/odishatv-khabar/media/media_files/2026/01/28/plane-crash-2026-01-28-16-41-34.jpg)
PLANE CRASH Photograph: (OTV)
ଅଜିତ ପାୱାରଙ୍କୁ ପୂର୍ବରୁ ପ୍ଲେନ୍ କ୍ରାସ ଅନେକ ରାଜନେତା ଓ ହାଇପ୍ରୋଫାଇଲ୍ ବ୍ୟକ୍ତିଙ୍କ ଜୀବନ ନେଇଛି। ୧୯୭୦ ଦଶକର ହେଭିୱେଟ୍ ରାଜନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପୁଅ ସଞ୍ଜୟ ଗାନ୍ଧିଙ୍କର ଜୀବନ ନେଇଥିଲା ବିମାନ ଦୁର୍ଘଟଣା। ୧୯୮୦ ମସିହା ଜୁନ୍ ୨୩ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।
ସେହିପରି ବରିଷ୍ଠ କଂଗ୍ରେସ ନେତା ଏବଂ କେନ୍ଦ୍ର ମନ୍ତ୍ରୀ ମାଧବରାଓ ସିନ୍ଧିଆ ବି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲା। ୨୦୦୧ ମସିହା ସେପ୍ଟେମ୍ବର ୩୦ରେ ତାଙ୍କର ଦେହାନ୍ତ ହୋଇଥିଲା। ଦିଲ୍ଲୀରୁ କାନପୁର ଯିବା ବେଳେ ଉତ୍ତର ପ୍ରଦେଶର ମୈନପୁରୀ ନିକଟରେ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ।
ସେହିପରି ୨୦୦୨ ମାର୍ଚ୍ଚ ୩ ତାରିଖରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସେତେବେଳର ଲୋକସଭା ବାଚସ୍ପତି ଜିଏମସି ବାଲଯୋଗୀ। ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ଖରାପ ଦୃଶ୍ୟମାନତା ଓ ପ୍ରତିକୂଳ ପାଗ ବୋଲି ତଦନ୍ତରୁ ଜଣାପଡ଼ିଥିଲା।
ସେହିପରି ତେଲଗୁ ଇଣ୍ଡଷ୍ଟ୍ରୀ ଅଭିନେତ୍ରୀ ସୌନ୍ଦର୍ଯ୍ୟା ବି ବିମାନ ଦୁର୍ଘଟଣାର ଶିକାର ହୋଇ ଜୀବନ ହରାଇଥିଲେ। ୧୭ ଏପ୍ରିଲ ୨୦୦୪ରେ ତାଙ୍କର ମୃତ୍ୟୁ ହୋଇଥିଲା। ବିଜେପି ପାଇଁ ଏକ ପ୍ରଚାରରେ ଯିବା ବେଳେ ଆନ୍ଧ୍ରର କରିମନଗରରେ ବିମାନ ଦୁର୍ଘଟଣାରେ ଆଖି ବୁଜିଥିଲେ ୩୨ ବର୍ଷୀୟ ସୌନ୍ଦର୍ଯ୍ୟା।
୨୦୦୯ ସେପ୍ଟେମ୍ବର ୨ରେ ପ୍ଲେନ୍ କ୍ରାସରେ ଯାଇଥିଲା ତତ୍କାଳୀନ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ୍ ରାଜଶେଖର ରେଡ୍ଡି। ହାଇଦ୍ରାବାଦରୁ ଚିତ୍ତୁର ଜିଲ୍ଲାକୁ ରାଜନୈତିକ ଗସ୍ତ ପାଇଁ ତାଙ୍କ ହେଲିକପ୍ଟର ଉଡ଼ାଣ ଭରିଥିଲା। ଏତିକିବେଳେ ନାଲ୍ଲାମାଲା ଜଙ୍ଗଲରେ ଖସି ପଡ଼ିଥିଲା ହେଲିକପ୍ଟର।
ବିମାନ ଦୁର୍ଘଟଣା ନେଇଥିଲା ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଦୋର୍ଜି ଖାଣ୍ଡୁଙ୍କ ଜୀବନ। ତାୱଙ୍ଗ ଜିଲ୍ଲାର ପାର୍ବତ୍ୟାଞ୍ଚଳରେ ଏପ୍ରିଲ ୩୦, ୨୦୧୧ରେ ବିମାନ ଦୁର୍ଘଟଣାରେ ଦୋର୍ଜି ଖାଣ୍ଡୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା।
ସେହିପରି ହେଲିକପ୍ଟର ଦୁର୍ଘଟଣା ନେଇଥିଲା ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ଜୀବନ। ୮ ଡିସେମ୍ବର ୨୦୨୧ରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାମିଲନାଡୁର କୁନୁର ନିକଟରେ Mi 17 ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ୍ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ସେ ସୁଲୁର ବାୟୁସେନା ଘାଟିରୁ ୱେଲିଂଟନ ଯାଉଥିଲେ।
ଗତବର୍ଷ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସରେ ପ୍ରାଣ ହରାଇଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ଜୁନ୍ ୧୨, ୨୦୨୫ରେ ଏୟାର ଇଣ୍ଡିଆ ଫ୍ଲାଇଟ୍ AI-171ରେ ଲଣ୍ଡନ ପାଇଁ ଉଡ଼ାଣ ଭରିଥିଲା। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣର ମାତ୍ର କେଇ ମିନିଟରେ ଖସି ପଡ଼ିଥିଲା ବିମାନ।
Arijit Singh Announces Permanent Break: ଜଣେ କଳାକାରଙ୍କୁ ନିଜର କଠିନ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁ ନାହିଁ: ଅରିଜିତ ସିଂହ

BJD-Congress Alliance?: ହେବ କି ବଡ଼ ଡିଲ୍? ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ

Minister Slams Farmers’ Protest: ଓଡ଼ିଶା ବନ୍ଦ ଡାକରା, ବାଣ ମାରିଲେ ମନ୍ତ୍ରୀ

Sundarpada Explosion Case: ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ, ତଦନ୍ତ କରିବ NIA

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)