/odishatv-khabar/media/media_files/2025/11/18/bangladeshi-2025-11-18-21-49-49.jpg)
Bangladeshi Photograph: (OTV)
ରାଜ୍ୟରୁ ତଡ଼ା ଖାଇବେ ବେଆଇନ୍ ଭାବେ ରହୁଥିବା ବାଂଲାଦେଶୀ ନାଗରିକ। ଏ ନେଇ ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି ରାଜ୍ୟ ସରକାର। ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କୁ ତଡ଼ିବା ପ୍ରକ୍ରିୟା ଆରମ୍ଭ କରାଯାଇଥିବା କହିଛନ୍ତି ଆଇନମନ୍ତ୍ରୀ। ସେପଟେ ଜଗତସିଂହପୁର ପରେ ଭଦ୍ରକ, କେନ୍ଦୁଝର ଓ ପୁରୀରେ ବି ଆକ୍ସନ ମୋଡକୁ ଆସିଛି ପୋଲିସ।...
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗରେ ଆଜି ଏମିତି କଡ଼ା ବୟାନ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଦେଶରୁ ତଡାଯିବ ।ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ବେଆଇନ୍ ଅନୁପ୍ରବେଶକାରୀଙ୍କୁ କୌଣସି ହାଲତରେ ଛଡାଯିବ ନାହିଁ ।
ବିଜେପି ସରକାର ଆସିବା ପରେ ଗୋଟିଏ ପର୍ଯ୍ୟାୟରେ ଏହି କାମ ଶେଷ ହୋଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ । ଏମାନଙ୍କ ଉପରେ କୋଷ୍ଟ ଗାର୍ଡ ନିରୀକ୍ଷଣ କରୁଛି। ଓଡିଶାର ତଟ ସମ୍ପୂର୍ଣ ସୁରକ୍ଷିତ। ତାହା ସତ୍ୱେ ଯେଉଁମାନେ ଅନୁପ୍ରବେଶ କରିଛନ୍ତି, ସେମାନଙ୍କୁ ଚି଼ହ୍ନଟ କରିବା ପାଇଁ ସମସ୍ତ ବ୍ୟବସ୍ଥା ହାତକୁ ନିଆଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ ।
ଜଗତସିଂପୁର ବେହେରାମପୁର ବସ୍ତିର ବାଂଲାଦେଶୀ ଆଡ୍ଡା ଉପରେ କାର୍ଯ୍ୟାନୁଷ୍ଠାନ ପରେ ଯାଞ୍ଚ ଆରମ୍ଭ କରିଛି ପୋଲିସ । ଜଗତସିଂପୁର ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନକରି ୪ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଗିରଫ କରିଥିବା ବେଳେ ବାକି ୧୦ରୁ ଅଧିକ ଫେରାର୍ ଅଛନ୍ତି । କିଛି ସନ୍ଦିଗ୍ଧଙ୍କ ଆଧାର ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରୁଛି ପୋଲିସ । ତେବେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲମ ଓରଫ ସିକୋ ଭଡ଼ା ଘରେ ଲାଗିଥିବା ୧୦ରୁ ଅଧିକ ସିସିଟିଭି ଏବଂ ତାର ହାର୍ଡଡିସ୍କ ସହ ଫେରାର୍ ଥିବା ବେଳେ ଆଜି ପୋଲିସ ତାର କାର ଓ ପାସପୋର୍ଟକୁ ଜବତ କରିଛି।
ପାସପୋର୍ଟ ରବ୍ଦ ସହ ଲୁକ ଆଉଟ୍ ନୋଟିସ୍ ଜାରି ହେବ
ପାସପୋର୍ଟ ରବ୍ଦ ସହ ତା ବିରୁଦ୍ଧରେ ଲୁକ ଆଉଟ୍ ନୋଟିସ୍ ପାଇଁ ପଦକ୍ଷେପ ନେବୁ ବୋଲି କହିଛନ୍ତି ଜଗତସିଂହପୁର ଏସପି । ଏହି ଆଡ୍ଡାରେ ପୋଲିସର ଚଢାଉ ବେଳେ ବିପୁଳ ପରିମାଣରେ ମାରଣାସ୍ତ୍ର ମିଳିଥିଲା । ପୁଳା ପୁଳା ନକଲି ଆଧାରକାର୍ଡ , ପାସପୋର୍ଟ ଏବଂ ପଶ୍ଚିମବଙ୍ଗ କୋର୍ଟର ବେଲବଣ୍ଡ ଏବଂ ଭୋଟର କାର୍ଡ ଜବତ କରିଥିଲା ପୋଲିସ । ତେଣେ ଆଜି ଭଦ୍ରକ, କେନ୍ଦୁଝର ଏବଂ ପୁରୀରେ ପୋଲିସ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ । ଭଦ୍ରକରେ କିଛି ଫେରି ବେପାରୀଙ୍କ ଉପରେ ସନ୍ଦେହ ହେବା ପରେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଅଟକ ରଖି କାଗଜପତ୍ର ଯାଞ୍ଚ କରୁଛି ପୋଲିସ ।
କେନ୍ଦୁଝରରେ ଦିବ୍ୟାଙ୍ଗ ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାରେ ବାଂଲାଦେଶୀଙ୍କ ହାତ ଥିବା ନେଇ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଇଥିଲା । ପଶ୍ଚିମାଞ୍ଚଳ ଡିଆଇଜି କେନ୍ଦୁଝର ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ । ବେଆଇନ୍ ଅନୁପ୍ରବେଶକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ସରକାରୀ ତଥ୍ୟ କହୁଛି ରାଜ୍ୟରେ ଗତ ମେ ମାସ ସୁଦ୍ଧା ୩ ହଜାର ୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି । ତେବେ ଏତେ ସଂଖ୍ୟକ ବେଆଇନ୍ ଅନୁପ୍ରେବଶକାରୀଙ୍କୁ କିଏ ଏବଂ କାହା ପୃଷ୍ଠପୋଷକରେ ବର୍ଷ ବର୍ଷ ଧରି ରହିଆସୁଛନ୍ତି, ତାର ହିସାବ କାହା ପାଖରେ ନାହିଁ ।
CM Puts 9 Tasks: ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି, ଅଧିକ ଫିଲଡ ଭିଜିଟ୍ କରିବାକୁ ସିଏମ୍ ଦେଲେ ପରାମର୍ଶ

Humane Sagar's Death: ହ୍ୟୁମାନଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ, ତିନି ଜଣଙ୍କୁ ଦାୟୀ କରି ନ୍ୟାୟ ମାଗିଲେ ମାଆ ଶେଫାଳୀ

Humane Sagar: କବର ଭିତରେ ଚିରନିଦ୍ରାରେ ହ୍ୟୁମାନ ସାଗର, କୋହ-ଲୁହରେ ବୁଡ଼ିଛି ସଂଗୀତ ଜଗତ

Bali Yatra Ground: ବାଲିଯାତ୍ରା ପଡ଼ିଆରେ କୁଢ଼ କୁଢ଼ ଅଳିଆ,ମହାପ୍ରଭୁଙ୍କୁ ଭୁଲିଗଲା କି ପ୍ରଶାସନ ?

Love Jihad: ଡାଇମଣ୍ଡ ଗର୍ଲଙ୍କୁ ମାରିଦେଲା ଲଭ୍ ଜିହାଦ ! ଲିଭ-ଇନ୍-ରିଲେସନସିପରେ ଥିଲେ ଦେଢ଼ବର୍ଷ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)