Advertisment

Abhijeet Majumdar’s Wife Ranjita Speaks Out: ଅଭିଜିତ୍ ମଜୁମଦାରଙ୍କର ମୃତ୍ୟୁରେ ପତ୍ନୀଙ୍କ ବଡ଼ ଆରୋପ; କହିଲେ ଚାଲିଛି ଅପପ୍ରଚାର

ଅଭିଜିତ୍ ମଜୁମଦାରଙ୍କର ମୃତ୍ୟୁରେ ପତ୍ନୀଙ୍କ ବଡ଼ ଆରୋପ। ପତ୍ନୀ କହିଲେ ସ୍ୱାମୀଙ୍କ ମୃତ୍ୟୁ ନେଇ ଚାଲିଛି ଅପପ୍ରଚାର। କଟକର ଘରୋଇ ହସ୍ପିଟାଲ ନାଁରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ। `ମାତ୍ରାଧିକ ସୋଡ଼ିୟମ୍ ପ୍ରୟୋଗରୁ ଉପୁଜିଲା ନ୍ୟୁରୋ ପ୍ରୋବ୍ଲେମ୍'। ଅଭିଯୋଗକୁ ସଂପୃକ୍ତ ଘରୋଇ ମେଡିକାଲର ଖଣ୍ଡନ।

author-image
Pramod Behera
Abhijeet Majumdar’s Wife Ranjita Speaks Out

ଅଭିଜିତ୍ ମଜୁମଦାରଙ୍କର ମୃତ୍ୟୁରେ ପତ୍ନୀଙ୍କ ବଡ଼ ଆରୋପ Photograph: (OTV)

୬ ମାସର ଜୀବନ ଯୁଦ୍ଧରେ କାହିଁକି ହାରିଗଲେ ମେଲୋଡ଼ି କିଙ୍ଗ ଅଭିଜିତ ମଜୁମଦାର୍ ? ୫୪ ବର୍ଷ ବୟସରେ କେଉଁ ରୋଗ ପାଇଁ ତାଙ୍କୁ ମରଣ ସହ ଲଢ଼ିବାକୁ ପଡୁଥିଲା ? ସୋସିଆଲ୍ ମିଡ଼ିଆରେ ନାନା କଥା, ନାନା ଆରୋପ। ଶେଷରେ ମିଡ଼ିଆ ସାମ୍ନାକୁ ଆସି ଅଭିଜିତଙ୍କ ମୃତ୍ୟୁ ଲିଭର୍ ସିରୋସିସରେ ନୁହେଁ, ନିର୍ଦ୍ଧିଷ୍ଟ ଏକ ଘରୋଇ ଡାକ୍ତରଖାନାର ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ବୋଲି ଅଭିଯୋଗ ଆଣିଛନ୍ତି ଅଭିଜିତଙ୍କ ପତ୍ନୀ।

Advertisment

ତା’ସହ ଅଭିଜିତ ଓ ଆମ ପରିବାରକୁ ବଦନାମ କରାନଯାଉ ବୋଲି ନିବେଦନ କରିଥିବାବେଳେ ସଂପୃକ୍ତ ଘରୋଇ ହସ୍ପିଟାଲ୍ ପକ୍ଷରୁ ଅଭିଜିତଙ୍କ ପତ୍ନୀଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି।

କେଉଁ ରୋଗ ପାଇଁ ମେଲୋଡି କିଙ୍ଗ ଅଭିଜିତ ମଜୁମଦାରଙ୍କୁ ହରାଇବାକୁ ପଡ଼ିଲା ଜୀବନ ? କାହିଁକି ମଧ୍ୟ ବୟସରେ ଚାଲିଗଲେ ଆରପାରି ? ମୁଣ୍ଡ ଟେକିଲା ନୂଆ ବିବାଦ...ବଢ଼ିଲା ଚର୍ଚ୍ଚା...ଅତ୍ୟଧିକ ମଦ୍ୟପାନ ଯୋଗୁ କିଏ ଲିଭର୍ ସିରୋସିସର କଥା କହି ଆସୁଥିଲେ ସୋସିଆଲ୍ ମିଡ଼ିଆରେ ତ ଆଉ କିଏ ଭିନ୍ନ ଭିନ୍ନ ତଥ୍ୟ ଆଣି ବଖାଣି ଚାଲୁଥିଲେ। ହେଲେ ସବୁ ଚର୍ଚ୍ଚା ଆଉ ତଥ୍ୟକୁ ଖଣ୍ଡନ କରିଛନ୍ତି ପତ୍ନୀ ରଞ୍ଜିତା ମଜୁମଦାର। 

Advertisment

ସ୍ୱାମୀଙ୍କ ଅସୁସ୍ଥତାଠୁ ମୃତ୍ୟୁ ଯାଏଁ ଅପପ୍ରଚାର ଚଳାଇ ଆସିଥିବା ବ୍ୟକ୍ତିଙ୍କୁ ଉତ୍ତର ରଖିବା ସହ ଆଉ କୁତ୍ସାରଟନା ନକରିବାକୁ ନିବେଦନ କରିଛନ୍ତି। କହିଛନ୍ତି, ଅଭିଜିତଙ୍କ ମୃତ୍ୟୁ ନା ମଦ୍ୟପାନ ଯୋଗୁ ହୋଇଛି ନା ଲିଭର ସିରୋସିସ୍ ଯୋଗୁ ହୋଇଛି। ସୁସ୍ଥ ହୋଇଆସୁଥିବା ଅଭିଜିତଙ୍କ ଯଦି ଲିଭର୍ ସିରୋସିସ୍ ହୋଇଥାନ୍ତା, ତାହେଲେ ଲିଭର୍ ଟ୍ରାନ୍ସପ୍ଲାଣ୍ଟ କରାଯାଇଥାନ୍ତା। କିନ୍ତୁ କଟକର ନିର୍ଦ୍ଧିଷ୍ଟ ଏକ ଘରୋଇ ହସ୍ପିଟାଲର ଭୁଲ୍ ଚିକିତ୍ସା ଯୋଗୁ ସ୍ବାମୀ ଅଭିଜିତଙ୍କ ଆଜି ଏଭଳି ଅବସ୍ଥା ହେଲା ବୋଲି ଅଭିଯୋଗ ଆଣିଛନ୍ତି ପତ୍ନୀ ରଞ୍ଜିତା ମଜୁମଦାର । 

ଅଗଷ୍ଟ ୨୭, ଗଣେଶ ପୂଜା। ଅଭିଜିତଙ୍କ ପତ୍ନୀଙ୍କ ଅଭିଯୋଗ, ଭାଇରାଲ୍ ଫିଭର୍ ହୋଇଥିଲା ଅଭିଜିତଙ୍କୁ। ପରେ ପରେ ଝାଡ଼ା ବାନ୍ତି ସହ ଗୋଡ଼ରେ ଯନ୍ତ୍ରଣା ହେଉଥିଲା। ତେଣୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଅଭିଜିତଙ୍କୁ। ରକ୍ତ ପରୀକ୍ଷା ପରେ ଡାକ୍ତର କହିଲେ, ସୋଡ଼ିୟମ ସହ ପୋଟାସିୟମ୍ କମିଯାଇଛି। ସୋଡ଼ିୟମ୍ ଲେବୁଲ୍ ୧୫୩ ଜାଗାରେ ୧୦୧ ଅଛି। ତେଣୁ ଔଷଧ ଦେଇ ହଠାତ୍ ପ୍ରଥମେ ୧୧୫ ଏବଂ ପୁଣି ଆଉ ୮ ବଢ଼ାଇଦେଲେ ସୋଡ଼ିୟମ୍ ସ୍ତରକୁ। 

ଫଳରେ ଅଭିଜିତଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ିବା ସହ ସ୍ନାୟୁଗତ ସମସ୍ୟା ବାହାରିବାରୁ ନିଦ ଔଷଧ ଦେଇ ରଖାଯାଇଥିଲା। ୨୪ରୁ ୩୬ ଘଣ୍ଟା ଯାଏଁ ଚେତା ଆସିଲା ନାହିଁ। ତେଣୁ ଆଉ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର MRI କରି କହିଲେ ଅଭିଜିତ ODS ତଥା Osmotic Demyelination Syndromeର ଶିକାର ହୋଇଛନ୍ତି। ଅର୍ଥାତ ସାଂଘାତିକ ସ୍ନାୟୁଗତ ସମସ୍ୟା। 

ନିର୍ଦ୍ଧିଷ୍ଟ ସମୟ ଭିତରେ ଅଧିକ ମାତ୍ରାରେ ସୋଡ଼ିୟମର ପ୍ରୟୋଗ ଯୋଗୁ ଏଭଳି ଅବସ୍ଥା ହୋଇଥିବା ସେଠାକାର ଡାକ୍ତର କହିଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ ରଞ୍ଜିତା। ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର AIIMSରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଧ୍ୟ ଡାକ୍ତର ସମାନ କଥା କହିଥିବା ରଞ୍ଜିତା କହିଛନ୍ତି। 

ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି, ରଞ୍ଜିତା ଅଭିଯୋଗ ଆଣିଥିବା ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷ। ସେଠାକାର ଡାକ୍ତର ପି.କେ.ପ୍ରଧାନ କହିଛନ୍ତି, ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍ ଅନୁଯାୟୀ ୩ ଘଣ୍ଟା ବ୍ୟବଧାନରେ ଦିନକୁ ଦୁଇ ଥର ହାରରେ ସାଲାଇନରେ ଶହେ ML ଦିଆଯାଉଥିଲା ଇଂଜେକ୍ସନ। ଅଧିକ ଡୋଜର ଆବଶ୍ୟକତା ହିଁ ନଥିଲା। ତେବେ ଯେଉଁ ନିଶା ଇଂଜେକ୍ସନ ଦିଆଯାଉଥିଲା ତାହା ବ୍ରେନକୁ ପ୍ରଭାବ ପଡ଼ିଲା ଭଳି ନୁହେଁ। ତାଙ୍କର ମୃତ୍ୟୁ ପଛରେ ODS ନୁହେଁ ବୋଲି କହିଛନ୍ତି ଡାକ୍ତର ପି.କେ.ପ୍ରଧାନ। 


ତେବେ ମୃତ୍ୟୁର କାରଣ ଯାହା ବି ହେଉ। ଆଜି ଓଡ଼ିଶା କିନ୍ତୁ ହରାଇଲା ଓଡ଼ିଆ ସଂଗୀତ ଜଗତର ଅନ୍ୟତମ ବାଦଶାହଙ୍କୁ। ସଂଗୀତ କ୍ଷେତ୍ରରେ ଯାହାଙ୍କ ଅବଦାନ ସବୁଦିନ ପାଇଁ ଅଭୂଲା ହୋଇରହିବ।

Abhijit Majumdar body abhijit majumdar death abhijit majumdar singer
Advertisment
Advertisment