Advertisment

Three Youth Death:କି ଭୟଙ୍କର ଦୁର୍ଘଟଣା, ଚାଲିଗଲା ୩ଜଣ ଯୁବକଙ୍କ ଜୀବନ

ଢେଙ୍କାନାଳରେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୩ ଜୀବନ । ଢେଙ୍କାନାଳ ଜିଲ୍ଲା ୫୫ନମ୍ବର ଜାତୀୟ ରାଜପଥର ଗୋବିନ୍ଦପୁର ନିକଟରେ ଅଭାବନୀୟ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ୩ ଜଣ ଯୁବକ ଗୋଟିଏ ସ୍କୁଟିରେ ଢେଙ୍କାନାଳରୁ ଚୌଦ୍ୱାର ଅଭିମୁଖେ ଯାଉଥିଲେ।

author-image
Manas Ranjan Mohanty
DKL-ACCIDENT

DKL-ACCIDENT Photograph: (OTV)

ଢେଙ୍କାନାଳରେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୩ ଜୀବନ । ଢେଙ୍କାନାଳ ଜିଲ୍ଲା ୫୫ନମ୍ବର ଜାତୀୟ ରାଜପଥର ଗୋବିନ୍ଦପୁର ନିକଟରେ ଅଭାବନୀୟ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ୩ ଜଣ ଯୁବକ ଗୋଟିଏ ସ୍କୁଟିରେ ଢେଙ୍କାନାଳରୁ ଚୌଦ୍ୱାର ଅଭିମୁଖେ ଯାଉଥିଲେ। ଏହି ସମୟରେ ଅଜଣା ଗାଡି ଧକ୍କାରେ ସେମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ହେଲେ ମିଥୁନ ପାତ୍ର , ସୁରେନ୍ଦ୍ର ବେହେରା ଓ ଜଗନ୍ନାଥ ଦାସ ।  ସୁରେନ୍ଦ୍ରଙ୍କ ଘର ଅନୁଗୁଳରେ , ମିଥୁନ ପାତ୍ରଙ୍କ ଘର ଢ଼େଙ୍କାନାଳରେ ଓ ଜଗନ୍ନାଥଙ୍କ ଘର କଟକ ମାହାଙ୍ଗା ଥାନା ଅନ୍ତର୍ଗତ ଜଳେଶ୍ବର ଗାଁରେ । 

Advertisment

ଦୁର୍ଘଟଣା: ୩ ଯୁବକ ମୃତ
ଏନଏଚରେ ଅଜଣା ଗାଡ଼ି ଧକ୍କାରେ ୩ ଯୁବକ ମୃତ
ସ୍କୁଟିରେ ଯିବାବେଳେ ଚଢ଼ିଗଲା ଅଜଣା ଗାଡ଼ି
ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ନିକଟରେ ଦୁର୍ଘଟଣା

Advertisment
Related Articles
Advertisment