Advertisment

Cow Smuggling Mafia Alters Strategy: ରେଡ୍ ପରେ ବଦଳିଗଲା ଗୋ-ମାଫିଆଙ୍କ ଷ୍ଟ୍ରାଟେଜି; କଣ୍ଟେନର ବଦଳରେ ଚଲାଇ ଚଲାଇ ଗୋରୁ ଚାଲାଣ

କୁଖ୍ୟାତ ଗୋ ମାଫିଆଙ୍କ ଉପରେ ଜୋରଦାର ଚଢାଉ ପରେ ବଦଳିଗଲା ବେଆଇନ୍ ଗୋ-ଚାଲାଣର ଷ୍ଟ୍ରାଟେଜି। କଣ୍ଟେନର କି ଟ୍ରକ୍ ବଦଳରେ ଚଲାଇ ଚଲାଇ ବର୍ଡର ପାର କରିଦେବାକୁ ଉଦ୍ୟମ। ପ୍ରାୟ ୩ ଶହ ଗୋରୁଙ୍କୁ ଏଭଳି ଅବସ୍ଥାରେ ସୀମା ପାର...

author-image
Pramod Behera
Cow Smuggling Mafia Alters StrategyK

ରେଡ୍ ପରେ ବଦଳିଗଲା ଗୋ-ମାଫିଆଙ୍କ ଷ୍ଟ୍ରାଟେଜି Photograph: (OTV)

ଗୋ ମାଫିଆଙ୍କ ଉପରେ ବଡ଼ ଧରଣର ରେଡ୍ ପରେ ହଠାତ୍ ବଦଳିଗଲା ଗୋ-ଚାଲାଣକାରୀଙ୍କ ଷ୍ଟ୍ରାଟେଜି। କଣ୍ଟେନର କି ଅନ୍ୟ ଗାଡ଼ି ବଦଳରେ ମୟୂରଭଞ୍ଜ ସୀମାରୁ ପଶ୍ଚିମ ବଙ୍ଗକୁ ଚଲାଇ ଚଲାଇ ନେବାକୁ ଉଦ୍ୟମ। ପ୍ରାୟ ୩ ଶହ ଗୋରୁଙ୍କୁ ଏଭଳି ଅବସ୍ଥାରେ ସୀମା ପାର କରୁଥିବା ବେଳେ କାଲି ବିଳମ୍ବିତ ରାତିରେ ସେମାନଙ୍କ ଯୋଜନାକୁ ପଣ୍ଡ କରିଛି ଝାରପୋଖରିଆ ପୋଲିସ।

Advertisment

୩ ଶହରୁ ଅଧିକ ଗୋରୁଙ୍କୁ ଉଦ୍ଧାର ସହ ପୋଲିସ ୭ ଜଣଙ୍କୁ ଅଟକ ରଖିଛି। ଏପଟେ ବିଭାଗୀୟ ମନ୍ତ୍ରୀ କହିଲେ ଆଗକୁ ମାଫିଆ ସାବାଡ଼ ନହେଲେ, ସେମାନଙ୍କ ଉପରେ ଆହୁରି କଡ଼ା ଆକ୍ସନ ନିଆଯିବ।

ଶନିବାର ରାଜ୍ୟର ୫ ଜିଲ୍ଲାରେ ବେଆଇନ୍ ଗୋ-ଚାଲାଣକାରୀଙ୍କ ଘରେ ବଡ଼ ଧରଣର ରେଡ୍ ପରେ ଇଏ ଆଜିର ଦୃଶ୍ୟ। କେନ୍ଦୁଝର ପୋଲିସର କଡ଼ା ଆକ୍ସନ ପରେ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ରଖାଯାଥିବା ଶହ ଶହ ଗୋରୁଙ୍କୁ କାଲି ରାତିରେ ରାସ୍ତାରେ ଚଲାଇ ଚଲାଇ ପଶ୍ଚିମବଙ୍ଗ ନେଉଥିଲେ ବେଆଇନ୍ ଚାଲାଣକାରୀ। 

Advertisment

ତେବେ ଖବର ପାଇ ତୁରନ୍ତ ସ୍ପଟକୁ ଯାଇଥିଲା ଝାରପୋଖରୀଆ ପୋଲିସ। ଆଉ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଚାଲାଣକାରୀଙ୍କୁ ଅଟକାଇ ସମସ୍ତ ଗୋରୁଙ୍କୁ ଉଦ୍ଧାର କରିଥିଲା ପୋଲିସ। କେନ୍ଦୁଝର ସମେତ ପଡ଼ୋଶୀ ଜିଲ୍ଲାର ପୋଲିସ ବି ଗୋ-ମାଫିଆଙ୍କ ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଥିବାରୁ, ଆଉ କେଣ୍ଟନର ଚାଲାଣକୁର ସୁରକ୍ଷିତ ନଭାବି, ଗୋ ମାଫିଆ ଏମିତି ଚଲାଇ ଚଲାଇ ନେବାର ଯୋଜନା କରିଥିଲେ। କିନ୍ତୁ ଝାରପୋଖରିଆ ପୋଲିସର ତ୍ବରିତ ଆକ୍ସନ, ଗୋ ମାଫିଆଙ୍କ ଯୋଜନାରେ ପାଣି ପୁରାଇ ଦେଇଥିଲା। ଆଉ ୭ ଚାଲାଣକାରୀଙ୍କୁ ଅଟକ ରଖିଛି।...

ଗୋରୁମାନଙ୍କୁ ଚଲାଇ ଚଲାଇ ନେବା ବେଳେ, ସେମାନଙ୍କ ଶରୀର, ସ୍ୱାସ୍ଥ୍ୟ ପ୍ରତି ଯେମିତି ଆଖି ବୁଜି ଦେଇଥିଲେ, ଗୋ ଚାଲାଣକାରୀ। ବିନା ଖାଦ୍ୟ, ପାଣି ଓ ଔଷଧ ବିନା, ଜୋର ଜବରଦସ୍ତ ସୀମା ପାର କରାଉଥିଲେ ଗୋରୁ ମାଫିଆ। ଫଳରେ କିଏ ଅସୁସ୍ଥ ହୋଇପଡୁଥିଲା ତ ଆଉ କିଏ ଖଣ୍ଡିଆ ଖାବରା ହୋଇ ରକ୍ତାକ୍ତ ହୋଇପଡୁଥିଲା। କିନ୍ତୁ ସେଥିପ୍ରତି ତିଳେ ମାତ୍ର ଭୃକ୍ଷେପ ନଥିଲା। 

କେବଳ ସେତିକି ନୁହେଁ, ଏତେ ସଂଖ୍ୟାରେ ଗୋରୁଙ୍କୁ ନେବା ବେଳେ ସେମାନଙ୍କ ନିକଟରେ କୌଣସି ବୈଧ କାଗଜପତ୍ର ବି ନଥିଲା। ତେଣୁ ୨୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର ପରେ ସେଇଠାରେ ହିଁ ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ ଓ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା କରିଥିଲା ଝାରପୋଖରିଆ ପୋଲିସ। ପରେ ସେମାନଙ୍କୁ ସ୍ଥାନୀୟ ଏକ ଗୋଶାଳାକୁ ହସ୍ତାନ୍ତର ବନ୍ଦୋବସ୍ତ କରାଯାଇଥିଲା।

ମୟୁରଭଞ୍ଜ ଝାରପୋଖରିଆରେ ସକ୍ରିୟ ଥିବା ବହୁ ଗୋରୁ ମାଫିଆ ଭଦ୍ରକ, ଯାଜପୁର, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାରୁ ଗୋରୁ ସଂଗ୍ରହ କରି ଏଇ ରାସ୍ତା ଦେଇ ଗୋରୁଙ୍କୁ ପାର କରାନ୍ତି। ଆଜିର ଏ ଆକ୍ସନ ପରେ ଗୋମାତାଙ୍କ ସୁରକ୍ଷା ଏବଂ ଗୋମାଫିଆଙ୍କ ବିରୋଧରେ ସ୍ୱତନ୍ତ୍ର ଆଇନ ଆଣିବାକୁ ଦାବି କରିଛି କଂଗ୍ରେସ। ଆଉ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ରାଜ୍ୟ ସରକାର ଗୋ ମାଫିଆଙ୍କୁ ସାବାଡ଼ ପାଇଁ ଆଭିମୁଖ୍ୟ କଡ଼ା କରିଛନ୍ତି। ଏବେଠୁ ସୁଧୁରି ଯିବାକୁ ସେମାନଙ୍କୁ ଚେତାବନୀ ଦେଇଛନ୍ତି ମନ୍ତ୍ରୀ। 

ଶନିବାର କେନ୍ଦୁଝର ପୋଲିସର ୬୫ଟି ଟିମ୍ ୫ ଜିଲ୍ଲାରେ ଚଢାଉ କରି କିଙ୍ଗପିନ୍ ଭଦ୍ରକର ଶେଖ୍ ତାଜୁଦ୍ଦିନ୍ ସମେତ ୯ ଜଣଙ୍କ ଘରେ ବଡ଼ ଧରଣର ରେଡ୍ କରିଥିଲା। ଚଢାଉ ବେଳେ ପୋଲିସ ୧ କୋଟି ୫୨ ଲକ୍ଷର ନଗଦ କ୍ୟାସ୍, ୧୧ ଶହ ୩୧ ଗ୍ରାମ ସୁନା ଅଳଙ୍କାର, ୩ କେଜିରୁ ଅଧିକ ରୂପା, ୨୩ଟି ୪ ଚକିଆ ଗାଡ଼ି ସହ ବହୁ ମୂଲ୍ୟବାନ ସାମଗ୍ରୀ ଜବତ କରିଥିଲା। ଆଉ ୯ ଜଣ ଗୋ ମାଫିଆଙ୍କୁ ଗିରଫ କରିଥିଲା।

Cow Smuggling Illegal Cattle Trafficking Animal Cruelty
Advertisment
Advertisment