/odishatv-khabar/media/media_files/2025/10/31/horoscope-2025-10-31-08-27-57.jpg)
Horoscope Photograph: (OTV)
ମେଷ-
ଅଶ୍ୱନୀ- ବୃତିଗତ ଧନ୍ଦାରୁ ବୈଷୟିକ ଅଭିବୃଦ୍ଧି ଘଟିବ । ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ । ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ ।
ଦ୍ୱିଜା- ଯେଉଁ କାମ କରିବେ ତାହା ମନ ମୁତାବକ ସଂପୂର୍ଣ୍ଣ ହେବ । ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ । ପ୍ରିୟବନ୍ଧୁ ସହ କଥା ହୋଇ ଭଲ ଲାଗିବ ।
କୃତିକା- କାମରେ ଭଲ ପ୍ରଦର୍ଶନ ପାଇଁ ନୂଆ ଉଦ୍ୟମ କରିବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ । ଜମିରେ ନିବେଶ କରନ୍ତୁ ଲାଭ ମିଳିବ । ଦୈନିକ କାର୍ଯ୍ୟସୂଚୀରେ ପରିବର୍ତନ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ଆରାଧନା କରନ୍ତୁ
ବୃଷ-
କୃତିକା- କର୍ମଚାରୀ ମହଲରେ ଆନନ୍ଦର ବାତାବରଣ ରହିବ । ଶାରିରୀକ କ୍ଲେଶ ଦୂର ହୋଇଯିବ । ସବୁଦିଗରୁ ଆପଣଙ୍କର ସୁନାମ ଓ ଆୟ ବୃଦ୍ଧି ହୋଇପାରେ । ଦୈନଦିନ ଜୀବନଟି ମୋଟାମୋଟି ଭାବେ ବିତାଇବେ ।
ରୋହିଣୀ- ପରିଶ୍ରମ ଅନୁସାରେ ପାରିଶ୍ରମିକ ପାଇବେ । ଅସୁବିଧାରେ ପଡି ବିରକ୍ତି ଭାବ ପ୍ରକାଶ କରିବେ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରଖିପାରିବେ ନାହିଁ । କୈାଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ । ଦୀର୍ଘଦିନର ଆଶା ପୂରଣ ହୋଇପାରେ ।
ମୃଗଶିରା- ହଠାତ କୈାଣସି ଖୁସି ଖବର ପାଇବେଅତ୍ୟଧିକ ଭାବ ପ୍ରବଣ ହୋଇ ଅପଦସ୍ତ ହେବେ । ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇ ପାରେ । ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ॥
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ଶାରୀରିକ ପିଡା ଭୋଗ କରି ପାରନ୍ତି । ପଇସାର ଅଭାବ ଅନୁଭବ କରିପାରନ୍ତି । ଘର ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ ।
ଆଦ୍ରା- ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ । ଇଂଜିନିୟରଙ୍କୁ ବଡ କଂପାନୀରେ ଚାକିରିର ପ୍ରସ୍ତାବ ମିଳିପାରେ । କୈାଣସି ଜରୁରୀ ଯୋଜନା ସଫଳ ହେବ ।
ପୁନର୍ବସୁ- ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ । ଭୂ-ସମ୍ପତି କିଣିବା ପୂର୍ବରୁ ଶୁଭ ମୁହୂର୍ତ ଦେଖନ୍ତୁ । ଅଧିକ ଭାବୁକ ହେଲେ ମନ ଅଶାନ୍ତି ରହିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ସବୁ ଭଲ କାମରେ ବିଳମ୍ବିତ ପ୍ରକ୍ରିୟା ଲାଗି ରହିବ । ଯାତ୍ରା ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ଦେଖାଦେଇ ପାରେ । ହଜମ ଜନୀତ ସମସ୍ୟା ଦେଖା ଦେଇପାରେ । ବ୍ୟୟ ବୃଦ୍ଧି ଦେଖାଦେଲେ ମଧ୍ୟ , ଆୟ ବଜାୟ ରହିବ ।
ପୁଷ୍ୟା- ଗୃହିଣୀ ମାନେ କର୍ତବ୍ୟପରିୟଣ ରହିବେ । ପରୋକ୍ଷ ଷଡଯନ୍ତ୍ର ମନରେ ହତାଶ ଭାବ ଦେଖା ଦେଇପାରେ । ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବେ।
ଅଶ୍ଳେଷା- ଧୈର୍ଯ୍ୟ ଓ ସହନଶୀଳତା ସମ୍ବଳ କରି ଲକ୍ଷ୍ୟ ସାଧନ ଦିଗରେ ଆଗେଇ ଚାଲିବେ । କର୍ମକ୍ଷେତ୍ରରେ ଓ କୃଷି କ୍ଷେତ୍ରରେ ଉନ୍ନତି କରିବେ । ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି । ରାଜନୈତିକ ନେତା ମାନେ ଶାନ୍ତିକାମୀ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଭୂବନେଶ୍ୱରୀଙ୍କ ମନ୍ତ୍ର ପାଠ କରନ୍ତୁ
ସିଂହ-
ମଘା- ଜୀବନ ସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ପ୍ରକୃତିର ଆନନ୍ଦ ନେବା ପାଇଁ ଆଗ୍ରହ ପ୍ରକାଶ କରିବେ । ପ୍ରଶାସନିକ କାମ ଧୈର୍ୟ୍ୟର ସହ କରନ୍ତୁ ।
ପୂ,ଫାଲଗୁନି- ରାଜନିତିରେ ସମର୍ଥନ ହ୍ରାସ ପାଇବ । ଆପଣଙ୍କର ଭଲ ବ୍ୟବହାରରେ ସହକର୍ମୀ ପ୍ରଭାବିତ ହେବେ । ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ ।
ଉ,ଫାଲଗୁନି- ଜମି କ୍ରୟ କରି ଖୁସି ରହିବେ । କୈାଣସି କଥାକୁ ନେଇ ଭାବୁକ ରହିବେ । ବ୍ୟବସାୟରେ ନୂଆ ସୁଯୋଗ ଓ କାମ ପାଇବେ । ଯେଉଁ କାମ କରିବାକୁ ଚାହିଁବେ ତାକୁ ମନପ୍ରାଣ ଢାଳି ପୂରା କରିଦେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ସୂର୍ୟ୍ୟକୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ
କନ୍ୟା-
ଉ- ଫାଲ୍ଗୁନୀ- ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ । ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ ବଳିଷ୍ଠଙ୍କ ସହିତ କଥା ହେବା ବେଳେ ସଂଯମ ରଖନ୍ତୁ । ଘର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ ।
ହସ୍ତା- କାର୍ୟ୍ୟ କ୍ଷେତ୍ରରେ ନୂଆ ସମ୍ଭାବନା ତଲ୍ଲାସ କରି ପାରନ୍ତି । ଅଫିସରେ ସହକର୍ମୀଙ୍କ ସହ ସମ୍ବନ୍ଧ ମଜବୁତ ରହିବ ଠିକ ସମୟରେ କାମ ଆରମ୍ଭ କରନ୍ତୁ ସଫଳତା ପାଇବେ । ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ ।
ଚିତ୍ରା- ନୂତନ ଯାନବାହନ କ୍ରୟ କରିବାରେ ଆଗ୍ରହି ହେବେ । ଛାତ୍ରଙ୍କୁ କୈାଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ
ତୁଳା-
ଚିତ୍ରା- ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ମନ ଆଧ୍ୟାତ୍ମିକତା ପ୍ରତି ଅଧିକ ରହିବ । ଆପଣଙ୍କ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ ।
ସ୍ୱାତୀ- ଅଫିସ୍ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ । ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ । ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ ।
ବିଶାଖା- ମହିଳା ମାନେ ଖାଦ୍ୟ ପ୍ରିୟ ରହିବେ । ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ । ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ । ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ଅଧିକ ସମୟ ସମାଲୋଚନାରେ କଟିପାରେ, ଜିଦ୍ ଗୁଣ ପାଇଁ ଅଶାନ୍ତି ବଢିପାରେ । ପ୍ରିୟବ୍ୟକ୍ତଙ୍କ ସହିତ ମିଶିବା ପାଇଁ ଦିନଟି ଭଲ ରହିବ । ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବ । କର୍ତୁପକ୍ଷ ଆପଣଙ୍କୁ କୌଣସି ଦାୟିତ୍ୱ ଦେବେ ।
ଅନୁରାଧା- ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ । କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଓ ତହିଁରେ ଲାଭ ମିଳିବ । ବୈବାହିକ ଜୀବନରେ ମଧୁରତା ଆସିବ । ସାଂସୃତିକ ପରିବେଶରେ ଯୋଗ ଦାନ ଦେବେ ।
ଜ୍ୟୋଷ୍ଠା- ଯୁକ୍ତିଯୁକ୍ତ କଥା କହି ପରିସି୍ଥତିକୁ ସୁଧାରି ନେବେ । ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ । ଇର୍ଷାପରାୟଣ,ଖଳବ୍ୟକ୍ତି ମାନେ ଶତୃତା କରିଲେ ମଧ୍ୟ କ୍ଷତି ଘଟାଇ ପାରିବେ ନାହିଁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଧନୁ-
ମୂଳା- ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ । ବିବାହ ଆଦି ଶୁଭ କାର୍ଯ୍ୟରେ ଯୋଗ ଦେଇ ମନ ଖୁସି ରହିବ । ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ଅଛି ।
ପୂ,ଷାଢା- ପଢାପଢିରେ ଶୁଭଫଳ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ , ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ । ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ ।
ଉ,ଷାଢା- କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବାକୁ ପଡିପାରେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତି ପୋଷଣ କରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କ ସ୍ତୋତ୍ର ପାଠ କରନ୍ତୁ
ମକର
ଉ, ଷାଢା- ଚାକିରୀରେ ପାଇଁ ନୂଆ ଖବର ଆସିପାରେ । ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ । ପ୍ରେମ ଜୀବନ ମଧୁରମୟ ରହିବ କୈଣସି କାମରେ ଆଶା ଠାରୁ ଅଧିକ ଲାଭ ପାଇବେ । ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢିବ ।
ଶ୍ରବଣା- ସମାସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ । ବନ୍ଧୁ କଲ୍ୟାଣ ସିଦ୍ଧି ହେବ । ବ୍ୟପାର ବୃର୍ତିରେ ପ୍ରଗତି ହେବ ଶୃଖଂଳିତ ଭାବରେ କର୍ମ କରି ସଫଳତା ପାଇବେ । ସୁନ୍ଦର କଳ୍ପନାରେ ବିଭୋର ରହିବେ ।
ଧନିଷ୍ଠା- କର୍ତୁପକ୍ଷ ଆପଣଙ୍କୁ କୈାଣସି ବଡ ଦାୟିତ୍ୱ ଦେବେ ମହିଳାଙ୍କ ଭାଗ୍ୟ ଉଜ୍ଜଳ ହେବ । ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ପୂର୍ବ ବ୍ୟବସାୟ ଚୁକ୍ତି ଆପଣଙ୍କୁ ଅଚାନକ ଲାଭ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ଧନିଷ୍ଠା- ବ୍ୟବସାୟରେ ଉନ୍ନତି କରିବେ । ନିଜର ବିଚାରକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରନ୍ତୁ । ଲୋକମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ ।
ଶତଭିଷା- ଅଫିସ୍ରେ ଆପଣଙ୍କ କାମ ଦେଖି କର୍ତୁପକ୍ଷ ଖୁସି ହେବେ । କାହା ପ୍ରତି ଆପଣଙ୍କ ମନ୍ତବ୍ୟ ପ୍ରକାଶ କରନ୍ତୁ ନାହିଁ । କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ
ପୂ,ଭାଦ୍ରପଦ- ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ । ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ । ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ
ପୂ, ଭାଦ୍ରପଦ- ନିସ୍ପଳତା ଓ ନିରାଶ ଭାବ ଦେଖାଦେବ । ବ୍ୟବସାୟରେ ସୌଜନ୍ୟ ହାନି ଘଟିବ । ଯେଉଁ କାର୍ୟ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ।
ଉ, ଭାଦ୍ରପଦ- ଯାନବାହାନ, ଲାଭ ସାଙ୍ଗକୁ ମନୋରଞନ ଓ ମାଙ୍ଗଳିକ କାମରୁ ଖୁସିରହିବେ । ଅନ୍ୟର ସାହାର୍ଯ୍ୟ, ସମର୍ଥନ ଲକ୍ଷହାସଲରେ ସହାୟକ ହୋଇପାରିବ । ଧର୍ମ ଓ ସାଂସୃତିକ କାର୍ୟ୍ୟରେ ଅଗ୍ରଣି ହୋଇ ସାମାଜିକ ସ୍ଥିତିକୁ ସୁଦୃଢ କରିବେ ।
ରେବତୀ- ସମ୍ପର୍କୀୟ ଜଣେ ବନ୍ଧୁଙ୍କ ପ୍ରତିଶୃତି ଯାହାକି ଆପଣଙ୍କ କାମରେ ଆସିବ ଉପରିସ୍ଥ ଅଫିସର ମାନଙ୍କର ଚାପ ବୃଦ୍ଧି ପାଇବ । କୌଣସି କାର୍ୟ୍ୟକୁ ନେଇ ଚିନ୍ତିତ ରହିବେ । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)