Advertisment

Daily Horoscope 30th October 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ସାଂସାରିକ ସ୍ୱାଧିନତା ରହିବ । ବାହାରକୁ ବୁଲି ଯିବାର  ଯୋଜନା କରିପାରନ୍ତି । ବାଣିଜ୍ୟରେ ମନ୍ଥରତା ରହିବ । ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ଅସୁବିଧାରେ ପଡି ବିରକ୍ତି ଭାବ ପ୍ରକାଶ କରିବେ । ଅଫିସରେ ଲାଗି ରହିଥିବା ଅଶାନ୍ତିର ସମାପ୍ତି ହେବ ।

author-image
Deepak Acharya
undefined

Horoscope Photograph: (OTV)

ମେଷ-
ଅଶ୍ୱନୀ- ସାଂସାରିକ ସ୍ୱାଧିନତା ରହିବ । ବାହାରକୁ ବୁଲି ଯିବାର  ଯୋଜନା କରିପାରନ୍ତି । ବାଣିଜ୍ୟରେ ମନ୍ଥରତା ରହିବ । ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ଅସୁବିଧାରେ ପଡି ବିରକ୍ତି ଭାବ ପ୍ରକାଶ କରିବେ । ଅଫିସରେ ଲାଗି ରହିଥିବା ଅଶାନ୍ତିର ସମାପ୍ତି ହେବ ।
ଦ୍ୱିଜା-କାରବାରରେ ସଫଳତା ପାଇବେ । ଲେଖାପଢା ପ୍ରତି ଆଗ୍ରହ ରୁଚି ବଢିବ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ମହିଳା ମାନେ ସରକାରୀ ଚାକିରିର ସୁଯୋଗ ପାଇବେ ।
କୃତିକା- ଧାର ଦେଇଥିବା ପଇସା ଫେରସ୍ତ ପାଇବେ । ପରିବାରରେ ନୂଆ ଦାୟିତ୍ୱ ଗ୍ରହଣ କରିବେ । ବୁଝି ବିଚାରି ସମସ୍ୟାର ସମାଧାନ କରିବେ । ସମାଜ ସେବାରେ ମନ ବଳାଇବେ । ଜମି, ଦଲାଲ୍‌ଙ୍କୁ ଯଥେଷ୍ଟ ଲାଭ ମିଳିବ ।  
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର - ଗୋ ମାତାଙ୍କୁ କିଛି ଘାସ ଖାଇବାକୁ ଦିଅନ୍ତୁ
ବୃଷ-
କୃତିକା- ସ୍ୱାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ । ପାରିବାରିକ କ୍ଷେତ୍ରରେ ଛୋଟଛୋଟ କଥାରେ ରାଗନ୍ତୁ ନାହିଁ । ଆପଣଙ୍କ ସୁଖ ଅନ୍ୟମାନଙ୍କ ମନରେ ଈର୍ଷା ଉଦ୍ରେକ କରିବ ।
ରୋହିଣୀ- ଅଫିସିଆଲି ଟେନ୍‌ସନ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ପିଲାମାନଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତା ପ୍ରକଟ  କରିବେ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।
ମୃଗଶିରା- ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ     
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କୌଣସି  ମନ୍ଦିରରେ କିଛି ଦାନ କରନ୍ତୁ            
ମିଥୁନ-
ମୃଗଶିରା- ଅନ୍ୟର ସାହାଯ୍ୟ ସମର୍ଥନରେ ଲକ୍ଷ ହାସଲ କରିପାରିବେ । ଦୂର୍ଘଟଣାର ସମ୍ଭାବନା ଅଛି, ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ ଜବରଦସ୍ତି ନ୍ୟାୟ ମିଳିବା ଫଳରେ ପଦୋନ୍ନତି ସୂଚନା ପାଇ ମନ ଆନନ୍ଦ ହେବ । ବ୍ୟବସାୟରେ ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ ।
ଆଦ୍ରା- ନୂଆ ବାହନ କିଣିବାର ଆଶା ପୂରଣ ହୋଇପାରେ । ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ତୁମର ଦକ୍ଷତାକୁ ପୂର୍ଣ୍ଣ ଭାବରେ ବ୍ୟବହାର କରିବେ । ଆତ୍ମ ବିଶ୍ୱାସ ଓ ଆଶାକୁ ନେଇ ଆଗକୁ ବଢିବେ ।
ପୁନର୍ବସୁ- ଛାତ୍ର, ଛାତ୍ରୀ ମାନେ ସ୍ୱାଭିମାନୀ ହେବେ ।  ଅବହେଳା କରିଥିବା କାର‌୍ୟ୍ୟ ପାଇଁ ଅନୁତାପ କରିବେ । ସତ୍ କର୍ମରେ ବ୍ରତୀ ହୋଇ ପାରନ୍ତି । ଖେଳ କୁଦରେ ଖୁସି ରହିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ସାଧାରଣ କଥାକୁ ନେଇ ପରିବାର ମଧ୍ୟରେ ମନାନ୍ତର ଦେଖା ଦେଇପାରେ । ବ୍ୟବସାୟୀମାନେ ଆଜି କାର୍ଯ୍ୟରେ କୌଣସି ପ୍ରକାର ଅବହେଳା କରନ୍ତୁ ନାହିଁ । ପତି-ପତ୍ନୀଙ୍କ ସହ ସମ୍ପର୍କରେ ଘନିଷ୍ଠତା ରହିବ ।
ପୁଷ୍ୟା- ପିଲାମାନେ ପାଠପଢା ପ୍ରତି ବିମୁଖ ହେବେ । ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । ଆପଣଙ୍କ ସମ୍ମାନରେ ଆଞ୍ଚ ଆସିପାରେ ।  
ଅଶ୍ଲେଷା- କୌଣସି ଭଦ୍ରମହିଳାଙ୍କ ସାହାଯ୍ୟରୁ ଉପକୃତ ହେବେ । ବିଭିନ୍ନ ପ୍ରକାର ଝମେଲା ଭିତର ଦେଇ ଯିବାକୁ ପଡୁଥିବାରୁ ସମ୍ପୂର୍ଣ୍ଣଭାବେ ଶାନ୍ତି ଓ ସନ୍ତୋଷ ଆସିବ ନାହିଁ । ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଭୂବନେଶ୍ୱରୀଙ୍କ ମନ୍ତ୍ର ପାଠ କରନ୍ତୁ 
ସିଂହ-
ମଘା- ପରିବାରରେ ସମସ୍ତଙ୍କୁ ସାହାଯ୍ୟ କରିବାରେ ସଫଳ ହେବେ । ଲୋକଙ୍କୁ ନିଜ ଯୋଜନାରେ ସହମତ କରାଇ ନେବେ । ମହିଳା ମାନେ ଜିନିଷ କିଣିବାକୁ ସହରକୁ ଯାଇ ପାରନ୍ତି । ଅଧିକାରୀ ମାନଙ୍କ ସହିତ ବିଶେଷ ମାମଲାରେ କଥାବାର୍ତା ହେବେ ।
ପୂ,ଫାଲଗୁନି- ମନରେ ନୂଆ ଆଶା ସୃଷ୍ଟି ହେବ । ବିଦ୍ୟାର୍ଥୀ କ୍ୟାରିୟର ଗଢିବା ଅଧିକ ପରିଶ୍ରମ କରିବେ । ରାଜନେତା ନୂଆ କାର୍ଯ୍ୟ ଭାର ଗ୍ରହଣ କରିବେ । କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତୃତା ଦେଖାଦେବ ।
ଉ,ଫାଲଗୁନି- ଅଭାବି  ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବେ । ଚାକିରୀ କ୍ଷେତ୍ରରେ ପ୍ରିୟ ପାତ୍ର ହୋଇ ପାରନ୍ତି । କୌଣସି ଦୂର ସ୍ଥାନକୁ ତିର୍ଥ ଯାତ୍ରାର ସୁଯୋଗ ପାଇବେ ।  ଆପଣଙ୍କ ଆୟ ପୂର୍ବ ପରି ରହିବ । ସମାଜରେ ମାନ ସମ୍ମାନ ପାଇ ପାରନ୍ତି ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଇଷ୍ଟ ଦେବୀ  ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ
କନ୍ୟା-
ଉ,ଫଳଗୁନି- ଶାରୀରିକ ସମସ୍ୟାକୁ ଅଣ ଦେଖା କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ନାନା ସମସ୍ୟା ବଢିପାରେ । ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ପରିବାରରେ କୈାଣସି ଗୁରୁ ଦାୟିତ୍ୱ ତୁଲାଇବେ ।  
ହସ୍ତା- ଗୁପ୍ତ ଶତ୍ରୁମାନେ ଆପଣଙ୍କ ବିରୁଦ୍ଧରେ ସକ୍ରିୟ ହୋଇ ପାରନ୍ତି । ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାକୁ ଆପଣ ଟିକେ ଚିନ୍ତିତ ହେବେ । ବିଦ୍ୟାରେ ଉନ୍ନତି ହେବ ।
ଚିତ୍ରା- ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ । ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ । କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ଓଁ ଶ୍ରୀଂ ମହାଲକ୍ଷୈା÷୍ମ ନମଃ ଜପ  କରନ୍ତୁ       
ତୁଳା-
ଚିତ୍ରା- ଆପଣ ଅଜ୍ଞାତ ବିପଦର ସମ୍ମୁଖିନ ହୋଇ ପାରନ୍ତି । କର୍ମ ତତ୍ପରତା ହେତୁ ଆଗେଇ ଚାଲିବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । ଦୀର୍ଘଦିନରୁ ଭାଙ୍ଗିପଡିଥିବା କୌଣସି ସଂପର୍କ ପୁନଃ ପ୍ରତିଷ୍ଠିତ ହେବ ।
ସ୍ୱାତୀ- ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହେବ । ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍ । ବାଧ୍ୟବାଧକତାରେ ଅନେକ ଟଙ୍କା ଖର୍ଚ୍ଚକରି ଦୁଖିତ ରହିବେ ।
ବିଶାଖା- ଘରୋଇ ସଂସାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ଉନ୍ନତିର ସୁଯୋଗ ପାଇବେ । ସ୍ଥଗିତ ଥିବା ଧନ ମିଳିବାରୁ ଖୁସି ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ
ବିଛା-
ବିଶାଖା- ଜୀବନ ସାଥୀଙ୍କ ସହ ନୂଆ ସ୍ଥାନକୁ ବୁଲିବାକୁ ଯିବାର ଯୋଜନା କରିପାରନ୍ତି । ଖାଦ୍ୟପେୟ ଓ ଜୀବନ ଶୈଳୀରେ ସାବଧାନତା ରହିଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ । ପ୍ରେମ ସମ୍ବନ୍ଧ ଅଧିକ ଘନିଷ୍ଠତା ହେବ ।
ଅନୁରାଧା- ଦମ୍ପତି ମାନଙ୍କର ସନ୍ତାନ ଲାଭର ଯୋଗ ରହିଛି । ରାଜନୀତିରେ ସୁନାମ ଅର୍ଜନ କରିପାରବେ । ନିଜ କ୍ୟାରିୟରରେ ଟିକେ ସତର୍କ ରହିବାକୁ ପଡ଼ିବ ।
ଜ୍ୟେଷ୍ଠା- କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରୁ ସ୍ଥଗିତ ରହିବା ଉଚିତ୍ ଜ୍ଝ  କଚେରୀ  ମାମଲା  ମାନସିକ  ସ୍ଥିତିକୁ  ବିଗାଡି ଦେଇପାରେ । ମହିଳା ମାନେ ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଓଁ  ଅଂ ଅଙ୍ଗାରକାୟ ଜପ କରନ୍ତୁ
ଧନୁ-
ମୂଳା- ଭାଇ ବନ୍ଧୁମାନେ ସାହାଯ୍ୟ ପାଇ ଆନୁଷ୍ଠାନିକ କାମ ହାସଲ କରିବେ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବେ । ଥଣ୍ଡାଜନିତ ଅସୁସ୍ଥତା ଅନୁଭବ କରିବେ । ବ୍ୟବସାୟରେ ଲାଭଜନକ ହେବ ।
ପୂ,ଷାଢା- ବ୍ୟବସାୟରେ ଉନ୍ନତି ଓ ଅଗ୍ରଗତିରେ ସୁଯୋଗ ପାଇବେ । ସନ୍ଧ୍ୟା ସୁଧା ଭଲ ଖବର ପାଇବେ । ସାମାଜିକ କାର୍ଯ୍ୟରେ ଅଧିକ ସମୟ ବିତେଇ ପ୍ରଶଂସା ପାଇବେ । ସହପାଠୀ ଓ ଶିକ୍ଷକଙ୍କର ପୂର୍ଣ୍ଣରୂପେ ସହଯୋଗ ପାଇବେ ।    
ଉ,ଷାଢା- ସହକର୍ମୀ ମାନଙ୍କ ସହିତ ମନୋ ମାଳିନି ଘଟିପାରେ । ଅର୍ଜିତ ଧନ ଓ ମାନ ହାନି ଘଟିପାରେ । ଦୈବୀ ଆଶ୍ରୀବାଦରୁ ସମସ୍ୟା ଗୁଡିକ ସେତେ ଗୁରୁତ୍ୱର ହେବ ନାହିଁ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଉ,ଷାଢା- ବ୍ୟବସାୟୀମାନେ ବିତର୍କରୁ ଦୂରେଇ ରୁହନ୍ତୁ ନଚେତ୍ କ୍ଷତି ସହିବା ପାଇଁ ପଡିପାରେ । କିଛି ନୂଆ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ପ୍ରେମ ରହିବ । 
ଶ୍ରବଣା- ରାଜନୈତିକ ନେତା ମାନେ ଶତୃ ମାନଙ୍କ ଦ୍ୱାରା ଭୟବିତ ହେବେ । ଛାତ୍ରଛାତ୍ରୀ ମାନେ ନୂତନ ଶିକ୍ଷା ଗ୍ରହଣ ପାଇଁ ମନ ବଳାଇବେ । କ୍ୟାରିୟର ପ୍ରତି ସଚେତନ ରହିବେ । 
ଧନିଷ୍ଠା- କୋର୍ଟ ସହିତ ଜଡିତ କାର୍ଯ୍ୟରେ ସଫଳତା ପାଇବେ । ଯାତ୍ରା ସମୟରେ ଅସୁବିଧା ହୋଇପାରେ । ଦୁର୍ବଳ ଭାଗ୍ୟ, ବିନା କାରଣରେ ଟଙ୍କା ହରାଇବା ପରି ପରିସ୍ଥିତି ସୃଷ୍ଟି ହୋଇପାରେ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ    
କୁମ୍ଭ-
ଧନିଷ୍ଠା-  ଯେକୈାଣସି କାମ କରିବା ବେଳେ ମନକୁ ଶାନ୍ତ ରଖନ୍ତୁ । କର୍ମକ୍ଷେତ୍ରରେ ଅଧିକାରୀ ଖୁସି ରହିବା ହେତୁ ଆପଣଙ୍କ ଦରମା ବଢିପାରେ । ଅଧ୍ୟାପକଙ୍କ ଲାଗି ଧନର ନୂଆ ମାର୍ଗ ଖୋଲିବ ।
ଶତଭିଷା- କୈାଣସି ଶୁଭ କର୍ମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ଯେତେ ପ୍ରକାର ସୁବିଧା ସୁଯୋଗ କଲେ ମଧ୍ୟ ଅନ୍ୟମାନେ ନିନ୍ଦା ଗାନ କରିବେ । ଆଶା ଅଭିଳାଷା ପୂରଣ ହୋଇପାରେ ।
ପୂ,ଭାଦ୍ରପଦ- ଆପଣଙ୍କୁ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ମିଳିବ । ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ ।  ଜମି ସମସ୍ୟା ସମାଧାନ ହେବ । ଆପଣ ନିଜ କାମରେ ସଫଳତା ଓ ଲାଭ ପାଇବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ-
ପୂ,ଭାଦ୍ରପଦ-ଅନ୍ୟ ମାନଙ୍କ ପ୍ରତି ଭଲ ବ୍ୟବହାର ରହିବା ଉଚିତ୍ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ପରିବାର ମଧ୍ୟରେ ଉପୁଜି ଥିବା କଳହର ସମାଧାନ ହୋଇଯିବ । 
ଉ,ଭାଦ୍ରପଦ- ଛାତ୍ରଛାତ୍ରୀ ମାନେ ପାଠପଢାରେ ଅଧିକ ସମୟ ଦେବା ସହ ଖେଳ କୁଦରେ ସଫଳତା ପାଇବେ । ଦୀର୍ଘ ଦିନ ଧରି ଅଟକି ରହିତିବା ଟଙ୍କା ଫେରିପାଇବେ । ଚାକିରୀକୁ ନେଇ ମନରେ ଦ୍ୱନ୍ଦ ସୃଷ୍ଟି ହୋଇପାରେ ।
ରେବତୀ- ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଚାକିରୀ କରୁଥିବା ଲୋକଙ୍କୁ ଦୂର ଯାତ୍ରା କରିବାକୁ ପଡିପାରେ । ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ହଳଦୀ ଖଣ୍ଡକୁ ଘୋରି ତିଲକ ଭାବରେ ମଥାରେ ଲଗାନ୍ତୁ

Advertisment
Horoscope
Advertisment
Related Articles
Advertisment