Advertisment

Daily Horoscope 22nd November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ମନଟା ବିଭିନ୍ନ କଥାକୁ ନେଇ ଭଲ ନ ଲାଗିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ।

author-image
Deepak Acharya
Horoscope

Horoscope Photograph: (OTV)

ମେଷ-
ଅଶ୍ୱନୀ- ମନଟା ବିଭିନ୍ନ କଥାକୁ ନେଇ ଭଲ ନ ଲାଗିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। 
ଦ୍ୱିଜା- ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । ପାରିବାରିକ ସ୍ଥିତି ସୁଧୁରି ଯାଇ ସୁଖ ସମୃଦ୍ଧି ବୃଦ୍ଧି ହେବ । ବ୍ୟବସାୟରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ ।
କୃତିକା-ଆୟ ଉପାର୍ଜନ କ୍ଷେତ୍ର ପ୍ରତି ସଙ୍କଟ ସୃଷ୍ଟି ହୋଇପାରେ । କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିପାରେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - କୈାଣସି ଛୋଟା ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ
ବୃଷ-
କୃତିକା- ପ୍ରେମିକ, ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ପରିବହନ ଓ ଶିଳ୍ପରେ ମାନ୍ଦା ହେବାର ଦେଖାଦେଇ ପାରେ । ନିଷ୍ପତି ମୂଳକ କାର୍ଯ୍ୟରେ ଆଗପଛ ହୋଇ ପାରନ୍ତି ।
ରୋହିଣୀ- ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ନୂତନ ଯୋନଜାକୁ କାର୍ଯ୍ୟକରୀ କରନ୍ତୁ ନାହିଁ । ଶିକ୍ଷାର୍ଥୀ ମାନେ କିଛି ପରିମାଣରେ ଶୁଭଫଳ ପାଇବେ । 
ମୃଗଶିରା- ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ।  ରାଜନିତିରେ  ବିଶିଷ୍ଟ ବ୍ୟକ୍ତି ବା  ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ ।  ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି ।

Advertisment

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ମୃଗଶିରା- କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ରହି ଖାଇବା ପିଇବାରେ ଅବହେଳା କରି ନିଜର ସ୍ବାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ। ବ୍ୟବସାୟ ଓ ପରିବହନ କିନ୍ତୁ ଭଲରେ ଚାଲିବ । କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବେ ।
ଆଦ୍ରା- ରାଜନୀତି କ୍ଷେତ୍ରରେ ବନ୍ଧୁ ମିତ୍ରଙ୍କର ସହଯୋଗ ପାଇବାସହ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ମନୋବିଜ୍ଞାନ ସମ୍ବନ୍ଧରେ ବିଶେଷ ରୁଚି ରହିବ । ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ ।
ପୁନର୍ବସୁ- କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିପାରନ୍ତି ।
ମାଲିମକଦମା ଆପଷ ବୁଝାବଣା ମଧ୍ୟରେ ସମାଧାନ କରିବେ । ସାସ୍କୃତିକ କାର୍ଯ୍ୟରେ ସମ୍ମାନିତ ହେବାର ଯୋଗ ରହିଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨    
ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ଭାତୃ ସଂପର୍କରେ ଉନ୍ନତି ଘଟିବ । ବ୍ୟବସାୟୀ ମାନେ ମୂଳ ଧନରୁ ବି କ୍ଷତି କରିପାରନ୍ତି । ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ । ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି ।
ପୁଷ୍ୟା- କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇବେ । ଆଜି କୈାଣସି ଆନୁଷ୍ଠାନିକ କାମରେ ନିୟ୍ୟେଜିତ ରହିବେ । ଶିକ୍ଷାର୍ଥୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ ।
ଅଶ୍ଲେଷା- ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେବେ । ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ମହିଳା ମାନେ ପୂରାତନ ରୋଗର ପିଡା ଅନୁଭବ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
ମଘା- ପୂର୍ବ ଯୋଜନା ଭଣ୍ଡୁର ହୋଇଯିବା ଆଶଙ୍କାରେ ମାନସିକ ଅସ୍ଥିରତା ସୃଷ୍ଟିହେବ। ପରିବାରରେ ମାଙ୍ଗଳିକ କାମ ସକାଶେ ତପ୍ତରତା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଭାବୁଥିବା କାମଟିକୁ କଷ୍ଟସାଧ୍ୟ ପୁରା କରିବେ ।
ପୂ,ଫାଲଗୁନି-ଅସାବଧାନତା କାରଣରୁ ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢିଯିବ । ନିକଟ ସମ୍ପର୍କୀୟଙ୍କ ଈର୍ଷା ଓ ଅସୂୟା ଭାବ ଯୋଗୁ ବିଚଳିତବୋଧ କରିବେ । ପୁରୁଣା କାମଗୁଡିକର ସମୀକ୍ଷା କରିବେ କିନ୍ତୁ ବିବାଦୀୟ ପରିସ୍ଥିତି ସୃଷ୍ଟିର ସମ୍ଭାବନା ରହିଛି । 
ଉ,ଫାଲଗୁନି- ଉଚ୍ଚଶିକ୍ଷାର ସୁଯୋଗ ପାଇବା ସହ ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ । ସାମାଜିକ କାର୍ଯ୍ୟରେ ପ୍ରଶଂସା ମିଳିବ । ଧାର୍ମିକ ପରିବେଶରେ ଦେବଦର୍ଶନ ସଙ୍ଗକୁ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିବେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧    
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
କନ୍ୟା-
ଉ,ଫାଲଗୁନି- ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ଶାରୀରିକ ପିଡା ଅପେକ୍ଷା କୃତ କମ ରହିବ । ନିକଟ ସମ୍ପର୍କୀୟଙ୍କ ଠାରୁ ସାହାଯ୍ୟ ପାଇ ଖୁସି ହେବେ ।
ହସ୍ତା- ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ ।  ରାଜନିତି ବିବାଦରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ଚିତ୍ରା- ନୂଆ ଜମି କିଣିବା ଆଗରୁ ଶୁଭ ମୂହୁର୍ତ ଦେଖି କିଣନ୍ତୁ । ଭଗବାନ୍‌କୁ ସ୍ମରଣ ଦ୍ୱାରା ମନସ୍କାମନା ପୂରଣ ହେବ । ଟଙ୍କା, ପଇସାକୁ ନେଇ ଆପଣଙ୍କ ଚିନ୍ତା ଦୂର ହେବ

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ
ତୁଳା-
ଚିତ୍ରା- ଗୃହରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ । ବନ୍ଧୁ ମାନଙ୍କ ଗହଳ ଚହଳ ମଧ୍ୟରେ ବ୍ୟସ୍ତତା ଅନୁଭବ କରିପାରନ୍ତି। ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ
ସ୍ୱାତୀ-ରାଜନୀତିରେ ମାନସମ୍ମାନ ପ୍ରତିଷ୍ଠା ପ୍ରତିପତି ଅକ୍ଷୁର୍ଣ୍ଣ ରହିବ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ଆତ୍ମବିଶ୍ୱାସ ଏବଂ ଶକ୍ତି ବୃଦ୍ଧି ପାଇବା ଫଳରେ ଉତ୍ସାହିତ ହେବେ ।
ବିଶାଖା- ନିଜ ଗୃହ ସମସ୍ୟାକୁ ସଜାଡ଼ିବାକୁ ଯାଇ ବହୁତ ହଇରାଣ ହେବାକୁ ପଡ଼ିପାରେ। ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରି କଳ୍ପନାରାଇଜରେ ଘୂରି ବୁଲିପାରନ୍ତି। କଠୋର ବାକ୍ୟାଳାପ କାରଣରୁ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କର ଦର୍ଶନ ସହିତ ପୂଜା ପାଠ କରନ୍ତୁ
ବିଛା-

Advertisment

ବିଶାଖା- ଆରୋଗ୍ୟ ଲାଭ ସହ ବୈଦ୍ଧିକ ବିକାଶ ଘଟିବ । ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ । ବାନ୍ଧବୀଙ୍କର ସହିତ ଦେଖାହେଇ ପାରେ । ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ।
ଅନୁରାଧା- ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପୂର୍ବ ଜୋରଦାର କରିପାରନ୍ତି । ସମସ୍ୟା ଭାରକ୍ରାନ୍ତ ହୋଇ ମନଟା ଭଲ ଲାଗିବ ନାହିଁ । ରାଜନିତି କ୍ଷେତ୍ରରେ ବିଜୟ ଲାଭ କରିବେ ।  
ଜ୍ୟେଷ୍ଠା- ସାମାଜିକ ସ୍ତରରେ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନ, ଆଇନ, କଳା, ସାହିତ୍ୟରେ ଉନ୍ନତି କରିବେ। ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା  ପାଠ  କରନ୍ତୁ
ଧନୁ-
ମୂଳା- ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମାନସିକ ସ୍ଥିିତି ଭଲ ରହିବ । ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ବନ୍ଧୁ ମିତ୍ରମାନଙ୍କର ସହଯୋଗ ପ୍ରାପ୍ତି ହେବା ସହ ଭୂମି, ବାହନ, ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭ ହେବ । 
ପୂ,ଷାଢା- ରାଜନୀତିରେ ଶତ୍ରୁମାନେ ପଛଘୁଞ୍ଚା ଦେବେ । ସନ୍ଦେହ ଓ ଭୁଲ୍ ବୁଝାମଣା କାରଣରୁ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ଧାରଣା ପୋଷଣ କରିପାରେ। ସ୍ଥଗିତକର୍ମ ସମ୍ପାଦନ ଓ ଅର୍ଥ ଲାଭର ଯୋଜନା କରିବା କାମରେ ନିଜକୁ ନିୟୋଜିତ କରିପାରନ୍ତି।
ଉ,ଷାଢା- କୌଣସି କାର୍ଯ୍ୟରେ ମଧ୍ୟସ୍ତି କରନ୍ତୁ ନାହିଁ । ପ୍ରସାସନିକ କ୍ଷେତ୍ରରେ ସାହାଯ୍ୟ ପାଇବେ । ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ । ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –  ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ମକର-
ଉ,ଷାଢା- ପ୍ରତ୍ୟେକ କାମରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ସହକର୍ମୀମାନଙ୍କ ସାହାଯ୍ୟରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ।
ଶ୍ରବଣା- ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ । ରାଜନୀତି ବିରୋଧୀ ସମ୍ମୁଖିନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ । ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି ।
ଧନିଷ୍ଠା- ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ  କାର‌୍ୟ୍ୟ ଅବସ୍ଥା ଅନୁକୂଳ ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କର କାର‌୍ୟ୍ୟକଳାପ ବୃଦ୍ଧି ପାଇବ । ଜୀବନରେ ନୂଆଲକ୍ଷ ନିର୍ଦ୍ଧାରିତ କରିବା ପାଇଁ ମନ ଲଗାଇ କାର୍ଯ୍ୟ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
 କୁମ୍ଭ-
ଧନିଷ୍ଠା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । କାରବାରରେ ସୁଧାର ଆସିବା ଫଳରେ ଅଧିକ ଲାଭ  ହେବ । ଉଚ୍ଚଆଶା ସଫଳ ହେବା ଫଳରେ ପାରିବାରିକ କ୍ଷେତ୍ରରେ ଖୁସି ମିଳିବ ।
ଶତଭିଷା- ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇବେ । ପରୀକ୍ଷାରେ ସଫଳତାଦି ଅଭିଳାଷ ପୂର୍ଣ୍ଣତା ଲାଭ କରିବ ।
ପୂ,ଭାଦ୍ରପଦ- କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷା  ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ପ୍ରିୟଜନ ମାନେ ଆଗକୁ ବଢିବାରେ ସାହାର୍ଯ୍ୟ କରିବେ । ଖାଦ୍ୟ ପେୟ ପ୍ରତି ସଜାଗ ରୁହନ୍ତୁ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜାର୍ଚ୍ଚନା କରନ୍ତୁ 
ମୀନ-
ପୂ,ଭାଦ୍ରପଦ- ସ୍ୱାସ୍ଥ୍ୟ  କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି ।
ଉ,ଭାଦ୍ରପଦ- ଋଣ ଗ୍ରସ୍ତ ହୋଇ ଜମି ବିକ୍ରୟ କରିବାକୁ ବାଧ୍ୟ ହେବେ । ମହିଳା ମାନେ ଚିନ୍ତିତ ରହିବେ । ପ୍ରେମ ମନ ଭାବନାରେ ହଠାତ୍ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରିପାରେ ।
ରେବତୀ- ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି, ତାହା ସାମାନ୍ୟ ବିଳମ୍ବରେ ପାଇବେ । କଳା, ସଙ୍ଗୀତ ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ। ଗଡ଼ି ଆସୁଥିବା ମୋକଦ୍ଦମାର ବିଚାର ହୋଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

Horoscope
Advertisment
Related Articles
Advertisment