Advertisment

Daily Horoscope 25th October 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ହଜମ ପ୍ରକ୍ରିୟା, ସ୍ନାୟୁ ସମସ୍ୟାରେ ହଇରାଣ ହୋଇପାରନ୍ତି । ବ୍ୟବସାୟରେ ଗ୍ରାହକମାନେ ପ୍ରଚୁର ପରିମାଣରେ ରହିବେ । ପାରିବାରିକ ଚାପରେ ବୃଦ୍ଧି ଘଟିବାର ସମ୍ଭାବନା ଅଛି ।

author-image
Deepak Acharya
undefined

Horoscope Photograph: (OTV)

ମେଷ-     
ଅଶ୍ୱନୀ- ହଜମ ପ୍ରକ୍ରିୟା, ସ୍ନାୟୁ ସମସ୍ୟାରେ ହଇରାଣ ହୋଇପାରନ୍ତି । ବ୍ୟବସାୟରେ ଗ୍ରାହକମାନେ ପ୍ରଚୁର ପରିମାଣରେ ରହିବେ । ପାରିବାରିକ ଚାପରେ ବୃଦ୍ଧି ଘଟିବାର ସମ୍ଭାବନା ଅଛି ।    
ଦ୍ୱିଜା-  ବିବାହିତ ଜୀବନ ବିଷୟରେ ଭଲ ଅନୁଭବ କରିପାରିବେ ।  ଯେକୌଣସି ସମ୍ପତ୍ତି ବିକ୍ରୟରୁ ଟଙ୍କା ରୋଜଗାର କରିବାର ସୁଯୋଗ ଆସିପାରେ । ଛାତ୍ରଛାତ୍ରୀମାନେ ସହଜରେ ପଢୁଥିବା ଯେକୌଣସି ଜିନିଷକୁ ସ୍ମରଣ ରଖିପାରିବେ ।
କୃତିକା- ଟଙ୍କାକୁ ଭଲ କାମରେ ଲଗାଇବାରେ ସକ୍ଷମ ହେବେ । ପ୍ରଭାବଶାଳୀ ବ୍ୟକ୍ତିବିଶେଷ, ନେତାଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ପାଇବେ । ମହିଳା ମାନେ ଅନ୍ୟକୁ ସାହାଯ୍ୟ କରିବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର -  ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ବୃଷ-
କୃତିକା- ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିବେ। କୌଣସି ଚିନ୍ତା ନ କରି କାମରେ ଆଗେଇ ଚାଲନ୍ତୁ । କର୍ମକ୍ଷେତ୍ରରେ ଜଣେ ଅପରିଚିତ ବ୍ୟକ୍ତି ବହୁତ ସାହାଯ୍ୟ କରିବେ।
ରୋହିଣୀ- କର୍ମକ୍ଷେତ୍ରରେ ସତର୍କତାର ସହ ଚଳନ୍ତୁ, ଅନ୍ୟଥା ସାଧାରଣ ଘଟଣା ଭିନ୍ନରୂପ ନେଇପାରେ । ଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଶାନ୍ତି ବ୍ୟାହତ ଆଶଙ୍କା ରହିଛି। ଛାତ୍ରଛାତ୍ରୀ ମାନେ ବିଦ୍ୱାନ ଓ ସାହସୀ ହେବେ ।
ମୃଗଶିରା- ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ସମସ୍ୟା ସମାଧାନ ହୋଇଯିବ।ନିିଜ ବୃଦ୍ଧି ବଳ ଓ ବାହୁ ବଳ ପ୍ରୟୋଗ କରି ଧନ ଅର୍ଜନ କରିପାରନ୍ତି । ଯାନବାହନ,ସଭସମିତି,ପାରିବାରିକ ସମସ୍ୟା ନେଇ ଚିନ୍ତାରେ ରହିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର- ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ
ମିଥୁନ-
ମୃଗଶିରା- ଜ୍ୱର କିମ୍ବା ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ଅନୁଭବ କରିପାରନ୍ତି । ବିଦେଶୀ ବାଣିଜ୍ୟ ସମୃଦ୍ଧ ହେବ ଏବଂ ବ୍ୟବସାୟ ବୃଦ୍ଧି ପାଇବ । ଭଲ ଲୋକଙ୍କ ସହିତ କାମ କରିବା ମଧ୍ୟ ଲାଭଦାୟକ ହେବ ।
ଆଦ୍ରା-  ପରସ୍ପର ପ୍ରତି ଥିବା ପ୍ରେମ ଭାବନା ବଢିବ । ପିଲାମାନଙ୍କ ସହିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।  ଚାକିରିରେ ଭଲ ଟଙ୍କା ରୋଜଗାର କରିବେ ।
ପୁନର୍ବସୁ- ରାଜନିତିରେ ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଶିକ୍ଷକମାନଙ୍କ ସହିତ ଆପଣଙ୍କର ଅଧିକ ମତଭେଦ ରହିପାରେ । ଏପରି ପରିସ୍ଥିତି ହୋଇପାରେ ଯେଉଁଠାରେ ଆପଣ ଟଙ୍କା ହରାଇବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ଭାବନାତ୍ମକ ରୂପରେ ଅଧିକ ସକ୍ଷମ ଓ ଅନୁଭବି ହେବେ । ପ୍ରିୟ ଜନ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବେ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । 
ପୁଷ୍ୟା- ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ ।  ବିବାହିତ ଜୀବନରେ ପ୍ରେମ ଏବଂ ଆକର୍ଷଣର ପରିସ୍ଥିତି ଦେଖାଦେବ । ରାଜନୀତିରେ ବିରୋଧି ଦଳ ଫାଇଦା ଉଠାଇବେ । 
ଅଶ୍ଲେଷା- ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ । ଭୁଲ୍ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। ଜମିଜମା କାରବାର ସକାଶେ ଦିନଟି ବହୁତ ଭଲ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨    
ପ୍ରତିକାର- ଶିବଙ୍କୁ ତାଙ୍କର ଚନ୍ଦ୍ରଶେଖର ଅବତାରରେ ପୂଜା କରିବେ
ସିଂହ-
ମଘା- ଶାରୀରିକ କ୍ଲେଶ ଦୂର ହେବ । ଆପଣ ଆଧ୍ୟାତ୍ମିକ ଚିନ୍ତାଧାରାକୁ ବଢ଼ାଇବେ । ବ୍ୟବସାୟରେ ଆଶା କରାଯାଉଥିବା ଫଳ ନ ପାଇ ଆପଣଙ୍କୁ କିଛି ନିରାଶାର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ପୂ- ଫାଲ୍‌ଗୁନୀ- କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ  ସହିତ ସପଂର୍କ  ସ୍ଥାପନ କରିବେ । ପରିବାରକୁ ଏକଜୁଟ ରଖିବା ପାଇଁ କ୍ଷମତା ଦେଖା ଦେବ । ବିବାହିତ ଜୀବନ ପୁଣି ସୁଖମୟ ହେବ ।
ଉ- ଫାଲ୍‌ଗୁନୀ- ଏକ ଭଲ ଗାଡ଼ି କିଣିବାର ସମ୍ଭାବନା ରହିଛି । ରାଜନୀତିରେ ଆର୍ଥିକ ଲାଭ ମିଳିପାରେ ।  ଆପଣ ପୈତୃକ ସମ୍ପତ୍ତି ଲାଭ କରି ପାରିବେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର –  ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
କନ୍ୟା-
ଉ,ଫଳଗୁନି- କୌଣସି ନିଷ୍ପତି ନେବା ପୂର୍ବରୁ ଗଭୀର ଚିନ୍ତା କରନ୍ତୁ । ଭାଇଙ୍କ ସହଯୋଗ ପାଇ ବ୍ୟବସାୟ ଆଗକୁ ବଢିବ । ପ୍ରବାସ ଯାତ୍ରାରେ ଲାଭବାନ୍ ହେବେ । 
ହସ୍ତା- ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ । ଅନୁସନ୍ଧାନ ପ୍ରୋଜେକ୍ଟରେ କାମ କରୁଛନ୍ତି ତେବେ ଆପଣ ଭଲ କରିବାକୁ ସମର୍ଥ ହେବେ । ଦାମ୍ପତ୍ୟ ଜୀବନରେ ସୁନ୍ଦର ମୁହୂର୍ତ୍ତଗୁଡ଼ିକ ଅନୁଭବ କରିବାକୁ ଅଧିକ ସୁଯୋଗ ଆସିବ ।
ଚିତ୍ରା-  ଆୟ ଉପାର୍ଜନରେ ବାଧାସୃଷ୍ଟି ହୋଇପାରେ । ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ । ଯାନବାହାନର ନବୀକରଣ କରିବା ପାଇଁ ମନ ବଳେଇ ପାରନ୍ତି 
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର- ବୁଦ୍ଧ ଦେବଙ୍କର ବୀଜ ମନ୍ତ୍ର ଜପ କରନ୍ତୁ 
ତୁଳା-
ଚିତ୍ରା- ଆପଣଙ୍କର ପ୍ରତିଯୋଗୀମାନେ ଟିକେ ଶକ୍ତିଶାଳୀ ହେବେ ଯାହା ଆପଣଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବ । କୌଣସି ଜିନିଷକୁ ସନ୍ତୁଳିତ ନ କରିପାରି ଯାହା ଦ୍ୱାରା ସମସ୍ତ ଟଙ୍କା ଖର୍ଚ୍ଚ ହେବ । ଚାକିରୀ ପାଇବା କାରଣରୁ ଆପଣ ବହୁତ ଖୁସି ରହିବେ ।
ସ୍ୱାତୀ- ପାରିବାରରେ ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଜୀବନସାଥୀ ପରସ୍ପରକୁ ଭଲ ଭାବରେ ବୁଝିବା ଆରମ୍ଭ କରିବେ ।  ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି । 
ବିଶାଖା- ଭୂ-ସମ୍ପତି କିଣିବାର ଯୋଗ ରହିଛି । ଘରୋପକରଣ କିଣିବାରେ ଅଧିକ ବ୍ୟୟ କରିବେ । କଠିନ ପରିଶ୍ରମ କରିବା ଫଳରେ ବହୁତ ଭଲ ଫଳାଫଳ ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 
ବିଛା-
ବିଶାଖା- ମାନସିକ ଦୁଶ୍ଚିନ୍ତା ଦୂରେଇ ଯାଇ ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ପ୍ରେମ କ୍ଷେତ୍ରରେ  ସଫଳତା ଲାଭ କରିବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ ।        
ଅନୁରାଧା- ରାଜନୀତିରେ ଉଚିତ୍ ପନ୍ଥା ଗ୍ରହଣ କରି ପ୍ରଶଂସା ପାଇବେ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ୱୟ ରହି ବନ୍ଧୁତ୍ୱ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ଭଲ ରହିବ । 
ଜ୍ୟେଷ୍ଠା- ଋଣ ସୂତ୍ରରେ ଅର୍ଥଲାଭ କରିବେ ଓ ଶିଳ୍ପ ବାଣିଜ୍ୟରେ ଉନ୍ନତି ଘଟିବ। ଅନ୍ୟମାନଙ୍କ ଦ୍ୱାରା ପ୍ରତାରିତ ହୋଇ ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି। ଭୂ-ସମ୍ପତି କିଣିବାର ଯୋଗ ରହିଛି ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ
ଧନୁ-
ମୂଳା- ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ବନ୍ଧୁଙ୍କ ସାହାର‌୍ୟ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ । ବିଦେଶୀ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇପାରେ ।
ପୂ, ଷାଢା- ପାରିବାରିକ ସମସ୍ୟା ବୁଝାବଣା ମଧ୍ୟରେ ସମାଧାନ ହୋଇଯିବ, ଭାତୃ ସଂପର୍କରେ ଉନ୍ନତି ଘଟିବ । ପ୍ରିୟ ବ୍ୟକ୍ତିଙ୍କ ପାଇଁ ସଠିକ୍ ମାର୍ଗରେ ବହୁତ କିଛି କରିବାକୁ ଚାହିଁବେ ।
ଉ,  ଷାଢା- ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଖୁବ୍ ଭଲ ରହିବ । ଯେକୌଣସି ଘରର ମରାମତି କିମ୍ବା ସାଜସଜ୍ଜା କାର‌୍ୟ୍ୟରେ ବହୁତ ଖର୍ଚ୍ଚ କରି ପାରନ୍ତି । ଆପଣଙ୍କର ଜ୍ଞାନକୁ ବିସ୍ତାର କରିବାକୁ ଚାହିଁବେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ
ମକର-
ଉ,ଷାଢା- କର୍ମ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ । ସାଙ୍ଗସାଥୀ ମାନେ ସାହାର୍ଯ୍ୟ ସହଯୋଗ କରିବା ଫଳରେ ଆଶା କରିଥିବା କାମ ଟି ସମ୍ପନ୍ନ କରିପାରିବେ । ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ ।     
ଶ୍ରବଣା- ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ରାଜନୀତିରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ଆମୋଦ ପ୍ରମୋଦ ,କ୍ରିଡା, ମନୋରଞ୍ଜନ ରେ ଆଗ୍ରହ ବଢିବ । 
ଧନିଷ୍ଠା- ନିଜ ଲୋକମାନେ କହିବେ ଗୋଟିଏ କଥା ଏବଂ କାମ ବେଳକୁ ଠିକ୍ ତାହାର ଓଲଟା କରିପାରନ୍ତି। ପରିବହନରେ ଲାଭବାନ୍ ହେବେ।ଅତିଥି ସତ୍କାର କରି ଆତ୍ମସନ୍ତୋଷ ଲାଭ କରିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଗୋମାତାଙ୍କୁ ସବୁଜ ଚାରା ଏବଂ କିଛି ଗୁଣ୍ଡ ଖାଇବାକୁ ଦିଅନ୍ତୁ
କୁମ୍ଭ
ଧନିଷ୍ଠା- ଭଲ ନିତ୍ୟକର୍ମ ଏବଂ ସୁସ୍ଥ ଖାଦ୍ୟ ଖାଇବା ଅଭ୍ୟାସ ବଜାୟ ରଖିବାକୁ ପଡିବ । ବ୍ୟବସାୟରେ ସଫଳତା ପାଇବେ ଏବଂ କମ୍ ଅସୁବିଧା ଅନୁଭବ କରିବେ । କାର୍ଯ୍ୟକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିବେ ଏବଂ ବହୁତ ପରିଶ୍ରମ କରିବେ ।
ଶତଭିଷା- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଜୀବନ ସାଥି ଦୁହେଁ ପରସ୍ପର ପାଇଁ ସମୟ ବାହାର କରିବେ । ଯେକୌଣସି ପ୍ରକାରର ସମ୍ପତ୍ତି କ୍ରୟ କରିବା ଠାରୁ ଦୂରେଇ ରହିବ ।
ପୂ,  ଭାଦ୍ରପଦ- ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବେ । ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ । କୋର୍ଟକଚେରୀ ମାମଲାରେ ଚିନ୍ତାରେ ରହିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ
ମୀନ-
ପୂ,ଭାଦ୍ରପଦ- ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ କରିପାରିବେ । ପନିପରିବା ଆଦି ବ୍ୟବସାୟରୁ ବେଶ୍ ଲାଭବାନ ହୋଇ ପାରିବେ । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ।
ଉ,ଭାଦ୍ରପଦ- କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ନିଜକାମ ପଛକୁ ପକାଇ ଅନ୍ୟମାନଙ୍କ ନିର୍ଦ୍ଦେଶରେ କାମ କରିପାରନ୍ତି । ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇ ମନସ୍କାମନା ପୂର୍ଣ୍ଣ ହେବ । 
ରେବତୀ- ଚଳଚ୍ଚିତ୍ର ତଥା ମନୋରଞ୍ଜନରେ ନିଜକୁ ନିୟୋଜିତ କଲେ ପ୍ରଶଂସିତ ହେବେ। ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କଥା କହି କାମ ହାସଲରେ ସମର୍ଥ ହେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର- ମିଠା, ହଳଦିଆ ଚାଉଳ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଭଗବାନଙ୍କୁ ଅର୍ପଣ କରନ୍ତୁ

Advertisment
Horoscope
Advertisment
Related Articles
Advertisment