Advertisment

Milk Tanker Drags Bike: ବାଇକକୁ ଘୋଷାଡ଼ି ନେଲା କ୍ଷୀର ଗାଡ଼ି, ବାଇକ୍ ଆରୋହୀଙ୍କ ମୃତ୍ୟୁ

କଟକ ଚାଉଳିଆଗଞ୍ଜରେ ବାଇକକୁ ଘୋଷାଡ଼ି ନେଲା କ୍ଷୀର ଗାଡ଼ି। ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। କଟକ-ପାରାଦୀପ ମୁଖ୍ୟ ରାସ୍ତା ରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା।

author-image
Chinmayee Sahoo
Accident

Accident Photograph: (OTV)

କଟକ ଚାଉଳିଆଗଞ୍ଜରେ ବାଇକକୁ ଘୋଷାଡ଼ି ନେଲା କ୍ଷୀର ଗାଡ଼ି। ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। କଟକ-ପାରାଦୀପ ମୁଖ୍ୟ ରାସ୍ତା ଚାଉଳିଆଗଞ୍ଜ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ପାରାଦୀପ ପଟୁ ଓଏମପି ଆଡ଼କୁ ଆସୁଥିବାବେଳେ କ୍ଷୀର ଟ୍ୟାଙ୍କରଟି ବାଇକକୁ ଧକ୍କା ଦେଇଥିଲା । 

Advertisment

ଫଳରେ ବାଇକଟି ପ୍ରାୟ ୨୦ ମିଟର୍ ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଦୁର୍ଘଟଣା ଘଟାଇଥିବା ମିଲ୍କ ଟ୍ୟାଙ୍କର୍ ଘଟଣାସ୍ଥଳରୁ ଫେରାର ହୋଇଛି। ମୃତଦେହ ଉଦ୍ଧାର କରି ପୋଲିସ୍ ତଦନ୍ତ କରୁଛି ।

Cuttack Accident
Advertisment
Related Articles
Advertisment