/odishatv-khabar/media/post_attachments/uploadimage/library/16_9/16_9_0/Horoscope_1642647381.jpg)
Horoscope Photograph: (OTV)
ମେଷ-
ଅଶ୍ୱନୀ- ଜୀବନ ସାଥୀଙ୍କ ସହିତ ଖୁସିରେ ସମୟ ବିତାଇବେ । ମନକୁ ସ୍ଥିର କରି ନୂଆ ବ୍ୟବସାୟ ଆରମ୍ଭ କରିବେ । କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଣାମ ଦେଇ ଆଗକୁ ବଢିବେ ।
ଦ୍ୱିଜା- ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ କିଛି ଅର୍ଥ ସଞ୍ଚୟ କରି ପାରନ୍ତି । ଛାତ୍ରଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ । ଚାକିରି କ୍ଷେତ୍ରରେ ନିଜର ତୀକ୍ଷ୍ମ ବୁଦ୍ଧିମତାର ପରିଚୟ ଦେବେ ।
କୃତିକା- ରାଜନୀତିରେ ଦୁଃସାହସିକ ପଦକ୍ଷେପ ଗ୍ରହଣ କରିବେ । ଖଳ ଲୋକଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇପାରନ୍ତି । ଶିକ୍ଷାର୍ଥୀ ମାନଙ୍କର ଶିକ୍ଷାରେ ଦକ୍ଷତା ଓ ଅଭିଜ୍ଞତା ବଢିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ବୃଷ-
କୃତିକା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୈାଣସି ନୂତନ କାମ କରିପାରନ୍ତି । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବା ସକାଶେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡିବ ।
ରୋହିଣୀ- ବିବେକ ପ୍ରୟୋଗ କରି ସବୁ କାମକୁ ହାସଲ କରିବେ । ରାଜନୈତିକ ପରିସି୍ଥତି ସମ୍ଭାଳିବା ପରିପ୍ରେକ୍ଷୀରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ସରକାରୀ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।
ମୃଗଶିରା- ବହୁ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ମହିଳା ମାନେ ଧୈର୍ଯ୍ୟ ଧରି କାମ କରିଲେ କାର୍ଯ୍ୟରେ ବିଜୟଲାଭ କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ପଢାରେ ଏକାଗ୍ରତା ରକ୍ଷା କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ମିଥୁନ-
ମୃଗଶିରା- ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣଙ୍କର ବିଶ୍ୱାସ ଆସିବ । ଦେହ ଭଲ ରହିଲେ ମଧ୍ୟ ମନରେ ଭୟ ଦେଖାଦେବ । ଆୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ ।
ଆଦ୍ରା- ଚାକିରୀରେ କର୍ମତତ୍ପର ରହି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିବ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ରାଜନିତିରେ କିଛି ବିଶେଃଷ କଥା ଆଲୋଚନା କରିବେ ।
ପୁନର୍ବସୁ- ଆୟର ପନ୍ଥା ଖୋଲିଯିବ । ଯାନ, ବାହନ କରିବାରେ ଆଗ୍ରହ ବଢିବ । ମହିଳା ମାନେ ମନରେ ବ୍ୟାକୁଳତା ଅନୁଭବ କରିବେ । ପରିବାରରେ ସମ୍ପତିକୁ ନେଇ ବିବାଦ ଉପୁଜିଲେ ବି ଆପସ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ହୋଇଯିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ଆଗରୁ ଭୋଗୁଥିବା ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବେ । ପଡୋଶୀ ମାନେ ଅସହିଷ୍ଣୁତା ପ୍ରକାଶ କରିବେ । କୈାଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ରହିବ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି ।
ପୁଷ୍ୟା- କାହାକୁ କୈାଣସି କଥା ବୁଝାଇବାରେ ଭୁଲ ହୋଇପାରେ । ସାମାଜିକ କାର୍ୟ୍ୟକୁ ଯିବା ପାଈଁ ଭଲ ଅବସର ମିଳିବେ । ରାଜନେତାଙ୍କର ସମାଜରେ ଆଦର ବଢିବ । ପଢାରେ ଗୁରୁଜନଙ୍କ ଆଶ୍ରିବାଦ ଲାଭ କରିବେ ।
ଅଶ୍ଲେଷା- ଅଫିସ୍ରେ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ । ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ । ମହିଳା ମାନେ ବନ୍ଧୁପରିଜନଙ୍କ ପ୍ରିୟପାତ୍ର ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ
ସିଂହ-
ମଘା-ନିଜର ଦକ୍ଷତା ଅନୁସାରେ କର୍ମକ୍ଷେତ୍ରରେ ବଡ ଦାୟିତ୍ୱ ନେଇପାରନ୍ତି । ଭାଙ୍ଗିଯାଇଥିବା ସଂପର୍କ ପୁନର୍ବାର ଯୋଡି ହୋଇପାରେ । ପ୍ରେମ ସମ୍ବନ୍ଧ ପ୍ରତି ଆପଣ ଅଧିକ ଯତ୍ନବାନ୍ ହେବେ ।
ପୂ,ଫାଲଗୁନି- ପୁତ୍ର କନ୍ୟା ମାନଙ୍କର ଆଚରଣ ଆପଣଙ୍କୁ ଆଘାତ ଦେଇପାରେ । ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବା ସହିତ ଉଭୟଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବେ । ସରକାରୀ କ୍ଷେତ୍ରରୁ ବିପୁଳ ପରିମାଣର ଟଙ୍କା ପାଇପାରନ୍ତି ।
ଉ,ଫାଲଗୁନି- ଆପଣଙ୍କର ମନ ଦୃଢ ହେବ । ଆପଣ ଅଭିଜ୍ଞତା ଅର୍ଜନ କରିବେ ଯାହା ଫଳପ୍ରଦ ଏବଂ ମୂଲ୍ୟବାନ ପ୍ରମାଣିତ ହେବ । ପ୍ରତ୍ୟେକ ବାଧାବିଘ୍ନକୁ ଦୂର କରିବାରେ ସକ୍ଷମ ହେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଉ,ଫଳଗୁନି- ଦାମ୍ପତ୍ୟ ଜୀବନ ଖୁସି ଭରା ରହିବ । ବ୍ୟପାରୀ ବର୍ଗଙ୍କୁ ଅଚାନକ ଧନ ଲାଭ ହେବ । କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରି ଆପଣଙ୍କୁ ଉପହାର ଦେବେ । ଚାକିରୀଆଙ୍କୁ ନୂଆ ପକଳ୍ପ ଦାୟିତ୍ୱ ମିଳିବ ।
ହସ୍ତା- ଖାଦ୍ୟ , ପାନୀୟ ପ୍ରତି ସଚେତନ ରୁହନ୍ତୁ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ରାଜନିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ହାତ ମିଶାଇବେ । ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ।
ଚିତ୍ରା- ବେପାରରେ ଯୋଜନା ବଦ୍ଧ ରୂପେ କାମ କରିବେ । ଆର୍ଥିକ ଲାଭ ସହ ସମ୍ପତି ବୃଦ୍ଧି ହେବ । ଜମିବାଡି ସମ୍ବନ୍ଧୀୟ ମତାନ୍ତର ସୃଷ୍ଟି ହେବ । ମହିଳା ମାନେ ପୂଜା, ପାଠରେ ମନ ଲଗାଇବେ । ଆୟିନ୍ ଛାତ୍ରୀ ବଡ ଓକିଲଙ୍କ ସହିତ କାମ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ
ତୁଳା-
ଚିତ୍ରା- ଶାରୀରିକ ଅବସ୍ଥାରେ ସନ୍ତୁଳନ ପାଇବେ । ଆପଣ ଭଲ ପାଉଥିବା ଲୋକଙ୍କ ସହିତ ଆପଣ ସମୟ ବିତାଇବେ । ନିଜର ବନ୍ଧନକୁ ଦୃଢ କରିବା ପାଇଁ ପ୍ରୟାସ କରିବେ । ଯଦି ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରନ୍ତି, ତେବେ ଫଳାଫଳ ଅନୂକୁଳ ହେବ ।
ସ୍ୱାତୀ- ଘରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବିଚାର କରିବେ । ଆପଣଙ୍କ ଜୀବନ ସାଥିଙ୍କ ସହିତ ମଧୁର ସମ୍ପର୍କ ରହିବ । ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିପାରେ ।
ବିଶାଖା- ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ବଢିବ । ସମ୍ପତି-ବାଡିକୁ ନେଇ ଅନେକ ପରିସ୍ଥିତି ଦେଖା ଦେଇପାରେ । ମହିଳା ମାନଙ୍କୁ ଅନେକ ଚାପରେ ଗତି କରିବାକୁ ପଡିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବିଶାଖା- ପ୍ରେମ ସମ୍ବନ୍ଧ ପ୍ରତି ଆପଣ ଅଧିକ ଯତ୍ନବାନ୍ ହେବେ । ଅଫିସ୍ରେ ଜରୁରୀ କାମରେ କର୍ମଚାରୀଙ୍କ ଠାରୁ ସାହାଯ୍ୟ ପାଇବେ । ଔଷଧ ସମ୍ପନ୍ଧୀୟ ବ୍ୟବସାୟ, ଖଣିଜ ସମ୍ପଦ ବ୍ୟବସାୟରୁ ଲାଭବାନ୍ ହେବେ ।
ଅନୁରାଧା- ଜୀବନ ସାଥିଙ୍କୁ ମନ ପସନ୍ଦ ଉପହାର ଦେବେ । ରାଜନୀତିରେ ନିଜର ସଂଗଠନିକ ଦକ୍ଷତା ଯୋଗ୍ୟତା ଅନୁସାରେ କୈାଣସି ଉଚ୍ଚ ପଦବୀ ମିଳିପାରେ । ବିଦ୍ୟାର୍ଥୀ ମାନେ ପଢାପଢି ପ୍ରସନ୍ନ ରହିବେ ।
ଜ୍ୟେଷ୍ଠା- ସମାଜରେ ଆପଣଙ୍କର ଲୋକ ପ୍ରିୟତା ବଢିବ । ସମ୍ପତି ବାଡିକୁ ନେଇ ଲାଗିଥିବା ଆୟନ ଗତ ଲଢେଇରେ ବିଜୟୀ ଲାଭର ଯଥେଷ୍ଟ ସମ୍ଭାବନା ଅଛି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବିଦ୍ଧି ପୂର୍ବକ ଶିବ ପୂଜା କରନ୍ତୁ
ଧନୁ-
ମୂଳା- କର୍ମକ୍ଷେତ୍ରରେ ସହଭାଗୀ ମାନଙ୍କ ସହ ଖୁସିରେ କାମ କରିବେ । ବ୍ୟବସାୟରେ ଭଲ ଅର୍ଥ ପାଇବେ । ମହିଳା ମାନେ ମଧ୍ୟ କର୍ମ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।
ପୂ,ଷାଢା- ପରିବାରରେ ଚିନ୍ତା ବଢିପାରେ । ଚାକିରି କ୍ଷେତ୍ରରେ ପ୍ରାଧାନ୍ୟ ହ୍ରାସ ପାଇବେ । ମୋହରେ ପଡି ଅପଦସ୍ତ ହେବେ । ଆତ୍ମୀୟଙ୍କ ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ ।
ଉ,ଷାଢା- ନିଜ ଜୀବନକୁ ସୁସଂଗଠିତ ରଖିବା ପାଇଁ ନିଜର ଦକ୍ଷତା ବିକାଶ କରିବା ଆବଶ୍ୟକ । ସରକାରୀ କ୍ଷେତ୍ରର କର୍ମଚାରୀଙ୍କ ଦରମା ବୃଦ୍ଧି ପାଇପାରେ । ମହିଳାମାନେ କାର୍ଯ୍ୟ ବ୍ୟସ୍ତ ରହି ପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଉ,ଷାଢା- ପରିବହନ ଓ ଖାଦ୍ୟ ପଦାର୍ଥକୁ ନେଇ ବ୍ୟବସାୟରେ ନିଜ ଆଶାନୁରୂପକ ବ୍ୟବସାୟ କରିବେ । ଗଣମାଧ୍ୟମ ପ୍ରତିନିଧି ପାଇଁ ଦିନଟା ବ୍ୟସ୍ତତାରେ କଟିବ । ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ ।
ଶ୍ରବଣା- ଛାତ୍ରଛାତ୍ରିଙ୍କର ପାଠ ପଢାରେ ମନ ଲାଗିବ । ଘର ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ । ରାଜନୈତିକ ସମର୍ଥନ ପାଇବେ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି ।
ଧନିଷ୍ଠା- ଅଫିସ୍ରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି । ସମ୍ପତିକୁ ନେଇ ଦୀର୍ଘଦିନର ଚିନ୍ତା ଦୂର ହେବ । ନାରୀମାନେ ଈର୍ଷାପରାୟଣ ରହିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ଧନିଷ୍ଠା- ସ୍ୱାସ୍ଥ୍ୟ ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡିବ । ବ୍ୟବସାୟ ,ବାଣିଜ୍ୟ କ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି । ଅଫିସ୍ କାମ ପୂରା କରିବାରେ ସଂପୂର୍ଣ୍ଣ ସଫଳ ହେବେ । ପରିବାର ଭିତରେ ଖୁସିର ବାତାବରଣ ସୃଷ୍ଟି ହେବ ।
ଶତଭିଷା- ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ ଅଧିକ ଘନିଷ୍ଠ ହେବ । ଜୀବନ ସାଥୀଙ୍କ ମଙ୍ଗଳ ଓ ତାଙ୍କର ଭାବନାକୁ ବିଚାର କରି କାର୍ଯ୍ୟ କରିବେ । ଶିକ୍ଷାର୍ଥୀ ପଢାରେ କୃତକାର୍ଯ୍ୟ କରିବେ ।
ପୂ,ଭାଦ୍ରପଦ- ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ । ଦୂର ଜାଗାକୁ ଭ୍ରମଣରେ ଯାଇପାରନ୍ତି । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
ପୂ,ଭାଦ୍ରପଦ- ପୁରୁଣା ବିଚାର ଛାଡି ନୂଆ ବିଚାର ଗ୍ରହଣ କରିବେ । ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ । କୈାଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ ।
ଉ,ଭାଦ୍ରପଦ- ଶତ୍ରୁମାନେ ସମ୍ମୁଖରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ସମାଲୋଚନାତ୍ମକ କଥା କହିପାରନ୍ତି । ପ୍ରସାଧନ ଦୋକାନୀଙ୍କର ଉନ୍ନତି ହେବ । ରାଜନିତିରେ କାମ ଗୁଡିକୁ ସମ୍ପନ୍ନ କରିବେ । ଛାତ୍ରଛାତ୍ରି ପଢାରେ ଆଗେଇବା ପାଇଁ ଚେଷ୍ଟା କରିବେ ।
ରେବତୀ- ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ । ବିଦେଶରେ ରହି ପଢିବାର ସ୍ୱପ୍ନ ପୂରଣ ହୋଇପାରେ । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସୂର୍ଯ୍ୟ ନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)