/odishatv-khabar/media/media_files/2026/01/10/ama_bus-2026-01-10-08-58-11.jpg)
ama_bus Photograph: (OTV)
ଜଳିଗଲା ଆମ ବସ। କଳିଙ୍ଗ ସ୍ଟୁଡିଓ ଛକରେ ଜଳିଗଲା ଆମ ବସ। କଳିଙ୍ଗ ଷ୍ଟୁଡ଼ିଓ ଛକ ପାଖ ବସ ଷ୍ଟପରେ ଛିଡ଼ା ହୋଇଥିବା ବେଳେ ହଠାତ ଧୂଆଁ ବାହାରିଥିଲା। ଧୂଆଁ ଦେଖି ଯାତ୍ରୀ ଭୟଭୀତ ହୋଇଯାଇଥିଲେ।
Advertisment
ତୁରନ୍ତ ଗାଡ଼ିରେ ବସିଥିବା ସମସ୍ତ ଯାତ୍ରୀ ଗାଡ଼ିରୁ ବାହାରି ଆସିଥିଲେ। ପରେ ହୁ ହୁ ହୋଇ ଜଳିଗଲା ଆମ ବସ। ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି।
ମିଳିଥିବା ସୂଚନା ମୁତାବକ, ଆଜି ସକାଳ ୬ଟା ୩୦ରେ ପ୍ରଥମେ ବସ୍ର ବ୍ୟାଟେରୀରୁ ଧୂଆଁ ବାହାରିଥିଲା। ଡ୍ରାଇଭର ଜଣକ ଅଗ୍ନି ନିର୍ବାପକରେ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁ ଲିଭି ନଥିଲା। ବସରେ ୫ରୁ ଅଧିକ ଯାତ୍ରୀ ଥିଲେ। ଧୂଆଁ ଦେଖି ଓହ୍ଲାଇ ପଡିଥିଲେ। ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
Advertisment
Advertisment



Related Articles
Trump’s Big Announcement on Venezuelan Oil: ଟ୍ରମ୍ପଙ୍କ ବଡ଼ ଘୋଷଣା; ପୁରା ବିଶ୍ବକୁ ତୈଳ ବିକିବ ଆମେରିକା
POSTED

Record-Breaking Cold Wave Grips Odisha: ୨୧ ବର୍ଷର ରେକର୍ଡ ଭାଙ୍ଗିଲା କଟକ ସହରର ପାରଦ, ରାଉରକେଲା ଦେଶର ଚତୁର୍ଥ ଥଣ୍ଡା ସହର
POSTED

Daily Horoscope 10th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 10th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)