମଚାରୀ ଛଟେଇ କରିବ । ଅତିକମରେ ୩୦ ହଜାର କର୍ମଚାରୀଙ୍କୁ ବିଦା କରିପାରେ । ଆମାଜନ ଇତିହାସର ଏହା ସବୁଠୁ ବଡ ଛଟେଇ ହେବ । ସୂତ୍ର ଅନୁସାରେ, କମ୍ପାନୀ କୋଭିଡ ବେଳେ ଅନେକଗୁଡିଏ କର୍ମଚାରୀ ନିଯୁକ୍ତ କରିଥିଲା, ଆଉ ଏବେ ଦରମା ଦେଇ ନପାରିବାରୁ ବାହାର କରୁଛି । ଛଟେଇର ବଡ କାରଣ AI ବୋଲି ବି କୁହାଯାଉଛି । ତେବେ ବାହାର କରାଯାଉଥିବା କର୍ମଚାରୀଙ୍କୁ ୯୦ ଦିନର ଦରମା ଦିଆଯିବ ବୋଲି କହିଛନ୍ତି ଆମାଜନ HR ହେଡ୍ ।
ଗତ ଜୁନ୍ରେ ଆମାଜନ ସିଇଓ ଏଣ୍ଡି ଜେସି କହିଥିଲେ, ଦ୍ରୁତଗତିରେ ଏଆଇର ବ୍ୟବହାର ବଢୁଛି । ଏଥିରେ ଲୋକଙ୍କ ଚାକିରି ଯିବାର ଆଶଙ୍କା ରହିଛି । ରୁଟିନ୍ ଟାସ୍କ ଆଧାରିତ କର୍ମଚାରୀଙ୍କ ଛଟେଇ ହୋଇପାରେ । ଏମାନଙ୍କୁ ୯୦ ଦିନର ସେଭରାନ୍ସ ପ୍ୟାକେଜ ଦେଇ ବାହାର କରାଯିବ ।
୨୦୨୫ ଆରମ୍ଭରୁ ଏ ପର୍ଯ୍ୟନ୍ତ ଭାରତର ଗ୍ଲୋବାଲ ଟେକ୍ନୋଲୋଜି ସେକ୍ଟରରେ ଲକ୍ଷେ ୧୨ ହଜାର ଛଟେଇ ହୋଇସାରିଛି । କେବଳ ଟିସିଏସ୍ ୧୨ ହଜାର ଛଟେଇ ଘୋଷଣା କରିଥିଲା । ପରେ ଇନଫୋସିସ୍, ମାଇକ୍ରୋସଫ୍ଟ, ଆକ୍ସେଞ୍ଚର ଭଳି ବଡ ବଡ କମ୍ପାନୀ ବି ଏହି ଲିଷ୍ଟରେ ସାମିଲ୍ ହୋଇଥିଲେ । ଆଇଟି ଇଣ୍ଡଷ୍ଟ୍ରୀ ଏମିତି ଛଟେଇକୁ ନେଇ ଏବେ ଚିନ୍ତାରେ ଲକ୍ଷ ଲକ୍ଷ କର୍ମଚାରୀ ।
Real Hero: ମଣିଷ ହେବ ତ ଏମିତି , ସ୍ୱାର୍ଥପର ଦୁନିଆର ସଚ୍ଚୋଟ ମଣିଷ ...ଅନ୍ୟଙ୍କ ପାଇଁ ସାଜିଛନ୍ତି ଉଦାହରଣ

Gold Turns Imitation: ବ୍ୟାଙ୍କକୁ ବିଶ୍ବାସ ନାହିଁ ! ସୁନା ନେଲେ ଇମିଟେସନ ଦେଲେ...ଆସିଲା ସାଂଘାତିକ ଅଭିଯୋଗ

Tragic End of Home Guard Sujata: କାହିଁକି ଜୀବନ ହାରିଦେଲେ ମହିଳା ହୋମଗାର୍ଡ ସୁଜାତା? ପରିବାର ଲୋକ କହିଲେ…

Fights For Brother: ଭାଇ ପାଇଁ ହୁଲୁସ୍ତୁଲୁ କଲେ ସେଲିନା, ସରକାର ନେଲେ ଆକ୍ସନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)