/odishatv-khabar/media/media_files/2025/11/06/udala-axis-bank-gold-froud-2025-11-06-15-26-33.jpg)
Udala-Axis-Bank-Gold-Froud Photograph: (OTV)
ବ୍ୟାଙ୍କରେ ସୁନା ରଖିଥିଲେ ସାବଧାନ ! ରଖିବେ ସୁନା, ମିଳିବ ଇମିଟେସନ ! ଲକର ଭିତରୁ ଗାଏବ ହେଉଛି ଗହଣା । ଗ୍ରାହକ ଟଙ୍କା ନେଇ ସୁନା ବନ୍ଧକ ରଖିଥିଲେ । ହେଲେ ବ୍ୟାଙ୍କ ଫେରାଇଛି ଇମିଟେସନ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଉଦଳାରୁ । ସେହି ଅଂଚଳର ବିଜୟ ସାହୁ ଫେବ୍ରୁଆରୀରେ ଏକ ଘରୋଇ ବ୍ୟାଙ୍କରେ ୨୬୦ ଗ୍ରାମର ସୁନା ଅଳଙ୍କାର ବନ୍ଧକ ରଖି ୧୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଋଣ ନେଇଥିଲେ । ଆଉ ଏବେ ଟଙ୍କା ଫେରାଇ ବନ୍ଧକ ସୁନା ନେବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି ।
ସୁନା ନେଇ ଚୂନା ମାରିଦେଲା ବ୍ୟାଙ୍କ୍ ! ଟଙ୍କା ନେଇ ଠକିଦେଲା ଗ୍ରାହକଙ୍କ ବିଶ୍ବାସ ! ଏନେଇ ବିଜୟ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଅଭିଯୋଗ ଆଧାରରେ ପୋଲିସ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ଠକେଇ ହେବା ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ । ଏବଂ ତଦନ୍ତ ପରେ ସବୁ ସତ ଜଣାପଡିବ ବୋଲି ପୋଲିସ କହିଛି । କିନ୍ତୁ ସେପଟେ ଏ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।
Youngest King: ୮ ମାସ ବୟସରେ ରାଜା ହୋଇଥିଲେ, ବସିଥିଲେ ସିଂହାସନରେ

Jatra Actor Devi Rath’s Death Case: ଯାତ୍ରା ଅଭିନେତା ଦେବୀ ରଥଙ୍କ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଅଭିଯୋଗ ପଛର ପ୍ରମାଣ

Cargo Plane Explodes: ପ୍ରଚଣ୍ଡ ବିସ୍ଫୋରଣ, ହୁତୁ ହୁତୁ ଜଳିଲା ବିମାନ

Woman Stages Bomb & Firing Drama: ବନ୍ଧୁକ ଲାଇସେନ୍ସ ଓ ପତିଆରା ଜାହିର ପାଇଁ ନିଜ ଘରେ ବୋମା ମାଡ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)