Advertisment

Tech vs Flames: ନିଆଁ ଲିଭାଇବା ପାଇଁ Advance robotic monitorର ବ୍ୟବହାର, ତଥାପି ଆୟତ୍ତ ହେଉନି

ନିଆଁ ଲିଭାଇବା ପାଇଁ Advance robotic monitor ବ୍ୟବହାର କରାଯାଇଥିଲା। ଗତକାଲି ରାତିରେ ନିଆଁ ଲାଗିବାପରେ ବିଲ୍ଡିଂ ଭିତରକୁ ରୋବୋଟିକ ମନିଟରକୁ ପ୍ରବେଶ କରାଯାଇଥିଲା। ତେବେ ରୋବଟ ସମ୍ପୂର୍ଣ୍ଣ ଭାବରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇପାରିନଥିଲା।

author-image
Tapan Swain
Fire

Fire Photograph: (OTV)

ଭୁବନେଶ୍ୱର ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଗତକାଲି  ରାତି ପ୍ରାୟ ସାଢେ ୧୦ଟାରୁ ଲାଗିଛି ନିଆଁ । ଏବେବି ହୁତୁ ହୁତୁ ହୋଇ ଜଳୁଛି ନିଆଁ। ନିଆଁ ଲିଭାଇବାରେ ଲାଗିଛି ଅଗ୍ନିଶମବାହିନୀ। ତଥାପି ଏଯାଏଁ ଆୟତ୍ତ ହୋଇପାରିନି।

Advertisment

ସୁପରମାର୍ଟର ତୃତୀୟ ମହଲାରେ ନିଆଁ ଲାଗିଛି। ସ୍ଥିତି ବର୍ତ୍ତମାନ ଏଭଳି ହୋଇଛି ଯେ ବିଲଡିଂର କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ। କାଲିଠୁ  ନିଆଁ ଲିଭାଇବାକୁ ୪୦ରୁ ଊର୍ଦ୍ଧ୍ବ ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ  ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରିନାହିଁ ।

ନିଆଁକୁ ଛାଡୁନି ପ୍ଲାଷ୍ଟିକ

ନିଆଁରେ ଜଳିପୋଡ଼ି ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍, ଷ୍ଟିଲ୍ ଆଦି ଘରୋଇ ଉପକରଣ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ନିଆଁ ବ୍ୟାପିବାରେ ଏହା ସହାୟକ ହୋଇଛି। ମାତ୍ରାଧିକ ପ୍ଲାଷ୍ଟିକ୍  ସାମଗ୍ରୀ ଥିବାରୁ ନିଆଁ ଆୟତ୍ତ ହେଉନଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି।

Advertisment

ନିଆଁ ଲିଭାଇବା ପାଇଁ Advance robotic monitor ବ୍ୟବହାର କରାଯାଇଥିଲା। ଗତକାଲି ରାତିରେ ନିଆଁ ଲାଗିବାପରେ ବିଲ୍ଡିଂ ଭିତରକୁ ରୋବୋଟିକ ମନିଟରକୁ ପ୍ରବେଶ କରାଯାଇଥିଲା। ତେବେ ରୋବଟ ସମ୍ପୂର୍ଣ୍ଣ ଭାବରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇପାରିନଥିଲା।  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ...

Fire
Advertisment
Related Articles
Advertisment