Advertisment

Train Halt Demand Odisha: ୫୦ ବର୍ଷ ପରେ ବି ଘଣ୍ଟିଖାଲ–ନିଧିପୁର ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ହଲ୍ଟ ନାହିଁ

କଟକ ଜିଲ୍ଲାରେ ଘଣ୍ଟିଖାଲ-ନିଧିପୁର ରେଲୱେ ଷ୍ଟେସନକୁ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଷ୍ଟେସନରେ ହଲ୍ଟ କରୁଛି ମାତ୍ର ଗୋଟିଏ ଟ୍ରେନ। ଏକ୍ସପ୍ରେସ ଟ୍ରେନ ରହୁ ନଥିବାରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ।

author-image
Pramod Behera
Train Halt Demand Odisha

୫୦ ବର୍ଷ ପରେ ବି ଘଣ୍ଟିଖାଲ–ନିଧିପୁର ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ହଲ୍ଟ ନାହିଁ Photograph: (OTV)

କଟକ ଜିଲ୍ଲାରେ ଘଣ୍ଟିଖାଲ-ନିଧିପୁର ରେଲୱେ ଷ୍ଟେସନକୁ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଷ୍ଟେସନରେ ହଲ୍ଟ କରୁଛି ମାତ୍ର ଗୋଟିଏ ଟ୍ରେନ। ୨ଟି ନିର୍ବାଚନୀ ମଣ୍ଡଳୀର ଲୋକମାନଙ୍କ ସହ ୫ଟି ବୃହତ ଶିଳ୍ପର କର୍ମଚାରୀମାନେ ନିର୍ଭର କରୁଥିଲେ ମଧ୍ୟ ଏକ୍ସପ୍ରେସ ଟ୍ରେନ ରହୁ ନଥିବାରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ଏନେଇ ଆଉ ୩ଟି ଟ୍ରେନ ହଲ୍ଟ ପାଇଁ ଦାବି ହୋଇଛି।
 
ଘଣ୍ଟିଖାଲ-ନିଧିପୁର ରେଲୱେ ଷ୍ଟେସନ ଉପରେ ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି। ଆଠଗଡ଼, ତିଗିରିଆ, ବଡ଼ମ୍ବା,  ନରସିଂହପୁରରୁ ଲକ୍ଷାଧିକ ଜନସଂଖ୍ୟା ସହ ବାଙ୍କିରୁ ମଧ୍ୟ ବହୁ ଜନସାଧାରଣ ଏହି ରେଲୱେ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି। ମାତ୍ର ଗୋଟିଏ ଟ୍ରେନ ଅନୁଗୁଳ-ପୁରୀ ପାସେଞ୍ଜର ଏଠାରେ ହଲ୍ଟ କରୁଛି। ଲୋକମାନେ ସମ୍ବଲପୁର, ବଲାଙ୍ଗିର, ରାଉଲକେଲା ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। 

Advertisment

ଏହି ଷ୍ଟେସନ ଦେଇ ଏକ୍ସପ୍ରେସ ଟ୍ରେନ ଯାଉଥିଲେ ମଧ୍ୟ ଏଠାରେ ହଲ୍ଟ କରୁନାହିଁ। ଏନେଇ ସମ୍ବଲପୁର ଇଣ୍ଟରସିଟି, ରାଉଲକେଲା ଏବଂ ବଲାଙ୍ଗିର ସୁପରଫାଷ୍ଟ ଟ୍ରେନଗୁଡିକୁ ଏହି ଷ୍ଟେସନରେ ହଲ୍ଟ କରିବା ପାଇଁ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ରେଲୱେ ମନ୍ତ୍ରୀଙ୍କୁ ଅଞ୍ଚଳବାସୀ ଦାବି ପତ୍ର ଦେଇଛନ୍ତି।

ହଲ୍ଟ କରୁଥିବା ଗୋଟିଏ ଟ୍ରେନ ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନଟି ପୂର୍ବରୁ ସକାଳ ୭.୫୪ ମିନିଟିରେ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରୁଥିଲା କିନ୍ତୁ ବର୍ତ୍ତମାନ ସମୟ ପରିବର୍ତ୍ତନ କରି ଏବେ ସକାଳ ୭.୨୪ ମିନିଟରେ ଯାତ୍ରା କରୁଛି। ଏନେଇ ଲୋକଙ୍କ ଦାବି, ପୁରୁଣା ସମୟ ୭.୫୪ ରେ ଯିବା ପାଇଁ। 

Advertisment

ଷ୍ଟେସନ ଠାରୁ ୫୦ କି.ମି. ଦୂରରୁ ଆସୁଥିବା ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପୂର୍ବରୁ ରେଲୱେ ମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ ଏକ୍ସପ୍ରେସ ଟ୍ରେନ ଏହି ଷ୍ଟେସନରେ ରହିବା ପାଇଁ, ବର୍ତ୍ତମାନ ସୁଧା ତାହା କାର୍ଯ୍ୟକାରୀ ହୋଇ ନାହିଁ। କାର୍ଯ୍ୟକାରୀ ହେବା ପାଇଁ ସାଧାରଣରେ ଦାବି ହୋଇଛି।

Odisha News Cuttack Railway Station
Advertisment
Advertisment