/odishatv-khabar/media/media_files/2026/01/27/accident-2026-01-27-14-37-02.jpg)
ACCIDENT Photograph: (OTV)
ନବରଙ୍ଗପୁର ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଗାଡ଼ି। ଭ୍ୟାନଟି ସଂପୂର୍ଣ୍ଣ ଚୁରମାର ହୋଇ ୮ ଜଣ ଆହତ ହୋଇଛନ୍ତି । ଯାତ୍ରା କରି ସାରି ରାଇଘର ବ୍ଲକ ମୁଣ୍ଡିବେଡ଼ା ଗାଁରୁ ଫେରିବା ବେଳେ ଦୁର୍ଘଟଣା ଘଟିଛି।
Advertisment
ଆଜି ସକାଳେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ କଳାକାରଙ୍କୁ ନେଇ ଯାଉଥିବା ଗାଡି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡି ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି। ଘାଟିରେ ବ୍ରେକ ଫେଲ ହୋଇ ଗାଡି ଦୁର୍ଘଟଣା ହୋଇଥିବା କୁହାଯାଇଛି।
ଦୁର୍ଘଟଣା ପରେ ଗାଡ଼ିରେ ବସିଥିବା ୮ ଜଣ କଳାକାର ଛିଟିକି ହୋଇ ରାସ୍ତା ଉପରେ ପଡ଼ିଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦୁର୍ଘଟଣା ଦେଖି ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
Advertisment
ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଗାଡ଼ି
ଭ୍ୟାନ୍ ସଂପୂର୍ଣ୍ଣ ଚୁର୍ ମାର୍
ଦୁର୍ଘଟଣାରେ ୮ ଆହତ
ଯାତ୍ରା କରି ଫେରିବା ବେଳେ ଦୁର୍ଘଟଣା
ଗାଁରୁ ଫେରିବା ବେଳେ ଦୁର୍ଘଟଣା
Advertisment



Related Articles
Bank Employees’ Protest: ବ୍ୟାଙ୍କ ଷ୍ଟ୍ରାଇକ୍, ନଗଦ ଟଙ୍କା ଜମା ଓ ଚେକ୍ କ୍ଲିୟରାନ୍ସ ବନ୍ଦ!
POSTED

GST Raid at Tour and Travel Offices: ପୁରୀରେ ବଡ଼ ଧରଣ ରେଡ୍, ବେଳାଭୂମିର ସମସ୍ତ ଟୁର୍ ଓ ଟ୍ରାଭେଲ୍ ଅଫିସରେ ଚଢାଉ
POSTED

India–EU Free Trade Deal: ‘ମଦର୍ ଅଫ୍ ଅଲ୍ ଡିଲ୍’: ଭାରତକୁ ମିଳିବ କ’ଣ ଫାଇଦା? କହିଲେ ମୋଦି
POSTED

From Odisha to Dubai: ଗଲ୍ଫ୍ ଫୁଡ୍ 2026, ଓଡ଼ିଶାର FarrmB ଦୁବାଇରେ ପ୍ରଦର୍ଶନ କରୁଛି ଆଗ୍ରୋ-ଭିତ୍ତିକ ଖାଦ୍ୟ ଉତ୍ପାଦ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)