Advertisment

Defense Budget 2026: ୧୫ ପ୍ରତିଶତ ବଢ଼ିଲା ଭାରତର ଶକ୍ତି, ଛାନିଆଁ ହେଲେ ଶତ୍ରୁ

ବଢ଼ିଲା ଭାରତର ଶକ୍ତି, ଛାନିଆ ହେଲେ ଶତ୍ରୁ। ୧୫ ପ୍ରତିଶତ ବୃଦ୍ଧି ପାଇଲା ପ୍ରତିରକ୍ଷା ବଜେଟ୍। ଏବେ ଘରେ ପଶି ମାରିବ ଆତ୍ମନିର୍ଭର ଭାରତ। ପ୍ରତିରକ୍ଷା ବଜେଟରେ ବିରାଟ ଅବିବୃଦ୍ଧି ଆଣିଲେ କେନ୍ଦ୍ର ସରକାର।

author-image
Rashmi Ranjan Mohapatra
Defense-Budget-PKG

ବଢ଼ିଲା ଭାରତର ଶକ୍ତି, ଛାନିଆ ହେଲେ ଶତ୍ରୁ। ୧୫ ପ୍ରତିଶତ ବୃଦ୍ଧି ପାଇଲା ପ୍ରତିରକ୍ଷା ବଜେଟ୍। ଏବେ ଘରେ ପଶି ମାରିବ ଆତ୍ମନିର୍ଭର ଭାରତ। ପ୍ରତିରକ୍ଷା ବଜେଟରେ ବିରାଟ ଅବିବୃଦ୍ଧି ଆଣିଲେ କେନ୍ଦ୍ର ସରକାର। ଆହୁରି ବଳଶାଳୀ ହେଲା ଭାରତ। ଦେଶର ପ୍ରତିରକ୍ଷା ବଜେଟରେ ବିରାଟ ଅବିବୃଦ୍ଧି ଆଣିଲେ କେନ୍ଦ୍ର ସରକାର। ଏଥର ପ୍ରତିରକ୍ଷା ପାଇଁ ମୋଟ ୭.୮୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଯାହା ପୂର୍ବବର୍ଷ ୬.୮୧ ଲକ୍ଷ କୋଟି ଥିଲା। ଅର୍ଥାତ ପ୍ରତିରକ୍ଷା ବଜେଟରେ ୧୫% ବୃଦ୍ଧି କରାଯାଇଛି। ଅପରେସନ୍ ସିନ୍ଦୂରର ଐତିହାସିକ ସଫଳତା ପରେ ଏହି ବଜେଟ୍ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାର ସଂକଳ୍ପକୁ ମଜବୁତ କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ବଜେଟ୍ କେବଳ ପୁଞ୍ଜି ବ୍ୟୟ ଉପରେ ଧ୍ୟାନ ଦିଏ ନାହିଁ ବରଂ ପ୍ରତିରକ୍ଷା ସେବାର ଦୈନନ୍ଦିନ ଖର୍ଚ୍ଚ, ଯେପରିକି ଦରମା, ଇନ୍ଧନ, ରକ୍ଷଣାବେକ୍ଷଣ ଏବଂ ଗୋଳାବାରୁଦ ଉପରେ ମଧ୍ୟ ଧ୍ୟାନ ଦିଏ। ଏଥିରେ ଦୈନନ୍ଦିନ କାର୍ଯ୍ୟ ପାଇଁ ୧୭.୨୪ ପ୍ରତିଶତ ବୃଦ୍ଧି ଏବଂ ପେନସନ ପାଇଁ ୬.୫୩ ପ୍ରତିଶତ ବୃଦ୍ଧି ଅନ୍ତର୍ଭୁକ୍ତ, ଯାହା ମୋଟ ₹୧.୭୧ ଲକ୍ଷ କୋଟି ଟଙ୍କା ।

Advertisment


ପ୍ରତିରକ୍ଷା ବିଭାଗକୁ ଆଧୁନିକୀକରଣ ଉପରେ ଧ୍ୟାନ ଦେବା ପାଇଁ ୨.୧୯ ଲକ୍ଷ କୋଟି ଦିଆଯାଇଛି। ଏୟାରକ୍ରାଫ୍ଟ ଏବଂ ଏରୋ ଇଞ୍ଜିନ ପାଇଁ ₹୬୩,୭୩୩ କୋଟିର କାପେକ୍ସ କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ବିମାନ ଉପାଦାନ ନିର୍ମାଣ ପାଇଁ ଆମଦାନୀ କଞ୍ଚାମାଲକୁ କଷ୍ଟମ୍ ଶୁଳ୍କରୁ ମୁକ୍ତ କରିବାର ପ୍ରସ୍ତାବ ମଧ୍ୟ ବଜେଟରେ ଦିଆଯାଇଛି।


ବିଶେଷଜ୍ଞଙ୍କ ଅନୁସାରେ, ଗତ ୨୬ ବର୍ଷ ମଧ୍ୟରେ ଭାରତର ପ୍ରତିରକ୍ଷା ଖର୍ଚ୍ଚ ୪୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଏହି ବଜେଟ୍ କେବଳ ସୁରକ୍ଷାକୁ ସୁଦୃଢ଼ କରେ ନାହିଁ ବରଂ ଏକ ଆତ୍ମନିର୍ଭରଶୀଳ ଭାରତ ଏବଂ ପ୍ରତିରକ୍ଷା ରପ୍ତାନିକୁ ପ୍ରୋତ୍ସାହିତ କରିବାର ବାର୍ତ୍ତା ମଧ୍ୟ ପ୍ରଦାନ କରେ ।

Advertisment
National News Defense Experts Finance Minister Nirmala Sitaraman Union Budget Budget
Advertisment
Related Articles
Advertisment