Advertisment

Patha Utsav Return to Bhubaneswar: ଫେରିବ ପଥ ଉତ୍ସବ, ତାହା ପୁଣି ନିଆରା ଢଙ୍ଗରେ; ହେବ ଏହିସବୁ ପ୍ରତିଯୋଗିତା

ଭୁବନେଶ୍ୱରକୁ ଫେରିବ ପଥ ଉତ୍ସବ। ତାହା ପୁଣି ନିଆରା ଢଙ୍ଗରେ। ମଉଜ, ମସ୍ତି ଓ ମନୋରଞ୍ଜନ ଲାଗି ଶୀତୁଆ ସକାଳରେ ଏକାଠି ହେହେ ଲୋକେ। ଶୀତୁଆ ସକାଳରେ ସହରିଆ ନେବେ ନାଚ, ଗୀତ ର ମଜା। ଆମ ସହର, ଆମ ରାସ୍ତାରେ ଲୋକଙ୍କ ମନୋରଞ୍ଜନ କରିବ BMC।

author-image
Pramod Behera
Patha Utsav Return to Bhubaneswar

ଫେରିବ ପଥ ଉତ୍ସବ, ତାହା ପୁଣି ନିଆରା ଢଙ୍ଗରେ Photograph: (OTV)

ଭୁବନେଶ୍ୱରକୁ ଫେରିବ ପଥ ଉତ୍ସବ। ତାହା ପୁଣି ନିଆରା ଢଙ୍ଗରେ। ମଉଜ, ମସ୍ତି ଓ ମନୋରଞ୍ଜନ ଲାଗି ଶୀତୁଆ  ସକାଳରେ ଏକାଠି ହେହେ ଲୋକେ। 

Advertisment

ଆସନ୍ତା  ୪ ଜାନୁଆରୀ୨୦୨୬ରୁ  ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ  ଆୟୋଜିତ  କରାଯିବ ଏହି କାର୍ଯ୍ୟକ୍ରମ। ପ୍ରଥମେ ୪ ତାରିଖ  ଦିନ ମାଷ୍ଟରକ୍ୟାଣ୍ଟିନ, ୧୮ ଜାନୁୟାରୀରେ  ଜାଗମରା ଓ ୧ ଫେବୃଆରୀରେ ଇନ୍‌ଫୋସିଟି ଅଞ୍ଚଳରେ ହେବ  କାର୍ଯ୍ୟକ୍ରମ। 

ଶୀତୁଆ  ସକାଳରେ  ସହରିଆ  ନେବେ  ନାଚ,  ଗୀତ ର ମଜା। ଆମ  ସହର,  ଆମ  ରାସ୍ତାରେ  ଲୋକଙ୍କ ମନୋରଞ୍ଜନ  କରିବ BMC। ଏନେଇ  ସ୍କୁଲ,  କଲେଜ,  ବିଭିନ୍ନ  ଅନୁଷ୍ଠାନଗୁଡିକରେ ମଧ୍ୟ  ସୂଚନା  ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଫ୍ୟାଶନ ଶୋ, ଜୁମ୍ବା , କିଡ୍ସ ଜୋନ, ଫେସ୍‌ ପେଣ୍ଟିଙ୍ଗ, ପାରମ୍ପରିକ ଖେଳ, ଆର୍ଟ ଓ କ୍ରାଫ୍ଟ,   ଭୁବନେଶ୍ୱର ଗଟ୍ ଟାଲେଣ୍ଟ, ସ୍କେଟିଂ, ମେହେନ୍ଦୀ, ଫ୍ଲୋକ ଡ୍ୟାନ୍ସ, ଯୋଗ, କରାଟେ ଓ ସ୍କେଚ  ଭଳି  କାର୍ଯ୍ୟକ୍ରମ ଆୟୋଜିତ ହେବ।

Advertisment

ଏନେଇ  ଆଜି ବିଏମସି ମୁଖ୍ୟାଳୟରେ ଫ୍ଲାଗ ଅପ୍‌ କରିଛନ୍ତି  ଭୁବନେଶ୍ଵର ମେୟର ସୁଲୋଚନା  ଦାସ ।  ୩ଟି  ଜୋନ୍‌ରେ ହେଉଥିବା ଏହି କାର୍ଯ୍ୟକ୍ରମରେ ଲୋକଙ୍କ ପସନ୍ଦ  ଅନୁସାରେ  କଳାକାର ମଧ୍ୟ ଆସିବେ ବୋଲି BMC ପକ୍ଷରୁ ସୂଚନା ଦିଆଯାଇଛି।

Bhubaneswar BMC
Advertisment
Advertisment