/odishatv-khabar/media/media_files/2026/02/24/air-ambulance-2026-02-24-10-26-51.jpg)
Air Ambulance Photograph: (OTV)
ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା। ଏଥିରେ ଜଣେ ରୋଗୀ, ୨ ଜଣ ବିମାନ କର୍ମଚାରୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡ ଚତ୍ରା ଜିଲ୍ଲାରେ ଜଙ୍ଗଲ ମଧ୍ୟରେ ହଠାତ୍ ଖସିପଡ଼ିଲା ବିମାନ।
ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଘଞ୍ଚ ଜଙ୍ଗଲ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏୟାର ଆମ୍ବୁଲାନ୍ସରେ ୨ ବିମାନ କର୍ମଚାରୀଙ୍କ ସମେତ ରୋଗୀ ସଞ୍ଜୟ କୁମାର, ଜଣେ ଡାକ୍ତର, ଜଣେ ସ୍ୱାସ୍ଥ୍ୟ ସହାୟକ ଓ ୨ ଜଣ ଆଟେଣ୍ଡାଣ୍ଟ ଯାତ୍ରା କରୁଥିଲେ।
DGCA ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଦିଲ୍ଲୀର ରେଡବାର୍ଡ ଏୟାରୱେଜ୍ ପକ୍ଷରୁ ପରିଚାଳିତ ଏହି ଏୟାର ଆମ୍ବୁଲାନ୍ସ ସୋମବାର ରାତି ୭ଟା ୧୧ ମିନିଟରେ ରାଞ୍ଜିରୁ ଉଡ଼ାଣ ଭରିଥିଲା।
ତେବେ ରାତି ୭ଟା ୩୪ ମିନିଟିରେ ବିମାନଟି କୋଲକାତା ଏଟିଏସ୍ ସହ ସମ୍ପର୍କ କରିଥିଲା। ପରେ ରାଡାର୍ ସହ ଏହାର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ରାଞ୍ଜିଠାରୁ ୧୩୦ କିଲୋମିଟର ଦୂର ଚତ୍ରା ଜିଲ୍ଲାର କରମାଟାଣ୍ଡ ଗାଁ ନିକଟରେ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଥିଲା।
ଏୟାର ଆମ୍ବୁଲାନ୍ସ କ୍ରାସ୍, ୭ ମୃତ
ଝାଡ଼ଖଣ୍ଡ ଚତ୍ରା ଜିଲ୍ଲାରେ ଜଙ୍ଗଲରେ ଖସିପଡ଼ିଲା ବିମାନ
ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ
ଦୁର୍ଘଟଣା ନେଇ DGCA ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)