/odishatv-khabar/media/media_files/2026/01/23/mahanadi_tribunal-2026-01-23-14-51-52.jpg)
MAHANADI_TRIBUNAL Photograph: (OTV)
ଲୋକସେବା ଭବନରେ ମହାନଦୀ ଟ୍ରିବ୍ୟୁନାଲ ସମ୍ପର୍କିତ ବୈଠକ ଶେଷ। ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ମୁଖ୍ୟ ଶାସନ ସଚିବ ଏଥିରେ ଉପସ୍ଥିତ ଥିଲେ।
ବୈଠକ ପରେ ରାଜସ୍ବ ମନ୍ତ୍ରୀ ବିଜେଡି ଉପରେ ବର୍ଷିଛନ୍ତି । କହିଛନ୍ତି, ମହାନଦୀ ଟ୍ରିବୁନାଲରେ ବିଳମ୍ବ ବିଜେଡି ସରକାରରେ ହୋଇଥିଲା । ୨୪ ବର୍ଷ ଶାସନ ବେଳେ ଏହି ସମସ୍ୟା ସୃଷ୍ଟି ହୋଇଥିଲା । ଛତିଶଗଡ଼ର ବ୍ୟାରେଜ ନିର୍ମାଣକୁ ସେ ସମୟରେ ବିରୋଧ କଲେ ନାହିଁ । କେନ୍ଦ୍ର ସରକାର ଟ୍ରିବୁନାଲ କାଳ ଦେଢ଼ ବର୍ଷରୁ ୫ ବର୍ଷ ଯାଏଁ ବଢ଼ାଇଲେ । ଓଡ଼ିଶା କେବଳ ଗୋଟିଏ ସାକ୍ଷୀକୁ ଟ୍ରିବୁନାଲ ସାମ୍ନାରେ ଉପସ୍ଥାପନ କଲା । ଓଡ଼ିଶା ବିରୋଧରେ ଛତିଶଗଡ଼ ବ୍ୟବହାର କରୁଥିବା ଅସ୍ତ୍ର ବିଜେଡି ଦେଇଛି ।
ଓଡ଼ିଶା ହାରିବା ଓ ଛତିଶଗଡ଼ ଜିତିବା ପାଇଁ ଯାହା ଦରକାର ବିଜେଡି କରି ସାରିଛି । ୬୦ଟି ଶୁଣାଣିରେ ଯାହା ଲଢ଼େଇ ହେବା କଥା ତାହା ହେଲା ନାହିଁ’ । ଆମେ ଖୁବ ଶୀଘ୍ର ଟ୍ରିବୁନାଲ ନିକଟରେ ସତ୍ୟପାଠ ଦାଖଲ କରିବୁ ବୋଲି କହିଛନ୍ତି ସୁରେଶ ପୂଜାରୀ । ...ଏପଟେ ବିଜେଡି ଉପସଭାପତି କହିଛନ୍ତି, ସବୁବେଳେ ୨୪ ବର୍ଷ କଥା କହି ନିଜକୁ ଆଉ ବଞ୍ଚାନ୍ତୁନି । ତୁମର ତ ଛତିଶଗଡ ଓ କେନ୍ଦ୍ରର ସରକାର, ତୁମେ କଣ କଲ ବୋଲି ପ୍ରଶ୍ନ କରିଛନ୍ତି ।
ମହାନଦୀ ସମସ୍ୟା ପାଇଁ ବିଜେଡି ଦାୟୀ- ମନ୍ତ୍ରୀ
ମହାନଦୀ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ରାଜସ୍ବ ମନ୍ତ୍ରୀ
‘ମହାନଦୀ ଟ୍ରିବୁନାଲରେ ବିଳମ୍ବ ବିଜେଡି ସରକାରରେ ହୋଇଥିଲା’
‘୨୪ ବର୍ଷ ଶାସନ ବେଳେ ଏହି ସମସ୍ୟା ସୃଷ୍ଟି ହୋଇଥିଲା’
‘ଛତିଶଗଡ଼ର ବ୍ୟାରେଜ ନିର୍ମାଣକୁ ସେ ସମୟରେ ବିରୋଧ କଲେ ନାହିଁ’
‘କେନ୍ଦ୍ର ସରକାର ଟ୍ରିବୁନାଲ କାଳ ଦେଢ଼ ବର୍ଷରୁ ୫ ବର୍ଷ ଯାଏଁ ବଢ଼ାଇଲେ’
‘ଓଡ଼ିଶା କେବଳ ଗୋଟିଏ ସାକ୍ଷୀକୁ ଟ୍ରିବୁନାଲ ସାମ୍ନାରେ ଉପସ୍ଥାପନ କଲା’
‘ଓଡ଼ିଶା ବିରୋଧରେ ଛତିଶଗଡ଼ ବ୍ୟବହାର କରୁଥିବା ଅସ୍ତ୍ର ବିଜେଡି ଦେଇଛି’
‘ଓଡ଼ିଶା ହାରିବା ଓ ଛତିଶଗଡ଼ ଜିତିବା ପାଇଁ ଯାହା ଦରକାର ବିଜେଡି କରି ସାରିଛି’
‘୬୦ଟି ଶୁଣାଣିରେ ଯାହା ଲଢ଼େଇ ହେବା କଥା ତାହା ହେଲା ନାହିଁ’
‘ଆମେ ଖୁବ ଶୀଘ୍ର ଟ୍ରିବୁନାଲ ନିକଟରେ ସତ୍ୟପାଠ ଦାଖଲ କରିବୁ’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)