Advertisment

Severe Cold Returns to Odisha: ଖସିଲା ରାତି ତାପମାତ୍ରା, ଥରୁଛି ଓଡ଼ିଶା

ଲେଉଟିଲା ଜାଡ଼। ୨ ରୁ ୪ ଡିଗ୍ରୀ ଲେଖାଏଁ କମିଲା ତାପମାତ୍ରା। ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ରାଜଧାନୀ ଭୁବନେଶ୍ବରରେ ହାଲୁକା ଥଣ୍ଡା ପବନ ସହିତ ପ୍ରବଳ ଶୀତ ହେଉଛି ।

author-image
Chinmayee Sahoo
Cold Wave

Cold Wave Photograph: (OTV)

ଲେଉଟିଲା ଜାଡ଼। ୨ ରୁ ୪ ଡିଗ୍ରୀ ଲେଖାଏଁ କମିଲା ତାପମାତ୍ରା। ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ରାଜଧାନୀ ଭୁବନେଶ୍ବରରେ ହାଲୁକା ଥଣ୍ଡା ପବନ ସହିତ ପ୍ରବଳ ଶୀତ ହେଉଛି । ୧୫ ଡିଗ୍ରୀ ତଳେ ରହିଛି ଟୁଇନସିଟିର ପାରଦ। ଗତକାଲି ରାଜଧାନୀରେ ୧୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଆଜି ପ୍ରାୟ ୨ ଡିଗ୍ରୀ ହ୍ରାସ ପାଇଛି। 

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୭ ଡିଗ୍ରୀ ସେଲସିୟସ୍ ଯାଏଁ ଖସିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଖସିବା ସହିତ ପ୍ରବଳରୁ ଅତିପ୍ରବଳ ଶୀତ ହେବ । ସେହିଭଳି ୧୦ ତାରିଖ ଯାଏଁ ରାଜ୍ୟରେ କୁହୁଡ଼ିର ପ୍ରଭାବ ରହିବ। 

ଆଜି ପାଇଁ ନୟାଗଡ଼, ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାକୁ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। 

Advertisment

ଜାନୁଆରୀ ୭-୧୦ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ପୁରୀ ଓ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୁତ ହେବ।

ଖସିଲା ରାତି ତାପମାତ୍ରା, ଥରୁଛି ଓଡ଼ିଶା
୨ରୁ ୪ ଡିଗ୍ରୀ ଯାଏଁ କମିଲା ପାରଦ
ଭୁବନେଶ୍ବରରେ ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଲା ତାପମାତ୍ରା
ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଶୀତ ଲହରି
ଜାଡ଼ ସହ ଜନଜୀବନକୁ କଲବଲ କରିବ କୁହୁଡ଼ି
ଆସନ୍ତା ୧୦ ଯାଏଁ ରାଜ୍ୟରେ ରହିବ କୁହୁଡ଼ି ପ୍ରଭାବ 
ଆଜି ଓ କାଲି ପାଇଁ ୧୩ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ

Cold Wave
Advertisment
Related Articles
Advertisment