Advertisment

‘Melissa’ brings unprecedented devastation: ୧୯୯୯ ମହାବାତ୍ୟାଠୁ ବି ପ୍ରଳୟଙ୍କରୀ ହରିକେନ୍ 'ମେଲିସା', ଘଣ୍ଟାକୁ ୩ ଶହ କିଲୋମିଟର ପବନରେ ଛାରଖାର ଜାମାଇକା

କାରବିଆନ୍ ଦେଶ ଜାମାଇକାକୁ ଛାରଖାର କରିଦେଇଛି ପ୍ରଚଣ୍ଡ ଶକ୍ତିଶାଳୀ ମହାବାତ୍ୟା ମେଲିସା। ଘଣ୍ଟାକୁ ୩୦୦ କିଲୋମିଟର ବେଗରେ ପବନ, ସମୁଦ୍ରରେ ୧୦ ଫୁଟର ଜୁଆର ଆଉ ମୂଷଳ ଧାରାର ବର୍ଷାରୁ ବିଭିନ୍ନ ନଦୀରେ ବନ୍ୟା ଆସିବାରୁ ପ୍ରକୃତିର ଆଁ ଭିତରେ ଫସିଯାଇଛି ଜାମାଇକା।...

author-image
Tapan Swain
MELLISA

MELLISA Photograph: (OTV)

୧୯୯୯ ମହାବାତ୍ୟାଠୁ ଆହୁରି ଭୟଙ୍କର। 2005ର କାଟ୍ରିନା ତୋଫାନଟୁ ଅଧିକ ଶକ୍ତିଶାଳୀ। ଓଡ଼ିଶା ଓ ଆନ୍ଧ୍ରରେ ବାତ୍ୟା ମୋନ୍ଥା ବିଶେଷ କ୍ଷୟକ୍ଷତି ଘଟାଇ ନଥିଲେ ବି, ସେପଟେ ସମାନ ଦିନରେ କାରବିଆନ୍ ଦେଶ ଜାମାଇକାକୁ ଛାରଖାର କରିଦେଇଛି ପ୍ରଚଣ୍ଡ ଶକ୍ତିଶାଳୀ ମହାବାତ୍ୟା ମେଲିସା। ଘଣ୍ଟାକୁ ୩୦୦ କିଲୋମିଟର ବେଗରେ ପବନ, ସମୁଦ୍ରରେ ୧୦ ଫୁଟର ଜୁଆର ଆଉ ମୂଷଳ ଧାରାର ବର୍ଷାରୁ ବିଭିନ୍ନ ନଦୀରେ ବନ୍ୟା ଆସିବାରୁ ପ୍ରକୃତିର ଆଁ ଭିତରେ ଫସିଯାଇଛି ଜାମାଇକା।...

Advertisment

ଭୟଙ୍କର ଶବ୍ଦ, ଅସମ୍ଭାଳ ସ୍ଥିତି। ସୁ ସୁ ଗର୍ଜୁଥିବା ଶକ୍ତିଶାଳୀ ପବନ ଆଗରେ ଅସହାୟ ମଣିଷ, ଘରଦ୍ବାର ଓ ଗଛପତ୍ର ସବୁ କିଛି। କାରିବିଆନ ସାଗଗରେ ସୃଷ୍ଟ ପ୍ରଚଣ୍ଡ ଶକ୍ତିଶାଳୀ ମହାବାତ୍ୟା ଏଲିସା, କାରବୀୟ ଦେଶ ଜାମାଇକାରେ ରଚିଛି ମହାତାଣ୍ଡବ। ମଙ୍ଗଳବାର ଭୋରରୁ ମେଲିସା କ୍ୟୁବାରେ ଲାଣ୍ଡ ଫଲ ପରେ ଜାମାଇକାରେ ପ୍ରାୟ ୧ ଘଣ୍ଟା ଧରି ରଚିଥିଲା ମହାପ୍ରଳୟ। ଯେଉଁଥିରେ ଛାରଖାର ହୋଇଯାଇଛି ଜାମାଇକାର ବହୁ ଅଞ୍ଚଳ। ଘଣ୍ଟା ପ୍ରତି ୩ ଶହ କିଲୋମିଟର ବେଗର ପବନ ଆଗରେ ଯେମିତି ହାର ମାନି ଯାଉଥିଲେ ବଡ଼ ବଡ଼ ଅଟ୍ଟାଳିକା।

ସମୁଦ୍ରରେ ୧୦ ଫୁଟ ଉଚ୍ଚର ଜୁଆର ମାଡ଼ି ଆସିବାରୁ ଉପକୂଳ ଅଞ୍ଚଳରେ ଦେଖାଦେଇଥିଲା ଭୟଙ୍କର ବନ୍ୟା ସ୍ଥିତି। ଏପଟେ ମେଲିସା ପ୍ରଭାବରେ ହୋଇଥିଲା ମୂଷଳ ଧାରାରେ ବର୍ଷା। ତେଣୁ ଏକାବେଳକେ ବାତ୍ୟା ଓ ବନ୍ୟା ଭଳି ଦୁଇ ଦୁଇଟି ବଡ଼ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରି ଦୋହଲି ଯାଇଛି ଜାମାଇକା।

Advertisment

ଧ୍ବଂସସ୍ତୂପରେ ପରିଣତ ହୋଇଛି ଦେଶର ଉତ୍ପାଦନର ସହର କୁହାଯାଉଥିବା ସେଣ୍ଟ ଏଲିଜାବେଥ୍। ...କୁହାଯାଉଛି, ମେଲିସା ଆଟଲାଣ୍ଟିକ ଇତିହାସର ସବୁଠୁ ଶକ୍ତିଶାଳୀ ମହାବାତ୍ୟା। ୧୯୯୯ ଓଡ଼ିଶା ମହାବାତ୍ୟା ଓ ୨୦୦୫ର ଆମେରିକାର କାଟ୍ରିନା ହରିକେନର ଭୟାବହତାକୁ ଏହା ପଛରେ ପକାଇ ଦେଇଛି। ୧୮୫୧ରୁ ଏଭଳି ଶକ୍ତିଶାଳୀ ମହାବାତ୍ୟା କେବେ ସୃଷ୍ଟି ହୋଇନଥିଲା। ଏହାକୁ କ୍ୟାଟେଗୋରୀ-୫ ହରିକେନ୍ ବୋଲି କୁହାଯାଉଛି।...

ମେଲିସା ଜାମାଇକା ସମେତ କ୍ୟୁବା, ହାଇତି ଓ ଡୋମିନିକାନ୍ ରିପବ୍ଲିକ ଭଳି ଦେଶକୁ ପ୍ରଭାବିତ କରିଛି। ତେବେ ଜାମାଇକାରେ କିନ୍ତୁ କ୍ଷୟକ୍ଷତିର ପରିମାଣର ସବୁଠୁ ଅଧିକ।ବାତ୍ୟାରେ ଏଠି ପ୍ରକୃତ କ୍ଷୟକ୍ଷତିର ପରିମାଣ କେତେ, ତାହା ଏଯାଏଁ ଆକାଳନ ହୋଇନି। ଏପଟେ ଦେଶରେ ଏ ଦୁଃସ୍ଥିତି ଭିତରେ ଜାମାଇକାରେ ୨ ହଜାର ରିଲିଫ୍ କିଟ୍ ପକାଇବାକୁ ଯୋଜନା କରୁଛି ଜାତିସଂଘ।

ଆକାଶ ମାର୍ଗରେ ବିମାନ ଚଳଚଳ ସମ୍ଭବ ହେଲେ ଲୋକଙ୍କୁ ସହୟତା ଯୋଗାଇ ଦେବ ଜାତିସଂଘ ଟିମ୍। ମହାପ୍ରଳଙ୍କରୀ ମହାବାତ୍ୟାରେ ମୃତାହତଙ୍କ ସଂଖ୍ୟା ଅଧିକ ହେବାର ଅନୁମାନ କରାଯାଉଥିବାରୁ, ଜାମାଇକାବାସୀଙ୍କ ପାଇଁ ପ୍ରାର୍ଥନା କରିବାକୁ ସୋସିଆଲ ମିଡିଆରେ ବାରମ୍ବାର ନିବେଦନ କରିଛନ୍ତି ଦେଶର ଅଲିମ୍ପିଆନ୍ ସ୍ପିଣ୍ଟର ଉସେନ୍ ବୋଲଟ।...

ବିଶ୍ବର ସବୁଠୁ ଶକ୍ତିଶାଳୀ ବାତ୍ୟା ମେଲିସା ବଳ ଗୋଟାଉଥିବା ବେଳେ ବାତ୍ୟାର ଆଖି ନିକଟରେ ପହଞ୍ଚି ଆମେରିକାର ନ୍ୟାସନାଲ ହରିକେନ୍ ସେଣ୍ଟର ପାଇଁ ତଥ୍ୟ ସଂଗ୍ରହ କରୁଥିଲା ଆମେରିକା ବାୟୁସେନାର ଏକ ବିମାନ। ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

hurricane melissa Hurricane
Advertisment
Related Articles
Advertisment