ଆଇଫା ୱିକେଣ୍ଡ ୨୦୨୫ ଜୟପୁରରେ ଅନୁଷ୍ଠିତ ହେଉଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଠାରୁ ଶାହିଦ କପୁର ପର୍ଯ୍ୟନ୍ତ ଏକାଧିକ ଷ୍ଟାର ବ୍ଲାକ ଆଉଟଫିଟରେ ନଜର ଆସିଥିଲେ।
ଚର୍ଚ୍ଚାରେ ନବୀନଙ୍କ ଫାର୍ମ ହାଉସ୍ ବିକ୍ରି। ନିଜ ପୁତୁରା-ଝିଆରୀଙ୍କୁ ନଦେଇ ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ତାଙ୍କ ଫରିଦାବାଦସ୍ଥିତ 22.7 ଏକରର ମୂଲ୍ୟବାନ ଫାର୍ମ ହାଉସକୁ ଅନ୍ୟଙ୍କୁ ବିକିଛନ୍ତି। ଏପରିକି ବିକ୍ରି ଖର୍ଦ୍ଦିରେ ଜଣେ ଦକ୍ଷିଣଭାରତୀୟ ପରିବାରର ନାଁକୁ ନେଇ ଚର୍ଚ୍ଚା ଆଲୋଚନା।
ଅଭିଯୋଗ ଆସିଥିବା ବେଳେ ଆଜି ବିଧାନସଭାରେ ଏହାକୁ ସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଆଖି ତରାଟି ଦେଲା ଭଳି ତଥ୍ୟ ହେଲା, ୩ ବର୍ଷରେ ୧୦୩ଟି ନିମ୍ନମାନର ମେଡିସିନ୍ ଚିହ୍ନଟ ହୋଇଛି।
ଘନେଇଲା ଉତ୍କଳ ଓ କୋଶଳ ବିବାଦ। ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ବିଜେଡି କରିଛି ମୁଖ୍ୟ ପ୍ରସଙ୍ଗ। ବିଧାନସଭାରେ ହଟ୍ଟଗୋଳ କରି ଗୃହ ଚଳାଇ ଦେଇନାହିଁ। ଏପରିକି ବିଜେଡି ନିଜେ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବି କଲାନାହିଁ।
ଡିଜିଟାଲ ଯୁଗରେ ୟୁଟ୍ୟୁବରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। କୌଣସି ଜିନିଷ ବିଷୟରେ ଜ୍ଞାନ ଆହରଣ କରିବାକୁ ଥିଲେ ସବୁକିଛି ୟୁଟ୍ୟୁବରେ ଉପଲବ୍ଧ । ଏହି କାରଣରୁ ୟୁଟ୍ୟୁବରେ ଚ୍ୟାନେଲ ଏବଂ ଭିଡିଓ ବିଷୟବସ୍ତୁ ଦିନକୁ ଦିନ ବଢିବାରେ ଲାଗିଛି ।
ଗ୍ରାହକ ଭାବୁଥିଲେ ଖାଉଛନ୍ତି ମଟନ ଝୋଳ। ହେଲେ ହୋଟେଲ ଦେଉଥିଲା ଗୋ-ମାଂସ ! ଗ୍ରାହକ ଆଖିବୁଜି କରୁଥିଲେ ବିଶ୍ୱାସ। ହୋଟେଲ ମାଲିକ ଦେଉଥିଲେ ବିଶ୍ୱାସରେ ବିଷ ! ପୁରୀ ସତ୍ୟବାଦୀର ଜୟା ହୋଟେଲକୁ ନେଇ ଏଭଳି ଆରମ୍ଭ ହୋଇଛି ଚର୍ଚ୍ଚା। ସତ୍ୟବାଦୀ ଅଞ୍ଚଳର ଜଣେ ଗୋ-ଚାଲାଣକାରୀଙ୍କ ବୟାନ ହିଁ...
IPL କର୍ତ୍ତୁପକ୍ଷଙ୍କୁ ଏନେଇ ମନ୍ତ୍ରାଳୟ ଚିଠି ଲେଖି ନିର୍ଦ୍ଦେଶ ଦେଇଛି। ପ୍ରତ୍ୟକ୍ଷ ବିଜ୍ଞାପନ ସହ ସରୋଗେଟ୍ ବା ପରୋକ୍ଷ ବିଜ୍ଞାପନ ଉପରେ ରୋକ ଲଗାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।
ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ପୁଣି ଥରେ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ସର୍ବଦା ପଡିଆ ଭିତରେ ହେଉ କି ପଡିଆ ବାହାରେ ଫ୍ୟାନ ମାନଙ୍କ ହୃଦୟ ଜିତିଥିବା ବିରାଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏମିତି କିଛ କାରନାମା ପୁଣି ଥରେ କରିଛନ୍ତି।
‘ଓଡ଼ିଶା ମାଟିରେ ଏକ ଆଞ୍ଚଳିକ ଦଳର ମୁଖ୍ୟ ଦାୟିତ୍ୱରେ ଅଛନ୍ତି ତାମିଲ୍ ନେତା । ପୂର୍ବତନ ମୁଖ୍ୟମନ୍ତ୍ରୀ କେବେ ଗୃହରେ ଓଡ଼ିଆରେ ବଜେଟ୍ ପଢ଼ିପାରିଲେନି କି ପ୍ରଶ୍ନର ଉତ୍ତର ଦେଇପାରିଲେନି..ଏହା କଣ ଓଡ଼ିଆ ଅସ୍ମିତା? ’- ବିଧାୟକ ସାରଦା ପ୍ରଧାନ
#ରିଲ୍ସ_ନିଶା #ଥରେଇ_ଦେଲେ_ଦିଅର_ଭାଉଜ ଚାରିଆଡେ ଧୂଆଁ। ଆଉ ତା’ପରେ ବିସ୍ଫୋରଣରେ ଦୋହଲିଲା ବିଲ୍ଡିଂ। ଭୁଷୁଡ଼ିଲା କାନ୍ଥ, ଭାଙ୍ଗିଲା ଲିଫ୍ଟ। ଏ କୌଣସି ଭୂମିକମ୍ପର ଦୃଶ୍ୟ ନୁହେଁ। ଏ ହେଉଛି ରିଲ୍ସ ବନାଇବାର ପରିଣତି। ପୂରା କୋଠାକୁ ଛାରଖାର କରିଦେଇଛି ରିଲ୍ସ ବନାଇବାର ନିଶା।
ରାଜଧାନୀରେ ଏନ୍କାଉଣ୍ଟର। ପୁଲିସର ଗୁଳିରେ ଦୁର୍ଦ୍ଦନ୍ତ ବିହାରୀ ଲୁଟେରା ଦୀପକ କୁମାର ଆହତ ହୋଇଛି। ତା’ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ମହିଳା ଦିବସରେ ରାତି ଅଧରେ ସମିତି ସଭ୍ୟାଙ୍କୁ ମରଣାନ୍ତକ ଆକ୍ରମଣ | କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପଡ଼ାମରାଇ ପଞ୍ଚାୟତର ସମିତି ସଭ୍ୟା ଓ ତାଙ୍କ ସ୍ବାମୀଙ୍କୁ କିଛି ଦୁର୍ବୃତ୍ତ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି |
ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ । ଭୋର ୩ଟା ୩୦ ସମୟରେ ଭୂବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆ ଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା...
ସୁପରସଣ୍ଡେରେ ସୁପର ସୋ | ପୁଣି ଏକ ରବିବାର ହାଇଭୋଲଟେଜ୍ ମ୍ୟାଚ | ଏଥର କିନ୍ତୁ ଫାଇନାଲ୍ ଫାଇଟ୍ ପାଇଁ ଲାଗିଛି ବାଜି । ଟାଇଟଲ ହାସଲ ଲାଗି ଜି ଜାନ୍ ଲଗାଇ ଲଢ଼େଇ କରିବେ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ |
ରାଜଧାନୀରେ ବିଳମ୍ବିତ ରାତିରେ ଏନକାଉଣ୍ଟର । ଏଟିଏମ ରୁ ଲୁଟ୍ କରୁଥିବା ଆନ୍ତଃରାଜ୍ୟ ଲୁଟେରା ଦୀପକ କୁମାରକୁ ଏନକାଉଣ୍ଟର କଲା ସ୍ପେଶାଲ ସ୍କ୍ୱାର୍ଡ । ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବେଳେ ପୋଲିସ ସହ ମୁହଁ ମୁହିଁ ହୋଇଥିଲା ।ପୋଲିସ କୁ ଦେଖି ପୋଲିସ ଉପରେ...
ଓଡ଼ିଶା ମାଟିରେ ବିଦେଶୀ ଫଳ। ଦେଢ ଏକର ଜମିରେ ଫଳିଛି ଡ୍ରାଗନ ଫ୍ରୁଟ୍। ଜଣେ ବିଦେଶ ଫେରନ୍ତା ଉଚ୍ଚଶିକ୍ଷିତ ଯୁବକ କରିଛନ୍ତି ଏହି ଚାଷ।
ପୁଣି ବାହାରିଲା କିଟ୍ ପ୍ରତିଷ୍ଠାତ ଅଚ୍ୟୁତ ସାମନ୍ତଙ୍କର ସେଇ ପୁରୁଣା ଖୋଇ। କିଟ୍ ଓ କିସ୍ କେଳେଙ୍କାରୀ ବିରୋଧରେ ଅଭିଯୋଗ ବାବାଦରେ ବିଲକୁଲ୍ ମୁହଁ ଖୋଲନି, ବରଂ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଢାଲ କରି ତାଙ୍କରି ମୁହଁରେ ଗଣମାଧ୍ୟମକୁ ଟାର୍ଗେଟ୍ କର। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି...
କିଟ୍ କାଣ୍ଡ ନେଇ ୩ ଦିନ ଘଣ୍ଟାଚକଟା କରିବା ପରେ ଦିଲ୍ଲୀ ଫେରିଯାଇଛି NHRC ଟିମ୍। ତେବେ ଫେରିବା ପୂର୍ବରୁ ବିଭିନ୍ନ ଅଭିଯୋଗ ଉପରେ କିସ୍ କ୍ୟାମ୍ପସକୁ ଯାଇ ବି ସରଜମିନ ତଦନ୍ତ କରିଥିଲେ। ବହୁ ଅଂଶୀଦାରଙ୍କ ସହ ଆଲୋଚନା ବି କରିଛନ୍ତି। ଖୁବ ଶୀଘ୍ର ଏନେଇ କମିଶନଙ୍କ...
୯ ମାସରେ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିଛି। ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି କେବଳ ମହିଳାଙ୍କ ପାଇଁ ସ୍ଲୋଗାନ ଦେଉଥିଲା। ଆମେ କିନ୍ତୁ କ୍ଷମତାକୁ ଆସିବାର ୨୪ ମିନିଟରେ ଏହାକୁ ପୂରଣ କରିଛୁ। ସେମାନେ ଧାନରେ ୧୦୦ ଟଙ୍କା ବୋନସ୍ ଦେବେ...
ଉତ୍କଳ, କୋଶଳ ଓ କଳିଙ୍ଗ ଏକତ୍ର ଓଡ଼ିଶା ଭାବେ ପରିଚିତ। କଟକ, ପୁରୀ ଓ ବାଲେଶ୍ବରକୁ ନେଇ ଉତ୍କଳ ଗଠିତ। ନିୟମିତ ଭାବେ କଳିଙ୍ଗ ଓ କୋଶଳକୁ ପଛୁଆ ରଖିବା ଏକ ମାନସିକତାରେ ପରିଣତ ହୋଇଛି। କୋଶଳର ଅର୍ଥ, ଖଣି, ପାଣି, ଜଙ୍ଗଲ ଓ ଚାଷକୁ ବ୍ୟବହାର କରୁଥିଲେ...